ସାରା ଓ ଜାହ୍ନବୀଙ୍କ ବିବାହ ଗୋଟିଏ ଘରେ ହିଁ ହୋଇପାରେ, ଦୁଇଜଣ ହୋଇପାରିଥାନ୍ତେ ଦୁଇ ଜା’ କିନ୍ତୁ….

Spread the love

ପ୍ରତିଦିନ ବଲିଓଡ଼ରେ କଳାକାର ମାନଙ୍କ ନିଜ ଚଳଚ୍ଚିତ୍ର, ଅଭିନୟ ଓ ବ୍ୟକ୍ତିଗତ ଜୀବନର ଖବର ସୋସିଆଲ ମିଡିଆରେ ଆସିଥାଏ । ପ୍ରାୟତଃ ସେମାନେ ନିଜ ବ୍ୟକ୍ତିଗତ ଜୀବନର ସମ୍ପର୍କକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହନ୍ତି । ସବୁଦିନ କଳାକାରମାନଙ୍କ ଅଫେର ଓ ବ୍ରେକଅପର ଖବର ମଧ୍ୟ ଆସିଥାଏ । ସେମାନେ କଳାକାର ହୁଅନ୍ତୁ କିମ୍ବା କଳାକାର ମାନଙ୍କର ପୁଅ ଝିଅ ହୋଇଥାନ୍ତୁ । ସମସ୍ତଙ୍କ ଉପରେ ଗଣମାଧ୍ୟମର ନଜର ସବୁବେଳେ ରହିଥାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗତବର୍ଷ ହିଁ ଜାହ୍ନବୀ କପୂର ଓ ସାରା ଅଲି ଖାନ୍ ବଲିଓଡ଼ରେ ଡେବ୍ୟୁ କରିଥିଲେ । ଏହି ଦୁଇଜଣ ନାୟିକାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ଏହି ଦୁଇ ଅଭିନେତ୍ରୀଙ୍କ ଚର୍ଚ୍ଚା ଚଳଚ୍ଚିତ୍ର ଆସିବା ପୂର୍ବରୁ ହିଁ ହେଉଥିଲା । କିନ୍ତୁ ଚଳଚ୍ଚିତ୍ର ଆସିବା ପରେ ଏମାନଙ୍କ ସମର୍ଥକମାନେ ଏମାନଙ୍କ ବିଷୟରେ ସବୁକଥା ଜାଣିବା ପାଇଁ ଉତ୍କଣ୍ଠିତ ହୋଇଗଲେ ।

ଜାହ୍ନବୀ ଓ ସାରା ଦୁଇଜଣ ବଲିଓଡ଼ରେ ଡେବ୍ୟୁ କରିବାର ଅଧିକ ସମୟ ହୋଇନାହିଁ । କିନ୍ତୁ ଏହାପରେ ମଧ୍ୟ ତାଙ୍କ ନାମ କେତେ କଳାକାର ମାନଙ୍କ ସହିତ ଯୋଡ଼ା ଯାଉଛି । କିନ୍ତୁ ଏହି କଥା ହୁଏତ କେହି ଜାଣିଥିବେ ଯେ, ସାରା ଏବଂ ଜାହ୍ନବୀ ଉଭୟ ହିଁ ଗୋଟେ ରାଜନେତାଙ୍କ ଘରରୁ ଦୁଇ ଭାଇଙ୍କୁ ଡେଟ୍ କରୁଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଜାହ୍ନବୀ ଓ ସାରା ଯେଉଁ ଦୁଇ ପୁଅଙ୍କୁ ଡେଟ୍ କରୁଥିଲେ; ସେ ଦୁଇ ଜଣ ଦୁଇଭାଇ ଥିଲେ । ଯେଉଁଠାରେ କି ସାରାଙ୍କ ନାମ କଂଗ୍ରେସ ରାଜନେତାଙ୍କ ନାତି ବୀର ପାହାଡିଆଙ୍କ ସହିତ ଯୋଡ଼ା ଯାଇଥିଲା ସେତେବେଳେ ଜାହ୍ନବୀଙ୍କ ନାମ ତାଙ୍କ ଭାଇ ଶିଖର ପାହାଡିଆଙ୍କ ସହିତ ଯୋଡ଼ା ଯାଉଥିଲା ।

ଆପଣଙ୍କୁ କହି ରଖୁଛୁ ଯେ, ସାରା ଅଲ୍ଲି ଖାନ ନିଜେ ବୀର ପାହାଡିଆ ଏବଂ ତାଙ୍କ ମଧ୍ୟରେ ସମ୍ପକ ଅଛି ବୋଲି ଗ୍ରହଣ କରିଥିଲେ । ସେ କରନ ଜୋହରଙ୍କ ଚେଟ ଶୋ’ କଫି-ବିଥ-କରନରେ ଏହି କଥାର ଖୁଲାସା କରିଥିଲେ ଯେ ସେ ରିଲେସନସିପ ବା ସମ୍ପର୍କରେ ରହି ସାରିଛନ୍ତି ଓ ଯାହା ସହିତ ସେ ସମ୍ପର୍କରେ ଥିଲେ ସେ କଂଗ୍ରେସ ରାଜନେତା ଓ ପୂର୍ବ କେନ୍ଦ୍ରୀୟ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ବୀର ପାହାଡିଆ ଅଟନ୍ତି । ସେଫ ମଧ୍ୟ ସାରା ଏବଂ ବୀରଙ୍କ ଏହି ସମ୍ପର୍କ ବିଷୟରେ ଜାଣିଥିଲେ । ସେ ଖାଲି ବୀରଙ୍କୁ ଦେଖା କରି ନଥିଲେ ବରଂ ତାଙ୍କ ସହିତ ଡ୍ରିଙ୍କ ମଧ୍ୟ କରିଥିଲେ । କିନ୍ତୁ ପରେ ସାରା ଓ ବୀରଙ୍କ ବ୍ରେକଅପ୍ ହୋଇଗଲା ।

ସେଠାରେ ଯଦି ଆମେ ଜାହ୍ନବୀଙ୍କ ବିଷୟରେ ଆଲୋଚନା କରିବା ତା’ହେଲେ ସେ ବୀରଙ୍କ ଭାଇ ଶିଖର ପାହାଡିଆଙ୍କୁ ଡେଟ୍ କରୁଥିଲେ କିନ୍ତୁ ତାଙ୍କର ମଧ୍ୟ ଏହି ସମ୍ପର୍କର ବେଶୀ ଦିନ ଚାଲିପାରି ନଥିଲା ଓ ଦୁଇଜଣଙ୍କ ବ୍ରେକଅପ୍ ହୋଇଗଲା । କିନ୍ତୁ ଯଦି ସାରା ଓ ଜାହ୍ନବୀଙ୍କ ସମ୍ପର୍କ ବୀର ଓ ଶିଖରଙ୍କ ସହ ଚାଲିଥାନ୍ତା; ତେବେ ଦୁଇଜଣ ଗୋଟିଏ ଘରରେ ହିଁ ବୋହୂ ଓ ଦୁଇ ଜା’ ହୋଇଥାନ୍ତେ । କିନ୍ତୁ ବର୍ତ୍ତମାନ ଦୁଇଜଣ ବଲିଉଡ଼ରେ ଡେବ୍ୟୁ କରିସାରିଛନ୍ତି ଏବଂ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି ।

କହିବାକୁ ଗଲେ ସାରା ଏବଂ ଜାହ୍ନବୀ ଦୁଇଜଣ ବହୁତ ଭଲ ସାଙ୍ଗ ମଧ୍ୟ ଅଟନ୍ତି ଓ ଏକା ସାଥିରେ ବହୁତ ଭଲ ସମ୍ପର୍କ ନିଭାନ୍ତି । ସାରା ଓ ଜାହ୍ନବୀଙ୍କୁ କେତେ ଥର ଏକ ସହିତ ସମୟ ବିତାଇବାର ଦେଖିବାକୁ ମିଳିଛି ଏବଂ ଦୁହେଁ ପରସ୍ପରର ପ୍ରଶଂସା ମଧ୍ୟ କରିଥାନ୍ତି । ଶୋପିଙ୍ଗ କରିବା ପାଇଁ ମଧ୍ୟ ଦୁହେଁ ସାଥିରେ ଯାଇଥାନ୍ତି । ଯଦି ତାଙ୍କ କାମ ବିଷୟରେ କଥା ହେବା ତା’ହେଲେ ଜାହ୍ନବୀ ଚଳଚ୍ଚିତ୍ର ତଖତ ଓ IAF ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକରେ ନଜର ଆସିବେ । କରନ ଜୋହର ନିକଟରେ ହିଁ କହିଥିଲେ ଯେ, ସେ ଦୋସ୍ତନା ଚଳଚ୍ଚିତ୍ରର ପାର୍ଟ-୨ ନେଇ ଆସିବେ । ଯେଉଁଠାରେ କି ସାରା ଅଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନ ନଜର ଆସିବେ । କିନ୍ତୁ ଚଳଚ୍ଚିତ୍ରରେ ଆଉ ଜଣେ ହିରୋ କିଏ ହେବେ ଏହି କଥାର ଖୁଲାସା ଏବେ ପର୍ଯ୍ୟନ୍ତ ହୋଇନାହିଁ ।

ଯଦି ସାରା ଅଲି ଖାନଙ୍କ କାମ ବିଷୟରେ ଆଲୋଚନା କରିବା, ତା’ହେଲେ ତାଙ୍କ ପାଖରେ ମଧ୍ୟ ବହୁତ ଗୁଡିଏ ଚଳଚ୍ଚିତ୍ର ଅଛି । ସାରା ଶୀଘ୍ର ହିଁ ଇମତିଆଜ ଅଲିଙ୍କ ଚଳଚ୍ଚିତ୍ର “ଲବ ଆଜ କଲ୍”ର ପାର୍ଟ-୨ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ନଜର ଆସିବେ । ସାରା ବରୁଣ ଧବନଙ୍କ ସହିତ ଚଳଚ୍ଚିତ୍ର “କୁଲି ନମ୍ବର-୧”ର ପାର୍ଟ-୨ରେ ମଧ୍ୟ କାମ କରୁଛନ୍ତି । ସେମିତିରେ ମଧ୍ୟ ଦର୍ଶକ ସାରା ଓ କାର୍ତ୍ତିକଙ୍କ ଅନ ସ୍କ୍ରିନ କେମେଷ୍ଟ୍ରି ଦେଖିବା ପାଇଁ ବହୁତ ଆନନ୍ଦିତ ଅଛନ୍ତି ।