ଶତ୍ରୁ ଠାରୁ ନୁହେଁ ନିଜ ପତ୍ନୀଙ୍କ ଠାରେ ହାରି ଯାଇଥିଲେ ଏହି ଯବାନ ଜଣକ ! ପତ୍ନୀଙ୍କ ପରକ୍ରିୟ ପ୍ରୀତି ପାଇଁ ସୁନାର ସଂସାର ଚୁନା ! ଜାଣନ୍ତୁ ପୁରା ଘଟଣା କଣ ?

Spread the love

ଶତ୍ରୁ ଠାରୁ ନୁହେଁ ବରଂ ନିଜ ପତ୍ନୀଙ୍କ ଠାରୁ ହାରି ଯାଇଥିଲେ ଏହି ଯବାନ ଜଣକ ! ଜାଣନ୍ତୁ ପୁରା ଘଟଣା କଣ ? ଜାଣନ୍ତୁ କେମିତି ଗୋଟେ ଫଉଜି ନିଜ ପତ୍ନୀଙ୍କ ପରକ୍ରିୟ ପ୍ରୀତି ପାଇଁ ନିଜ ଘର କେମିତି ବରବାଦ ହେଇଛି ଜାଣନ୍ତୁ ପୁରା ଘଟଣା ।

ସୀମାରେ ଶତ୍ରୁର ଦାନ୍ତ ଖଟା କରି ପକାଉଥିବା ଫଉଜି କେବେ ବି ମରିବା ଯାଏଁ ହାରମାନ ନ ଥାନ୍ତି । କଥାରେ କୁହନ୍ତି ସମସ୍ତେ, ଦୁନିଆ ଆଗରେ ଜିତିବା ସହଜ ହୋଇଥାଏ କିନ୍ତୁ ନିଜସ୍ୱ ଲୋକଙ୍କ ପାଖରେ ଜିତିବା କଷ୍ଟ ସାଧ୍ୟ ହୋଇଥାଏ । ଠିକ ସେହିପରି ହାରିଯାଇଛନ୍ତି ଏହି ଯବାନ । ସେହି ଫଉଜି ବର୍ତ୍ତମାନ ଡାକ୍ତରଖାନାରେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ସେହି ଫଉଜି କେବେ ଭାବି ନଥିଲେ ନିଜର ଜୀବନର ଶତ୍ରୁ ନିଜ ପତ୍ନୀ ନିଜେ ହିଁ । ଫଉଜି ପତି ନିଜ ପତ୍ନୀଙ୍କୁ ନେଇ ଚିନ୍ତାରେ ଥିଲେ ଓ ଏବେ ନିଜ ଜୀବନ ପାଇଁ ଭଗବାନଙ୍କୁ ପ୍ରାଥନା କରୁଛନ୍ତି । ଆଉ ଭାବୁଛନ୍ତି ନିଜ ପତ୍ନୀନୁ ସେ ଉଚିତ ଶିକ୍ଷା ଦେବେ କେମିତି ? ଶତ୍ରୁ ଠାରୁ ନୁହେଁ ନିଜ ପତ୍ନୀଙ୍କ ପାଖରେ ହରି ଗଲେ ଏହି ଫଉଜି ! ସେହି ବିଷୟ ସମସ୍ତେ ଜାଣିବା ଦରକାର ?

ଶତ୍ରୁ ନୁହେଁ ନିଜ ପତ୍ନୀ ପାଖରୁ ହିଁ ହାରିଯାଇଥିଲେ :

ପତ୍ନୀଙ୍କ ପରକ୍ରିୟ ପ୍ରୀତି ପାଇଁ ଏହି ଯବନକୁ ରାତି ଅଧାରେ ଯିବାକୁ ପଢିଛି ଡାକ୍ତରଖାନା । ଦିଲ୍ଲୀରୁ ସେହି ଫୌଜୀଙ୍କୁ ଏମ.ସ୍ କୁ ସ୍ଥାନାନ୍ତରିତ କରି ଦିଆଯାଇଛି । ବର୍ତ୍ତମାନ ସେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ପତ୍ନୀ ଫୌଜିଙ୍କ ସମାନରେ କିଛି ଏମିତି କରିଛନ୍ତି ଯାହା ଫଳରେ ଗୋଟିଏ ପରିବାର କିଛି କ୍ଷଣ ମଧ୍ୟରେ ଭାଙ୍ଗି ଚୁରମାର୍ ହୋଇଗଲା । ଅପରାଧ ପ୍ରମାଣିତ ହେଲା ପରେ ପତ୍ନୀଙ୍କୁ ପୋଲିସ୍ ହାଜତକୁ ନେଇଛି କିନ୍ତୁ ତାଙ୍କର ଦୁଇଟି ଛୁଆ ପାଇଁ ସମସ୍ୟା ଉପୁଜିଛି । ବର୍ତମାନ ପୋଲିସ ପିଲା ଦୁଇଜଣକୁ ସେନା ଅଧିକାରୀମାନଙ୍କ ହାତକୁ ହସ୍ତାନ୍ତର କରିଦେଇଛି । ଏହି ଘଟଣା ମେରୁଟର ଗଙ୍ଗା ନଗର ଅଞ୍ଚଳର ଅଟେ । ଯେଉଁଠି ସୁଧୀର କୁମାର ଚୌଧୁରୀ ନାମକ ଜଣେ ଫୌଜୀ ରହୁଛନ୍ତି, ତାଙ୍କ ଦ୍ୱାରା ରଚା ଯାଇଥିଲେ ଏହି ଷଢ଼ଯନ୍ତ୍ର । ଏହି ଘଟଣା ପରେ ନିଜ ପିଲା ଦୁଇଟିକୁ ନିଜ ପରିଜନଙ୍କ ପାଖକୁ ପଠେଇବାର ଥିଲା କିନ୍ତୁ ଫଉଜି ମନା କରିଦେଇଥିଲେ ପରେ ପୋଲିସ ୯ଜାଟ ରେଜିମେଣ୍ଟକୁ ସମ୍ପର୍କ କରିଥିଲେ ପରେ ସେଠାରୁ ଅନ୍ୟ ଫଉଜିମାନେ ଆସି ଗଙ୍ଗାନଗର ଥାନାରେ ସେମାନନୁ ହସ୍ତାନ୍ତର କରିଦେଇଥିଲେ ।

ଏହି ଘଟଣା ଫୌଜିଙ୍କ ପତ୍ନୀଙ୍କ ପ୍ରେମ କାହାଣୀରୁ ଆରମ୍ଭ ହୋଇଛି ଯାହାର ଶେଷ ବହୁତ ଖରାପ ହେଇଛି । ନିଜ ଉପରେ ବିପଦ ଜାଣି ପ୍ରେମୀ ଜଣକ ଫୌଜିଙ୍କୁ ମାରିବା ପାଇଁ ଚିନ୍ତା କରିଥିଲେ । ଆରୋପି ପ୍ରେମୀ ନିଜ ସାଙ୍ଗ ସହ ମିଶି ଫଉଜି ଉପରେ ଆକ୍ରମଣ କରିଥିଲା । ଏହା ଫଳରେ ଫଉଜିର ଅବସ୍ତା ଗମ୍ଭୀର ହୋଇପଡ଼ିଥିଲା । ପୋଲିସ ଫୌଜିଙ୍କ ଉପରେ ଆକ୍ରମଣ ପାଇଁ ପତ୍ନୀଙ୍କ ସହ ନିଜ ପ୍ରେମୀ ଆଉ ସାଙ୍ଗ ଅଜୟ ତ୍ୟାଗୀକୁ ଗିରଫ୍ କରିଛି । ଏହା ପରେ ତିନି ଆରୋପିଙ୍କୁ ଗଙ୍ଗାନଗର ପୋଲିସ୍ ସ୍ଟେଶନ ନିଆଯାଇଛି । ପୋଲିସଙ୍କ ଅନୁସାରେ ରୋହିତ ଶର୍ମାଙ୍କ ମାଆ ଧାର୍ମିକ ପୂଜା ପାଇଁ ଯାନ୍ତି ଆଊ ପାଖପାଖି ୭ ରୁ ୮ ମାସ ହେବ ଗଙ୍ଗା ନଗରରେ ଏକ ସାର୍ବଜନୀକ ସ୍ଥାନରେ ରୋହିତ ନିଜର ମାଙ୍କ ସହ ଯାଉଥିଲା । ସେଠାକୁ ଫୌଜିଙ୍କ ପତ୍ନୀ ମଧ୍ୟ କଥା ଶୁଣିବାକୁ ଯାଉଥିଲେ । ଏହି ସମୟରେ ଦୁଇ ଜଣକ ପରିଚୟ ହେଲା ପରେ ଫୋନ ନମ୍ବର ପ୍ରଦାନ ହେଲା ପରେ ପ୍ରେମ ଆରମ୍ଭ ହୋଇଥିଲା ।

ଫୌଜିଙ୍କ ପତ୍ନୀ ଓ ଦୁଇ ଜଣ ସନ୍ତାନ ଗଙ୍ଗାନଗରରେ ଗୋଟିଏ ଭଡା ଘରେ ରହୁଥିଲେ । ଫୌଜିଙ୍କ ଉପରେ ଆକ୍ରମଣ ପରେ ପୁଲିସ ଆଖପାଖ, ସାହି ପଡୋଶୀଙ୍କୁ ପଚରା ଉଚରା କରି ଜାଣିବାକୁ ପାଇଲେ ଯେ, ଯୁବକ ଜଣକ ପ୍ରାୟତଃ ରାତିକୁ କଳା ରଙ୍ଗର ବେଗ ନେଇଆସୁଥିଲା । ଲୋକଙ୍କ କହିବା କଥା, ସେହି ଯୁବକ ଜଣକ ଦେଖିବାକୁ କଣ୍ଡକ୍ଟର ପରି ଦେଖାଯାଉଥିଲା ।

ଯେତେବେଳେ ପୁଲିସ ରୋହିତ ଶର୍ମାକୁ ଧରିଲା ଜଣାପଡିଲା, ଅଜୟ ତାୟଗିକୁ ସାଙ୍ଗରେ ମିଶେଇ ଥିଲା । ଅଜୟ ତାୟଗି ଫୌଜୀକୁ ଗୁଳି କରିଥିଲା ଆଉ ପୁଲିସକୁ ବନ୍ଧୁକ ମଧ୍ୟ ବି ମିଳିଥିଲା । ଆରୋପି ଅଜୟ ତାୟଗିର ସ୍କୁଟି ନମ୍ବର ବି ପୁଲିସ ପାଖରେ ଅଛି ଆଉ ମୋବାଇଲ ସିଡିଆର ମାଧ୍ୟମରେ ଆକ୍ରାମଣକାରୀଙ୍କୁ ଧରିଥିଲା ।

ପତ୍ନୀ ଆଉ ରୋହିତର ସମ୍ବନ୍ଧ ବିଷୟରେ ଫଉଜି ଯେତେବେଳେ ଜାଣିଲେ ସେତେବେଳେ ଫଉଜି ରୋହିତକୁ ଚେତାବନୀ ଦେଇ କହିଥିଲେ, ମୋ ତ୍ନୀଙ୍କ ଠାରୁ ଦୂରେଇ ରହିବ । କିନ୍ତୁ ରୋହିତ ନିଜ କାର୍ଯ୍ୟକଳାପ ବନ୍ଦ କରି ନଥିଲା ବରଂ ଫଉଜି ଉପରେ ଆକ୍ରମଣ କରି ଥିଲା ।