ସରକାରୀ କର୍ମଚାରୀ ମାନଙ୍କ ଭଳିଆ ଯଦି ପେନସନ ପାଇବାକୁ ଚାହାନ୍ତି ତେବେ ନିହାତି ଖୋଲନ୍ତୁ ଏହି ଖାତା

Spread the love

ସରକାରୀ ଚାକିରୀ କେବଳ ଦୁଇଟା କାରଣ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଆକର୍ଷଣ ରହି ଥାଏ । ପ୍ରଥମତଃ ଚାକିରୀ ସୁରକ୍ଷିତ ରହିବା ଆଉ ଦ୍ଵିତୀୟ ରିଟାୟରମେଣ୍ଟ ବା ଅବସର ପରେ ଭଲ ପେନସନ ମିଳିବ, ଯେଉଁଥିରେ କି ବୃଦ୍ଧବସ୍ଥାଟି ସୁରୁଖୁରୁରେ କଟାଇପାରିବ । କିନ୍ତୁ ପ୍ରାଇଭେଟ ଚାକିରୀରେ ସେମିତି କିଛି ହୋଇ ନଥାଏ । ଯଦି ଆପଣ ବି ଏମିତି ଭାବୁଛନ୍ତି ତେବେ ଟିକେ ରହି ଯାଆନ୍ତୁ । ପ୍ରାଇଭେଟ ସେକ୍ଟରରେ କାମ କରୁଥିଲେ ମଧ୍ୟ ଆପଣ ରିଟାୟରମେଣ୍ଟ ପରେ ଭଲ ପେନସନର ବ୍ୟବସ୍ଥା କରିପାରିବେ । ଯଦି ଆପଣଙ୍କୁ ଏମିତି କିଛି ସ୍କିମ ବିଷୟରେ ଜଣାନାହିଁ ତେବେ ଆମର ଏହି ଖବର ଶେଷ ଯାଏଁ ନିହାତି ପଢନ୍ତୁ ।

ପ୍ରାଇଭେଟ ଚାକିରୀ କରୁଥିଲେ ମଧ୍ୟ ଆପଣ 60 ବର୍ଷ ବୟସରେ ଏକ ନିଶ୍ଚିତ ମାସିକ ପେନସନର ଯୋଗାଡ଼ କରିପାରିବେ । ଏହି କାମରେ କେନ୍ଦ୍ର ସରକାରଙ୍କର ନେସନାଲ ପେନସନ ସିଷ୍ଟମ ସ୍କିମ (ଏନପିଏଏସ) ଆପଣଙ୍କୁ ସାହାଯ୍ୟ କରିବ । ପ୍ରାଇଭେଟ ସେକ୍ଟରରେ କାମ କରୁଥିବା କୌଣସି ବ୍ୟକ୍ତି, କୃଷକ କିମ୍ବା ବ୍ୟବସାୟୀ ଯେ କୌଣସି ଭାରତୀୟ ନାଗରିକ ଏହି ସ୍କିମରେ ପୁଞ୍ଜି ନିବେଶ କରିପାରିବ । ଏଥିପାଇଁ ଏକ ଖାତା ବା ଆକାଉଣ୍ଟ ଖୋଲିବାକୁ ପଡିଥାଏ ।

ଏନପିଏସ କଣ ?

ଦେଶର ସମସ୍ତ ବ୍ୟାଙ୍କ ତରଫରୁ ଏନପିଏସ ଆକାଉଣ୍ଟର ସୁବିଧା ସର୍ବସାଧାରଣଙ୍କ ଦିଆଯାଇଥାଏ । 18 ବର୍ଷରୁ 65 ବର୍ଷ ବୟସ୍କ ବ୍ୟକ୍ତି SBIରେ NPS ଆକାଉଣ୍ଟ ଖୋଲି ପାରିବେ । ଏନପିଏସ ଆକାଉଣ୍ଟରେ ଏକ ବର୍ଷ ମଧ୍ୟରେ 6000 ଟଙ୍କା ଜମା କରିବାକୁ ପଡିଥାଏ । ଏକ ବିତ୍ତୀୟ ବର୍ଷ ମଧ୍ୟରେ ଏନପିଏସ ଖାତାରେ ନିବେଶ କରାଯାଇଥିବା 2 ଲକ୍ଷ ଟଙ୍କା ଯାଏଁ ଆୟକର ଛାଡ଼ ହୋଇଥାଏ (ଧାରା 80CCD(1) ଓ ସେକ୍ସନ 80CCD(2) ଅନ୍ତର୍ଗତ) ।

ଏନପିଏସ କେମିତି କାମ କରି ଥାଏ:-

ଯେଉଁ ବ୍ୟକ୍ତିମାନେ ଏନପିଏସ ଆକାଉଣ୍ଟ ଖୋଲନ୍ତି, ସେମାନଙ୍କୁ ଏକ ୟୁନିକ “ପରମାନେଣ୍ଟ ରିଟାୟରମେଣ୍ଟ” ଏକାଉଣ୍ଟ ନମ୍ବର ମିଳିଥାଏ । ଏନପିଏସ ଆକାଉଣ୍ଟଧାରୀ ନିଜର ସମୟସୀମା ଶେଷ ପର୍ଯ୍ୟନ୍ତ ଏଥିରେ ଟଙ୍କା ନିବେଶ କରିଥାନ୍ତି । ରିଟାୟରମେଣ୍ଟ ପରେ ବା ସମୟ ସୀମା ପରେ ଗ୍ରାହକ ଜମା କରିଥିବା ମୋଟ ରାଶିର ଏକ ଭାଗ ସମ୍ପୂର୍ଣ୍ଣ ରୂପେ ବାହାର କରିପାରିବ । ଅବଶିଷ୍ଟାଂଶ ରାଶି ଏକ ଏନ୍ୟୁଟି ବା ବାର୍ଷିକ ବୃତ୍ତି ସକାଶେ ନିବେଶ କରିବାକୁ ହୋଇଥାଏ ଯେଉଁଥିରେ ରିଟାୟରମେଣ୍ଟ ପରେ ମାସିକ ପେନସନ ମିଳିଥାଏ । ଗ୍ରାହକଙ୍କୁ ମୃତ୍ୟୁ ସ୍ଥିତିରେ ସମ୍ପୂର୍ଣ୍ଣ ରାଶି ତାଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ଦିଆଯାଇଥାଏ ।

ରିଟାୟରମେଣ୍ଟ ପରେ ସମୟ ପାଇଁ ମାସିକ ପେନସନର କେମିତି ହେବ :-

ଧରି ନିଅନ୍ତୁ ଆପଣଙ୍କର ବୟସ 30 ବର୍ଷ ଅଟେ । ଆଉ ଆପଣ NPSରେ 7,000 ଟଙ୍କାର ମାସିକ ଯୋଗଦାନ କରୁଛନ୍ତି । ତେବେ ଆପଣଙ୍କର 60 ବର୍ଷ ବୟସ ବେଳକୁ ଆପଣଙ୍କର ଆକାଉଣ୍ଟରେରେ 6 ଲକ୍ଷ 38 ହଜାର ଟଙ୍କା ଯୋଡି ଯାଇଥିବ । ଏହା ଛଡା ଆପଣଙ୍କୁ ମାସିକ 42,547 ଟଙ୍କା ଲେଖାଏଁ ମାସିକ ପେନସନ ମିଳିବା ମଧ୍ୟ ଆରମ୍ଭ ହୋଇଯାଇଥିବ ।

ମାସିକ ପେନସନ କେମିତି ହିସାବ କରିପାରିବେ :-

ଅନଲାଇନରେ ଏମିତି ବହୁତ କାଲକୁଲେଟର ଅଛି ଯାହା ଦ୍ୱାରା ଆପଣ ରିଟାୟରମେଣ୍ଟ ପରେ ବହୁତ ସହଜରେ ମାସିକ ପେନସନ ହିସାବ କରି ପାରିବେ ।