୭ଟି ଅବିଶ୍ୱାସନୀୟ ଏବଂ ଆଶ୍ଚର୍ଯ୍ୟଜନକ ଜିନିଷ ଯାହାର ଉତ୍ପତ୍ତି ଭାରତ ରୁ ହୋଇଛି ।

Spread the love

ବିବିଧତା ମଧ୍ୟରେ ଏକତା ଭାରତ ଏକ ବୈଶିଷ୍ଟ । ନିଜର କଳା ସଂସୃତି ଓ ଅତୀତର ଗୌରବଶୀଳ ଗାଥାବାଳୀ ପାଇଁ ସମଗ୍ର ବିଶ୍ୱରେ ପୂଜିତ ଆଜି ଭାରତ । ଭାରତ ନିଜର କଠିନ ପରିଶ୍ରମ ଓ ଅଭିନବ ଦକ୍ଷତା ଦ୍ୱାରା ସାରା ବିଶ୍ୱରେ ଆଧିପତ୍ୟ ଵିସ୍ତାର କରିପାରିଛି । ଆମ ଆଗରେ ପ୍ରତିଦିନ ବହୁତ ଗୁଡିଏ ଦୃଷ୍ଟାନ୍ତ ଅଛି ଯାହାର ଉତ୍ପତ୍ତି ଭାରତ ରୁ ହୋଇଛି । ଆସନ୍ତୁ ଜାଣିବା ୭ଟି ଅବିଶ୍ୱାସନୀୟ ଏବଂ ଆଶ୍ଚର୍ଯ୍ୟଜନକ ଜିନିଷ ଯାହାର ଉତ୍ପତ୍ତି ଭାରତରୁ ହୋଇଛି !

୧- ହୋଲିଉଡ଼ ତାରକା

ଅତି ପ୍ରସିଦ୍ଧ ଗୀତ ରୋକ ବ୍ୟାଣ୍ଡ ‘କୁଇନ’ ର ସ୍ୱର ଦାତା ଫ୍ରେଡି ମର୍କ୍ୟୁରି ଭାରତରେ ପାର୍ସୀ ବା ଫାରକ ବୁଲୋସୋରା ଭାବରେ ଜନ୍ମ ନେଇଥିଲେ ଏବଂ ବିଖ୍ୟାତ ଓସ୍କାର ପୁରସ୍କାର ବିଜେତା ହୋଲିଉଡ଼ ତାରକା ବେନ କିଂଗ୍ସଲେ ଭାରତରେ ଜନ୍ମ ନେଇଥିଲେ। ତାଙ୍କର ପୂର୍ଵ ନାମ କ୍ରିଷ୍ଣା ପଣ୍ଡିତ ଭାଁଜି ଥିଲା।

୨- ପ୍ଲାଷ୍ଟିକ ସର୍ଜରୀ ବା ଶଲ୍ୟ ଚିକିତ୍ସା

ସୁଶୃତ, ଜଣେ ଭାରତୀୟ ଶଲ୍ୟ ଚିକିତ୍ସକ ଯାହାଙ୍କୁ ‘ଶଲ୍ୟ ଚିକିତ୍ସା ର ଜନକ’ ବୋଲି କୁହାଯାଏ। ସେ ୬୦୦ ଖ୍ରୀଷ୍ଟାବ୍ଦ ରେ ଶଲ୍ୟ ଚିକିତ୍ସା ର ଆବିଷ୍କାର କରିଥିଲେ। ଏହା ଭାରତ ର ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ବହି ବା ‘ଶଲ୍ୟ ସଂହିତା’ ରେ ଲେଖା ଯାଇଛି ।

୩-ଚିନି

ଭାରତ ହେଉଛି ପ୍ରଥମ ଦେଶ ଯିଏ କି ସର୍ବ ପ୍ରଥମେ ଚିନି ର ନିଃସାରଣ ଓ ବିଶୁଦ୍ଧିକରଣ ପ୍ରକ୍ରିୟା ଆରମ୍ଭ କରି ଥିଲା। ଚିନି ର ଶୁଦ୍ଧିକରଣ ଏବଂ ଚାଷ କୌଶଳ ବିଷୟରେ ଅନେକ ଦେଶ ଭାରତରୁ ହିଁ ଜାଣିବାକୁ ପାଇଥିଲେ ।

୪- ବିଜ୍ଞାନ ଦିବସ

ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼. ଏ ପି ଜେ ଅବଦୁଲ କଲାମଙ୍କ ୨୦୦୬ ମସିହାରେ ସୁଇଜର୍ଲ୍ୟାଣ୍ଡ ଗସ୍ତ ପରେ ତାଙ୍କ ସମ୍ମାନରେ ବିଜ୍ଞାନ ଦିବସ ପାଳନ କରାଯାଏ ।

୫- ଚନ୍ଦ୍ରଗ୍ରହରେ ଜଳ ର ଆବିଷ୍କାର

ISRO ଦ୍ୱାରା ଭାରତର ଉପଗ୍ରହ ଚନ୍ଦ୍ରୟାନ-୧ ଦ୍ୱାରା ସେପ୍ଟେମ୍ବର ୨୦୦୯ ରେ ପ୍ରଥମ ଥର ପାଇଁ ଚନ୍ଦ୍ରରେ ଜଳ ଥିବାର ଜଣା ପଡ଼ିଥିଲା ।

୬- ସ୍ୟାମ୍ପୁ

ଏହାକୁ ବିଶ୍ଵାସ କରିବା କଠିନ, କିନ୍ତୁ ସ୍ୟାମ୍ପୁର ସର୍ବ ପ୍ରଥମେ ଆବିଷ୍କାର ଭାରତରେ ବହୁ ପୁରାତନ କାଳରୁ ହୋଇଥିଲା । ବିଭିନ୍ନ ଆୟୁର୍ବେଦ ଦ୍ରବ୍ୟକୁ ନେଇ କେଶ ଧୋଇବା ପଦ୍ଧତି ଭାରତରେ ଆରମ୍ଭ ହୋଇଥିଲା । ‘ସ୍ୟାମ୍ପୁ’ ଶବ୍ଦ ଟି ‘ଚମ୍ପୁ’ ଶବ୍ଦ ରୁ ଅଣାଯାଇଛି ଯାହାର ଅର୍ଥ ହେଉଛି ମାଲିସ କରିବା ।

୭- କାଶ୍ମୀରୀ ପଶମ ବା ଉଲ

କାଶ୍ମୀରର ଶାସକ ଜେନଉଲବଦିନ ୧୫୦୦ ଶତାବ୍ଦୀରେ କାଶ୍ମୀରୀ ଉଲର ପ୍ରତିଷ୍ଠା କରିଥିଲେ ।

ମୁଁ ଭାରତୀୟ ବୋଲି ଗର୍ବିତ । ଜୟ ହିନ୍ଦ୍