ପୁଲୱାମା ଆକ୍ରମଣ ପରେ ମୋଦି ସରକାରଙ୍କ ୫ଟି ବଡ ନିଷ୍ପତ୍ତି

Spread the love

ନୂଆଦିଲ୍ଲୀ: ଗୁରୁବାର ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶବାସୀଙ୍କୁ କ୍ଷୁବ୍ଧ କରିଦେଇଛି । ଏହି ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିବା ବେଳେ ଏବେବି ୪୦ରୁ ଅଧିକ ଯବାନ ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ପରିବର୍ତ୍ତନ କରି ଦେଇଛନ୍ତି ସରକାର । ଏବଂ ଭାରତ ସରକାରଙ୍କ ତରଫରୁ ପାକିସ୍ଥାନକୁ ଜବାବ ଦେବା ପାଇଁ ଅନ୍ତରାଷ୍ଟୀୟ ସ୍ତରରେ ହଲଚଲ କରିବାକୁ ଭିନ୍ନ ଭିନ୍ନ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଜମ୍ମୁ-କାଶ୍ମୀରର ପୁଲୱାମା ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କେନ୍ଦ୍ରରେ ମୋଦି ସରକାରଙ୍କ ତରଫରୁ ବଡ ନିଷ୍ପତ୍ତି ନିଆଯାଇଛି । ସିସିଏସ୍ ର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛଡା ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ,ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ,ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ୍ ସାମିଲ୍ ହୋଇଥିଲେ ।

୧. ପାକିସ୍ତାନରୁ ମୋଷ୍ଟ ଫେୱଡ଼ ନ୍ୟାସନ ର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଛି । ଅର୍ଥାତ ଏବେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନକୁ ଟ୍ରେଡ଼ କରିବା ପାଇଁ ଯେଉଁ ସୁଯୋଗ ମିଳୁଥିଲା ତାହା ଏବେ ବନ୍ଦ ହୋଇଯିବ।

୨. ବିଦେଶ ମନ୍ତ୍ରାଳୟ ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଅଲଗା କରିବା ପାଇଁ ସବୁ ଦେଶ ସହ କଥାବାର୍ତ୍ତା କରିବ । ଦୁନିଆ ସାମ୍ନାରେ ପାକିସ୍ତାନର ଆତଙ୍କପରସ୍ତି ଚେହେରାର ପର୍ଦ୍ଧାଫାସ୍ କରାଯିବ ।

୩. ୧୯୮୬ ରେ ଭାରତ ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କବାଦରେ ପରିଭାଷାକୁ ବଦଳାଇବା ପାଇଁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ପାସ୍ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରାଯିବ । ପ୍ରସ୍ତାବକୁ ପାସ୍ ଅନ୍ୟ ଦେଶ ଉପରେ ଚାପ ପ୍ରୟୋଗ କରାଯିବ ।

୪. ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର ସର୍ବଦଳୀୟ ବୈଠକ କରିବେ। ଏହି ବୈଠକରେ ରାଜନାଥ ସିଂହ ବିକ୍ଷପ ପାର୍ଟିଙ୍କ ସହ ବିସ୍ତାର ଭାବରେ ଆଲୋଚନା କରିବେ ।

୫. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦ ବିପକ୍ଷରେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ବହୁତ ବଡ଼ ଭୁଲ କରିଦେଲେ ଏବଂ ସେ ସେନାକୁ ମଧ୍ୟ ଖୋଲା ଛାଡି ଦେଇଛନ୍ତି ।