ଏହି ତିନୋଟି ରାଶି ଉପରେ ଶନିଦେବ ହୋଇଛନ୍ତି ପ୍ରସନ୍ନ । ରାଜଯୋଗର ସଂଯୋଗ ଘଟିବାକୁ ଯାଉଛି ।

Spread the love

ଗ୍ରହମାନଙ୍କ ଗତିବିଧିର ପ୍ରଭାବରେ ବେଳେ ବେଳେ କେତେକ ରାଶିକୁ ଶୁଭଫଳ ଓ ଅଶୁଭଫଳ ପ୍ରାପ୍ତି ହୋଇଥାଏ ଓ ଏହାର ପ୍ରଭାବ ଜୀବନ ଉପରେ ପଢ଼ିଥାଏ । ହଁ ବ୍ରହ୍ମାଣ୍ଡରେ ଏପରି ଏକ ଗ୍ରହ ଅଛି ଯାହାର ନାମ ହେଉଛି ଶନି । ଏହି ଗ୍ରହକୁ ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ନ୍ୟାୟର ଦେବତା ବୋଲି ଗ୍ରହଣ କରାଯାଇଛି । ଯିଏ କି ଜାତକର କର୍ମ ଅନୁସାରେ ଫଳ ଦେଇଥାନ୍ତି । ଏଥିପାଇଁ ଏହାକୁ କର୍ମଦାତା ବୋଲି ମଧ୍ୟ କୁହାଯାଏ । ଏହି ଗ୍ରହ ଏକ ରାଶିରେ ଅଢେଇ ଲକ୍ଷ ଭୋଗବିଳାସ ଦେଇଥାଏ । କିନ୍ତୁ ଯେତେବେଳେ ଏହି ଗ୍ରହ ଏହା ସାଢ଼େ ସାତ ଭାବରେ ଆସିଥାଏ, ସେତେବେଳେ ଜାତକକୁ ବିଭିନ୍ନ କଷ୍ଟ ମିଳିଥାଏ ।

ସେଥିପାଇଁ ଲୋକଙ୍କ ମନରେ ଶନିଦେବଙ୍କ ପ୍ରତି ଭୟ ରହିଥାଏ । ଯେତେବେଳେ ଶନିଙ୍କ ଅଶୁଭ ପ୍ରଭାବ ପଡିଥାଏ, ତେବେ ଜାତକକୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । ଯେପରିକି ମାନସିକ ରୂପରେ ଅସ୍ଥିର ହୋଇଥାଏ, ବୁଦ୍ଧି ଭ୍ରମିତ ହୋଇଥାଏ । ଏହି ଭଳି ବହୁତ କ୍ଷତି ଓ କଷ୍ଟ ସହିବାକୁ ପଡିଥାଏ । ଦ୍ଵିତୀୟ ଚରଣରେ- ଶାନ୍ତ ମିଳିଥାଏ । ଜାତକକୁ ପରିଶ୍ରମ କରିବା ପାଇଁ ବାଧ୍ୟ କରିଥାଏ ଏବଂ ଶେଷ ବା ଅନ୍ତିମ ଚରଣରେ ସବୁ କ୍ଷତିର ଭରଣ ପୋଷଣ ମଧ୍ୟ କରିଥାଏ । କାରଣ ଶନିଦେଵ ନ୍ୟାୟବନ୍ତ ଗ୍ରହ ଅଟନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୀଘ୍ର ହିଁ ଶନିଦେବଙ୍କ ସ୍ଥିତିରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । କିନ୍ତୁ କେତେକ ରାଶିରେ ଭଲ ପ୍ରଭାବ ଦେଖିବକୁ ମିଳିବ । ଆଜି ଆମେ ଏହି ଅନୁଛେଦରେ ଏପରି ୩ଟି ରାଶି ବିଷୟରେ କହିବୁ ଯେଉଁ ରାଶିଗୁଡିକ ଉପରେ ଶନିଦେବଙ୍କ ଅପର କୃପା ରହିବ ଏବଂ ଏହି ୩ଟି ରାଶିରେ ରାଜଯୋଗର ସଂଯୋଗ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ୩ଟି ରାଶି ବିଷୟରେ :

ସିଂହ ରାଶି :

ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଆଗାମୀ ସମୟ ଅତ୍ୟନ୍ତ ଶୁଭଦାୟକ ରହିବ । କିଛି ଜରୁରୀ କାର୍ଯ୍ୟ ପାଇଁ ଧଆଁ-ଦୌଡ଼ ହେବାକୁ ପଡିପାରେ । କିନ୍ତୁ ଏହି ଧଆଁ-ଦୌଡ଼ ଫଳରେ ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଅନେକ ଲାଭ ହେବ । ଯଦି ଆପଣଙ୍କ କିଛି ସରକାରୀ କାର୍ଯ୍ୟ ଅଟକି ରହିଯାଇଛି, ତେବେ ଶନିଦେବଙ୍କ କୃପାରୁ ଏହି ମାସରେ ହିଁ ସେହି କାର୍ଯ୍ୟ ପୁର୍ଣ୍ଣ ହେବ । ଆପଣ ଯଥାଶୀଘ୍ର ହିଁ ନିଜସ୍ୱ ବାସଭବନରେ ପ୍ରବେଶ କରିବେ କିମ୍ଭା ଘର, ଜାଗା କ୍ରୟ ମଧ୍ୟ କରି ପାରିବେ । ଖର୍ଚ୍ଚ ପ୍ରତି ସମ୍ୟକ ଧ୍ୟାନ ଦିଅନ୍ତୁ, ଜଗି ରହି ଖର୍ଚ୍ଚ କରନ୍ତୁ । ଆଗାମୀ ଦିନ ଗୁଡିକରେ ଆପଣ ଖର୍ଚ୍ଚ ବଢିବ । କିଛି ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ ଏବଂ ସହଯୋଗୀ ବନ୍ଧୁଙ୍କ ଉପଦେଶ ଆପଣଙ୍କ ପାଇଁ ବେଶ୍ ହିତକର ହେବ ।

କୁମ୍ଭ ରାଶି :

ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଅପର କୃପା ରହିଛି । ଆଗାମୀ ଦିନରେ ଆପଣ ଜୀବନରେ ଏହିପରି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଆଗମନ ହେବ ଯାହା ଦ୍ୱାରା ଏହି ରାଶିର ବ୍ୟକ୍ତିମାନଙ୍କ ଲାଭ ଦ୍ୱିଗୁଣିତ ହେବ । କିନ୍ତୁ ମନେ ରଖନ୍ତୁ, କୌଣସି ପ୍ରକାର ବୁଝାମଣା କରିବା ସମୟରେ ଦସ୍ତାବିଜ ବା କାଗଜପତ୍ର ଉପରେ ବିଶେଷ ଧ୍ୟାନ ଦେବେ । କାରଣ ଆପଣଙ୍କ ନିଜ ଏହି ଆତ୍ମୀୟ ଲୋକ ଆପଣଙ୍କୁ ଧୋକା ଦେବା ପାଇଁ ବା ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ପ୍ରୟାସ କରୁଛନ୍ତି । ଏହି ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ରହିବ । ଚାକିରୀ ଖୋଜୁଥିବା ଲୋକଙ୍କୁ ପ୍ରତିଷ୍ଠିତ କମ୍ପାନୀରେ ଭଲ ଚାକିରୀ ମିଳିବ । ଏତଦବ୍ୟତୀତ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ।

ମୀନ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶନିଦେବ ରାଜଯୋଗ ନେଇ ଆସିଛନ୍ତି । ଅତୀତର କିଛି ପୁରୁଣା କଥାକୁ ନେଇ ଚିନ୍ତିତ ରହୁଥିବା ଲୋକଙ୍କ ଚିନ୍ତା ଦୂର ହେବ । ବୟୋଜ୍ୟେଷ୍ଠମାନେ ଆପଣଙ୍କ କାମକୁ ନେଇ ଉପଦେଶ ଦେବେ ଏବଂ ସହଯୋଗ ମଧ୍ୟ କରିବେ । ପରିବାରରେ ଆପଣଙ୍କ ମହତ୍ୱ ବଢିବ ଏବଂ ଆପଣ ସୂଚାରୁ ରୂପେ ପାରିବାରିକ କାର୍ଯ୍ୟ ସମ୍ପାଦନ କରିବାରେ ସଫଳ ମଧ୍ୟ ହେବେ । ଅସୁବିଧା ଆସିବ ସମୟରେ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ଉଚିତ ସହଯୋଗ କରିବେ । ଯାହାଫଳରେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ପ୍ରେମ ଆହୁରି ମଜବୁତ ହେବା ସଂଗେ ସଂଗେ ବିଶ୍ୱାସ ମଧ୍ୟ ବଢିବ । ଭାବପ୍ରବଣ ଆପଣଙ୍କୁ ଦୁର୍ବଳ କରିପାରିବ । ତେଣୁ ଭାବପ୍ରବନତାରୁ ବାହାରି ନିର୍ଣ୍ଣୟାତ୍ମକ ଦିଗରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ଚେଷ୍ଟ କରନ୍ତୁ । ବକେୟା ରାଶି ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ ।