ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି – ମୋଦି ସରକାରଙ୍କ ଉପହାର !

Spread the love

ଆପଣଙ୍କୁ ଜଣାଇଦେଉଛୁ ଯେ ରେଲୱେ କର୍ମଚାରୀମାନେ ନିଜ ଦାବିର ପୁରଣ ପାଇଁ ଦୀର୍ଘ ସମୟ ଧରି ଦାବି ପ୍ରଦର୍ଶନ କରି ଆସୁଥିଲେ । ରେଳ କର୍ମଚାରୀମାନେ 47ଟି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ । ସେହି ମଧ୍ୟରୁ ଡ୍ରେସ ଅଲୋଉନ୍ସ ଓ ରେଲୱେ ରୋନିଂ କର୍ମଚାରୀଙ୍କ ପାଇଁ ରୋନିଂ ଅଲୋଉନ୍ସ ଦେବା ପାଇଁ ସରକାର ସ୍ଥିର କରିଛନ୍ତି । ରେଲୱେର ଗୁଡ୍-ସ ଗାର୍ଡ, ଲୋକୋପାଇଲଟ ଓ ଗାର୍ଡ, ମୋହାୟକ ଲୋକୋ ପାଇଲଟ ଏମାନଙ୍କୁ ଅତିରିକ୍ତ ଦରମା/ଭତ୍ତା ଦେବା ପାଇଁ ଦାବି କରି ଆସୁଥିଲେ ।

ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ସମସ୍ତ ରାଜନୈତକ ଦଳ ନିଜ ନିଜର ବୁଦ୍ଧି ଖଟାଉଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସରକାର ଦିନକୁ ଗୋଟିଏ ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । ପୁଣି ଏକ ଖୁସି ଖବର ସରକାରୀ କର୍ମଚାରୀଙ୍କୁ ମୋଦି ସରକାର ଦେବାକୁ ଯାଉଛନ୍ତି । ରେଳ କର୍ମଚାରୀଙ୍କ ରନିଂ ଆଲାଉନ୍ସ ବଢିବା ନେଇ ନିଷ୍ପତ୍ତି ହୋଇସାରିଛି । ରେଳ ବିଭାଗ ଲୋକ ପାଇଲଟ, ଆସିଷ୍ଟାଣ୍ଡ ଲୋକ ପାଇଲଟ ଓ ଗାର୍ଡମାନଙ୍କ ଦରମା ବଢାଇବ ବୋଲି ତଳେ ଦିନ ସୋସିଆଲ ମିଡିଆରୁ ଶୁଣିବାକୁ ମିଳିଛି । ଏହି କର୍ମଚାରୀଙ୍କୁ ୭ମ ବେତନ କମିଶନର ସହ ରନିଂ ଆଲାଉନ୍ସ ମଧ୍ୟ ମିଳିବ ବୋଲି ସୂଚନ ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ଗାର୍ଡ, ଲୋକ ପାଇଲଟ ଓ ଆସିଷ୍ଟାଣ୍ଡ ଲୋକ ପାଇଲଟଙ୍କୁ ପ୍ରତି ୧୦୦ କିମିରେ ୨୫୫ ଟଙ୍କା ମିଳୁଛି । କିନ୍ତୁ ବର୍ତମାନ ସମୟରେ ସେମାନଙ୍କୁ ୫୨୦ ଟଙ୍କା ମିଳିବ ।

ତେବେ ରିନିଂ ଷ୍ଟାପ କର୍ମଚାରୀ ମାନଙ୍କୁ ଏହା ଦେବା ପାଇଁ ଅନେକ ବୈଠକରେ ଆଲୋଚନା ହୋଇଥିଲା । ୨୦୧୬ ମସିହାରେ ଗଠିତ ହୋଇଥିବା ରେଳବାଇ ଆଲାଉନ୍ସ କମିଟି ୨୦୧୮ ମସିହା ଜୁନ ମାସରେ ଆଲାଉନ୍ସ ଦେବା ପାଇଁ କହିଥିଲେ । ତେବେ ରେଳବାଇରେ କାର୍ଯ୍ୟାରତା ଗାର୍ଡ ଓ ଅନ୍ୟାନ କର୍ମଚାରୀଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭକ୍ତ କରିବା ପାଇଁ ଚଳିତ ମାସ କମିଟି ନିଷ୍ପତ୍ତି ନେଇ ପାରେ ବୋଲି ସୂଚନା ମିଳିଛି । କମିଟି ନିଷ୍ପତ୍ତି ନେବା ପରେ ମେଲ-ଏକ୍ସପ୍ରେସ, ରାଜଧାନୀ, ଶତାଦ୍ଦୀ, ସୁପର ଫାଷ୍ଟ ଓ ମାଲଗାଡିରେ କାର୍ଯ୍ୟରତ ଗାର୍ଡମାନେ ଏହାର ସୁବିଧା ପାଇପାରିବେ ଅର୍ଥାତ ସେମାନଙ୍କୁ ଏଣିକି ୧୦୦ କିମିରେ ୫୨୫ ଟଙ୍କା ଲେଖାଏଁ ମିଳିବ ।

ରେଲୱେ ବିଭାଗର ଲୋକପାଇଲଟ ଓ ଗାର୍ଡ ପ୍ରତ୍ୟେକ ମାସରେ ୧୨ ହଜାରରୁ ୨୫ ହଜାର ଟଙ୍କା ଅଧିକ ପାଇବେ ବୋଲି ସୂଚନା ମିଳିଛି । ରେଳବାଇ ଏହି ନିୟମକୁ ଯଥାଶୀଘ୍ର ଲାଗୁ କରିବା ପାଇଁ କର୍ମଚାରୀମାନେ ଦାବି କରିଥିବା ନେଇ ସୂଚନା ମିଳିଛି ।