ବିବାହ ପୂର୍ବରୁ ପୁରୁଷଙ୍କୁ ଏହି ଏହି ସର୍ତ୍ତଗୁଡିକ ମାନିବାକୁ ବାଧ୍ୟ କରିଥାନ୍ତି, ସାଉଦି ଆରବର ମହିଳାମାନେ ।

Spread the love

ସାଉଦି ଆରବ ଏହିପରି ଏକ ଦେଶ ଯେଉଁଠି ପୂର୍ବରୁ ମହିଳାଙ୍କ ଉପରେ ଅନେକ କଟକଣା ରହୁଥିଲା । ଅନେକ ଗୁଡିଏ ଏହିପରି କାମ, ଯାହାକୁ ମହିଳାମାନେ କରିବା ପାଇଁ ବାରଣ ହେଉଥିଲା । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ମହିଳାଙ୍କ ଅଧିକାରକୁ ନେଇ ନିୟମ କାନୁନ ସବୁ ସୃଷ୍ଟି ହେବାରେ ଲାଗିଲା, ଯେଉଁଥିରେ ସାଉଦିର ମହିଳାମାନେ ଗାଡି ଚଳାଇବା ପାଇଁ ଅନୁମତି ମିଳିଲା । ନିୟମ ପ୍ରସ୍ତୁତ ହୋଇଯିବା ପରେ ମଧ୍ୟ ସେଠାକାର ପୁରୁଷଙ୍କ ଚିନ୍ତାଧାରାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ସାଉଦିର ମହିଳାମାନେ ନିଜର ପୂର୍ଣ୍ଣ ଅଧିକାର ପାଇବା ପାଇଁ ଏକ ଭିନ୍ନ ଧରଣର ପନ୍ଥା ଅବଲମ୍ବନ କରିଛନ୍ତି । ମହିଳା ମାନେ ବିବାହ ପୂର୍ବରୁ ନିଜ ପତିଙ୍କ ଦ୍ୱାରା ବିବାହ ଜନିତ କିଛି ସର୍ତ୍ତ ଦସ୍ତଖତ କରାଉଛନ୍ତି । କାରଣ ବିବାହ ପରେ ଯଦି କୌଣସି କାରଣ ବଶତଃ ପୁରୁଷମାନେ ଏହି ସର୍ତ୍ତ ଗୁଡିକରେ ଅବହେଳା କରନ୍ତି; ତେବେ ଏହାର ଆଧାରରେ ମହିଳାମାନେ ସେମାନଙ୍କ ଠାରୁ ଛାଡପତ୍ର ନେଇପାରିବେ । AFP ଏଜେନ୍ସି ଏବଂ ମୌଲବୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସାଉଦି ମହିଳାମାନେ ନିଜର ବିବାହ ସର୍ତ୍ତରେ କାର ରଖିବା, ଗାଡି ଚଳାଇବା, ଚାକରାଣୀ ରଖିବା, ବିବାହ ପରେ ପଢ଼ାପଢ଼ି କରିବା ଏବଂ ଚାକିରୀ କରିବା ପରି ସର୍ତ୍ତଗୁଡିକ ରଖୁଛନ୍ତି, ଯାହା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି ।

ଏହି ପରିପ୍ରେକ୍ଷୀରେ ସାଉଦିର ଏକ ସେଲସ୍-ମ୍ୟାନ ମାଜିଦର ବିବାହ ପୂର୍ବରୁ ତାର ଭାବି ପତ୍ନୀ ସର୍ତ୍ତ ରଖିଥିଲେ ଯେ, ବିବାହ ପରେ ଚାକିରୀ କରିବା ଏବଂ କାର ଚଳାଇବା । ମଜା କଥା ହେଉଛି, ମାଜିଦ ଖୁସି ଖୁସିରେ ଏହି ସବୁ ସର୍ତ୍ତଗୁଡିକରେ ହସ୍ତାକ୍ଷର କରି ଦେଇଥିଲେ । ରିୟାଦ ନିବାସୀ ମୌଲବୀ ଅବଦୁଲ ମୋହସେନ ଅଲ ଆଜମିଙ୍କ ଅନୁସାରେ ବର୍ତ୍ତମାନ ଦିନ ଗୁଡିକରେ ସାଉଦି ମହିଳାମାନେ ବିବାହ ପରେ ଝଗଡା ଏବଂ ବିବାଦର ସ୍ଥିତି ଟାଳିବା ପାଇଁ ବିବାହ ପୂର୍ବରୁ ନିଜ ଭାବି ପତିଙ୍କ ଠାରୁ ଅନେକ ସର୍ତ୍ତାବଳୀ ଗୁଡିକରେ ଦସ୍ତଖତ କରାଇ ଦିଆନ୍ତି । ସର୍ତ୍ତାବଳୀ ଅନୁସାରେ ପତି ଏହି ସର୍ତ୍ତ ଗୁଡିକ ମାନିବା ପାଇଁ ବାଧ୍ୟ ହୋଇପଡନ୍ତି ।

ମୌଲବୀ ସିନାନୀ କହିଛନ୍ତି; ଏକଦା ସେ ଜଣେ ମହିଳା ନିଜ ପତି ସହ କଥାବାର୍ତ୍ତା କରୁଥିବାର ଶୁଣିଥିଲେ ଯେ, ଯଦି ପତି ଜଣଙ୍କ ପତ୍ନୀଙ୍କୁ ଗାଡି ଚଳାଇବା ପାଇଁ ନ ଦିଆନ୍ତି; ତେବେ ପତ୍ନୀ ଜଣଙ୍କ ପତିଙ୍କ ଠାରୁ ଛାଡପତ୍ର ନେଇଯିବେ । କହିବା ପାଇଁ ଚାହୁଁଛୁ, ସାଉଦି ମହିଳାମାନେ ବର୍ତ୍ତମାନ ଆଧୁନିକତା ଆଡ଼କୁ ଗତି କରିବା ପାଇଁ ଚାହୁଁଛନ୍ତି ଏବଂ ପୁରୁଷ ପ୍ରଧାନ ସମାଜରେ ଏହି କୁର୍ତ୍ତୀ ମୂଳରୁ ନାଶ କରିବା ପାଇଁ ଚାହୁଁଛନ୍ତି । ଏହି କାରଣରୁ ବର୍ତ୍ତମାନ ଦିନ ଗୁଡିକରେ ବିବାହ ପୂର୍ବରୁ ନିଜ ସର୍ତ୍ତାବଳୀରେ ଅନେକ ପ୍ରକାରର ସର୍ତ୍ତ ରଖିବାରେ ଲାଗିଛନ୍ତି ।

ମସଳନ ପୁର୍ବୀ ଆଲ୍ଲାସା ସହରରେ ଜଣେ ମହିଳା ସର୍ତ୍ତ ରଖିଛନ୍ତି ଯେ, ତାଙ୍କର ପତି ଧୂମ୍ରପାନ ଛାଡି ଦେବେ, ଅନ୍ୟ ପକ୍ଷରେ ଅନ୍ୟ ଜଣେ ଝିଅ ସର୍ତ୍ତ ରଖିଛନ୍ତି ଯେ ତାଙ୍କର ଉପାର୍ଜନ ଧନରେ ତାଙ୍କର ପତିଙ୍କ କୌଣସି ହକ ରହିବ ନାହିଁ । ଅନ୍ୟଜଣେ ମହିଳା ସର୍ତ୍ତ ରଖିଛନ୍ତି, ବିବାହର ପ୍ରଥମ ବର୍ଷରେ ଗର୍ଭବତୀ ହେବେ ନାହିଁ । ଅନ୍ୟଜଣେ ମହିଳା ସର୍ତ୍ତ ରଖିଥିଲେ ଯେ, ତାଙ୍କର ପତି ଦ୍ଵିତୀୟ ବିବାହ କରିବେ ନାହିଁ । ଇସଲାମରେ ଗୋଟିଏରୁ ଅଧିକ ବିବାହର ନିୟମ ରହିଛି । କିନ୍ତୁ ମହିଳାମାନେ ଏହା ଚାହିଁ ନ ଥାନ୍ତି । ଜଣେ ମହିଳା ଏହି ସର୍ତ୍ତ ଗୁଡିକ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ ଯାହା ପଢିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ମୌଲବୀ କଲବାନୀ କହିଛନ୍ତି; ସେ ଗୋଟିଏ ବିବାହର ସର୍ତ୍ତାବଳୀ ଦେଖିଛନ୍ତି ଯେଉଁଥିରେ ଜଣେ ମହିଳା ବିବାହ ପରେ କାମ ନ କରିବା ଏବଂ ନିଜ ମାଆଙ୍କୁ ନିଜ ପାଖରେ ରଖିବା ପାଇଁ ସର୍ତ୍ତ ରଖିଥିଲେ । ଏହି ପ୍ରକାରର ସର୍ତ୍ତ ସାଉଦି ମହିଳାଙ୍କ ଭାଗ୍ୟ ସୁଧାରି ଦେଵ ଏବଂ ସେମାନଙ୍କୁ ନିଜ ସ୍ୱପ୍ନ ଏବଂ ଅଧିକାର ଗୁଡିକ ପୁରଣ କରିବା ପାଇଁ ନୂତନ ରାସ୍ତା ମିଳିଯିବ ।

ଏହିପରି ବିବାହ ପୂର୍ବରୁ ସର୍ତ୍ତ ରଖି ବିବାହ ହୋଇଥିଲେ, ଆମ ଦେଶର ମଧ୍ୟ ଅନେକ ଝିଅଙ୍କ ସ୍ଵପ ପୂରଣ ହୋଇପାରିଥାନ୍ତା ଏବଂ ଅନେକ ପୁଅଙ୍କ ଜୀବନ ମଧ୍ୟ ସୁଧାରୀ ଯାଇଥାନ୍ତା । ଅନୁଛେଦଟି ଉପରେ ଆପଣଙ୍କ ମତାମତ କଣ Comment କରି ଜାଣନ୍ତୁ । ଧନ୍ୟବାଦ !