ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲି, ୨୦୧୯ର ବିଶ୍ୱକପ ପାଇଁ ଭାରତୀୟ ଦଳର ଏହି ଖେଳାଳିଙ୍କୁ ନେଇ କରିଛନ୍ତି ଭବିଷ୍ୟବାଣୀ ।

Spread the love

ବିଶ୍ୱକପ ୨୦୧୯ରେ ଇଂଲଣ୍ଡ ଓ ୱେଲ୍ସରେ ୩୦ ମେ’ ରୁ ଆରମ୍ଭ ହେବାକୁ ଯାଉଛି ଓ ସବୁ ଦଳ ଗୁଡ଼ିକ ବିଶ୍ୱକପ ପାଇଁ ଅଭ୍ୟାସ କରୁଛନ୍ତି । ବିଶ୍ୱକପ ପାଇଁ ମନୋନୀତ ହୋଇଥିବା ବିଦେଶୀର ଖେଳାଳିମାନେ ଆଇ.ପି.ଏଲ୍ ଖେଳକୁ ଅଧାରେ ଛାଡ଼ି ସେମାନେ ନିଜ ଦେଶକୁ ଫେରିଛନ୍ତି । ଭାରତୀୟ ଦଳର ସବୁ ଖେଳାଳି ପାଖାପାଖି ସମସ୍ତେ ବିଶ୍ୱକପ ପୂର୍ବରୁ ଭଲ ପ୍ରଦର୍ଶନ କରୁଛନ୍ତି । ଏହା ମଧ୍ୟରେ ଭାରତର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପ ପାଇଁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ।

ତାମିଲନାଡୁର ଅଲ୍-ରାଉଣ୍ଡେର୍ ବିଜୟ ଶଙ୍କର ଭଲ ପ୍ରଦର୍ଶ କରିଥିବା ଯୋଗୁଁ ସୌରଭ ଗାଙ୍ଗୁଲି ସମର୍ଥନ କରି କହିଛନ୍ତି, ଇଂଲଣ୍ଡରେ ଯେଉଁ ପରିସ୍ଥିତି ଅଛି; ସେଥିରେ ତାଙ୍କ ବୋଲିଙ୍ଗ ବହୁତ ଉପଯୋଗୀ ରହିବ । ଭାରତୀୟ ଦଳରେ ଦ୍ରୁତ ଗତିରେ ବୋଲିଙ୍ଗ କରୁଥିବା ଯଶପ୍ରୀତ ବୁମରାହ, ମହମ୍ମଦ ସମ୍ମି ଓ ଭୁବନେଶ୍ୱର କୁମାରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ।

ବିଜୟ ଶଙ୍କରଙ୍କ ବୋଲିଙ୍ଗକୁ ସମର୍ଥନ କରିଛନ୍ତି ସୌରଭ ଗାଙ୍ଗୁଲି । ଭାରତୀୟ ଦଳର ବ୍ୟାଟ୍ସମେନ୍ ଅମ୍ବାତି ରାୟୁଡୁ ବଦଳରେ ବିଜୟ ଶଙ୍କରଙ୍କୁ ବିଶ୍ୱକପ ପାଇଁ ସାମିଲ କରାଗଲା । ତାହାପରେ ହିଁ ସମସ୍ତେ ବି.ସି.ଆଇର ଏହି ନିର୍ଣ୍ଣୟରେ ପ୍ରଶ୍ନ ଉଠାଇଛନ୍ତି । ବିଶ୍ୱକପ ପାଇଁ ଭାରତୀୟ ଦଳରେ ବିଜୟ ଶଙ୍କରକୁ ସାମିଲ କରିଥିବାର ଚୟନକର୍ତ୍ତା କହିଲେ କି, ତାଙ୍କ ଖେଳର ପ୍ରଦର୍ଶନ ଦେଖି ଭାରତୀୟ ଦଳରେ ସାମିଲ କରାଗଲା ।

ବିଜୟ ଶଙ୍କରକୁ ସମର୍ଥନ କରିଲେ ସୌରଭ ଗାଙ୍ଗୁଲି –

ସୌରଭ ଗାଙ୍ଗୁଲି ବର୍ତ୍ତମାନ ଆଇ.ପି.ଏଲ୍ ରେ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶକ ରୂପେ ଅଛନ୍ତି ଓ ସେ ଏହି ମାମଲାରେ ପି.ଟି.ଆଇ ସହ କଥା ହୋଇ କହିଛନ୍ତି, ବିଜୟ ଶଙ୍କର ଭଲ ପ୍ରଦର୍ଶନ କରିବେ, ସେ ଏକ ଭଲ ଖେଳାଳି ଅଟନ୍ତି । ବିଶ୍ଵକପ୍ ତାଙ୍କର ବୋଲିଙ୍ଗ ଉପଯୋଗୀରେ ଆସିବ । ତାଙ୍କୁ ନେଇ ଅଧିକ ନକରାତ୍ମକ ହେବା ଆବଶ୍ୟକ ନୁହେଁ । ତାଙ୍କୁ ଦଳରେ ଜାଗା ମିଳିଲା, କାରଣ ସେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ ।

ପନ୍ଥ ପାଇଁ ଗାଙ୍ଗୁଲି ଏହି କଥା କହିଲେ –

ସୌରଭ ଗାଙ୍ଗୁଲି ବିଶ୍ୱକପ ପାଇଁ ଋଷଭ ପନ୍ଥ ଚୟନ ହେବା ବିଷୟକୁ ନେଇ ନିଜ ମନ୍ତବ୍ୟରେ କହିଛନ୍ତି, ହଁ ଋଷଭ ପନ୍ଥ ମଧ୍ୟ ଭାରତୀୟ ଦଳରେ ସାମିଲ ହୋଇଥାନ୍ତେ କିନ୍ତୁ ତାଙ୍କ ବିଷୟରେ ଚିନ୍ତା କରିବା ଆବଶ୍ୟକ ନୁହେଁ । କାରଣ ତାଙ୍କର ଖେଳିବା ପାଇଁ ବହୁତ ବର୍ଷ ପଡ଼ିଛି । ସେ କେବଳ ୨୦ ବର୍ଷର ଅଟନ୍ତି । ସୌରଭ ଗାଙ୍ଗୁଲିଙ୍କୁ ପଚାରିଲେ କି, ଭାରତ ଏହି ବର୍ଷ ତିନୋଟି ଦ୍ରୁତ ଗତିର ବୋଲର୍ ସହ ଖେଳି ବିଶ୍ୱକପରେ ବିଜୟ ହୋଇପାରିବେ କି ? ଉତ୍ତରରେ ସୌରଭ ଗାଙ୍ଗୁଲି କହିଲେ କି ଭାରତ ଏଭଳି ହିଁ ଖେଳିବାକୁ ପଢିବା ଏବଂ ଅଲ୍ ରାଉଣ୍ଡେରକୁ ୭ମ ସ୍ଥାନରେ ଖେଳେଇବାକୁ ଉଚିତ ହେବ ।

ପରେ ସୌରଭ ଗାଙ୍ଗୁଲି କହିଲେ କି, ହାର୍ଦ୍ଦିକ ପାଣ୍ଡ୍ୟା ମୋ ପ୍ରଥମ ପସନ୍ଦ । ଯଦି ସେ ଖେଳିବା ସମୟରେ ଆଘାତ ହୋଇଥାନ୍ତି; ତେବେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିବା ଆବଶ୍ୟକ । ଏଥିରେ ଦଳ ତିନୋଟି ଦ୍ରୁତ ଗତିର ବୋଲର୍ ଙ୍କୁ ଖେଳେଇ ପାରିବେ । ବିଶ୍ୱକପ ପୂର୍ବରୁ କୂଳଦୀପ ଯାଦବ୍ କିଛି ଖାସ୍ ଭଲ ପ୍ରଦର୍ଶନ କରିନାହାନ୍ତି । ତେଣୁ ଏହା ଏକ ଚିନ୍ତାର ବିଷୟ ।

ସେ କହିଲେ କି ଇଡ଼େନ୍ ଗାର୍ଡନ୍ ରେ ସ୍ପିନେର୍ ମାନଙ୍କୁ ଅଧିକ ସାହାଯ୍ୟ ମିଳି ନଥାଏ । କିନ୍ତୁ ସେ ବିଶ୍ୱକପରେ ଭଲ ପ୍ରଦର୍ଶନ ଉପରେ ସମର୍ଥମ କରିଛନ୍ତି । ସୌରଭ ଗାଙ୍ଗୁଲି କହିଲେ କି, କେହି ଇଡ଼େନ୍ ଗାର୍ଡନ୍ ରେ ଭଲରୁପେ ବୋଲିଙ୍ଗ କରିପାରନ୍ତି ନାହିଁ । କୂଳଦୀପ ଯାଦବ୍ ଙ୍କ ପାଖରେ ଭଲ ପ୍ରତିଭା ଅଛି । ବେଳେବେଳେ ଆମେ ବୋଲର୍ କୁ ଟି-୨୦ର ପ୍ରଦର୍ଶନର ଆଧାରରେ ଖେଳାଳିଙ୍କୁ ଚିହ୍ନିବା ସର୍ବଶ୍ରେଷ୍ଟ ନୁହେଁ ।