ମୁହଁ ଲୁଚେଇ ବୁଲୁଥିଲେ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ, ସମ୍ନାକୁ ଆସିଛି ଫୋଟ । ଜାଣନ୍ତୁ କଣ ଘଟଣା ?

Spread the love

ଏହି କଥାରେ କିଛି ସନ୍ଦେହ ନାହିଁ ଯେ ସାରା ଅଲ୍ଲୀ ଖାନ ବଲିଉଡର ନୂଆ ପୀଢିର ଏକ ଲୋକପ୍ରିୟ ଅଭିନେତ୍ରୀ । ସୋସିଆଲ ମିଡିଆରେ ତାଙ୍କର କୋଟି କୋଟି ସମର୍ଥକ ଅଛନ୍ତି । ସାରା ବଲିଉଡରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଦୁଇଟି ଚଳଚ୍ଚିତ୍ର କରିଛନ୍ତି କିନ୍ତୁ ଏହା ପରେ ମଧ୍ୟ ସେ ଏତେ ପ୍ରସିଦ୍ଧ ହୋଇଯାଇଛନ୍ତି ଯେ, କିଏ ମଧ୍ୟ ଦେଖିଲେ ତାଙ୍କୁ ସହଜରେ ଚିହ୍ନି ପାରିବେ । ଏତିକି ହିଁ ନୁହେଁ ଏବେ ଠାରୁ ତାଙ୍କର ଗଣନା ବଲିଉଡର ‘ଏ’ ଗ୍ରେଡ ଅଭିନେତ୍ରୀଙ୍କ ସହ କରାଯାଉଛି । ସାରା ଲୋକପ୍ରିୟତା ହାସଲ କରିବା ପଛରେ ଦୁଇଟି କାରଣ ରହିଛି । ପ୍ରଥମଟି ହେଲା ସେ ବହୁତ ସାଧସିଧା ଭେଷରେ ରହିଲେ ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି ଏବଂ ଦ୍ଵିତୀୟଟି ହେଲା ଜମି ସହ ସମ୍ବନ୍ଧିତ ତାଙ୍କର ପ୍ରକୃତି ଲୋକଙ୍କୁ ବହୁତ ଆକର୍ଷଣ କରେ । ସାରାଙ୍କ ବିଷୟରେ କୁହାଯାଏ କି ସେ କେବେ ତାଙ୍କର ସ୍ଥାନକୁ ନେଇ ଗର୍ବ କରନ୍ତି ନାହିଁ । ତାଙ୍କର ବ୍ୟବହାର ସମସ୍ତଙ୍କ ସହିତ ବିନମ୍ର ଭାଵରେ ହୋଇଥାଏ । ଛାଡ଼ନ୍ତୁ ଏହା ତ ଥିଲା ସାରାର କଥା, କିନ୍ତୁ ସାରା ଯୋଗୁଁ ଆଉ ଜଣେ ଅଭିନେତା ଚର୍ଚ୍ଚାରେ ଆସନ୍ତି । ଏହି ଦୁଇ ଜଣଙ୍କ ପ୍ରେମ କୋଣକୁ ସବୁବେଳେ ଯୋଡ଼ି କରି କୁହାଯାଏ । ବର୍ତ୍ତମାନ ଆପଣ ବୁଝି ଯାଇଥିବେ ଯେ, ଆମେ ଏଠାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବିଷୟରେ କହୁଛୁ ।

ଯଦି ଆପଣଙ୍କ ମନେ ଅଛି, ତେବେ ସାରା ଯେତେବେଳେ କରଣ ଜୋହାରଙ୍କ ‘କଫି ବିଥ କରଣ’ ସୋ’ରେ ଆସିଥିଲେ, ସେତେବେଳେ ସେ କହିଥିଲେ’, ତାଙ୍କୁ କାର୍ତ୍ତିକ ବହୁତ ସୁନ୍ଦର ଲାଗନ୍ତି ଏବଂ ସେ ତାଙ୍କ ସହ ସମୟ ବିତେଇବାକୁ ଚାହିଁବେ । ଏହା ପରଠାରୁ ଦୁଇ ଜଣକୁ ନେଇ ପ୍ରେମର କୋଣ ସୃଷ୍ଟି ହେବାରେ ଲାଗିଲା । ଏହା ପରେ ସାରା ଏବଂ କାର୍ତ୍ତିକକୁ ଅନେକଥର ଏକାଠି ଦେଖିବାକୁ ମିଳିଛି । ଏହି ସମୟରେ ସାରା ଏବଂ କାର୍ତ୍ତିକର ଏକ ଫୋଟ ଚାରିଆଡେ ବ୍ୟାପିଛି । ଏହି ଫୋଟରେ ସାରା ଏବଂ କାର୍ତ୍ତିକ ମଝି ରାସ୍ତାରେ ସେଲିଫି ନେଉଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ, ଏମାନେ ଦୁଇଜଣ ମୁହଁରେ କପଡ଼ା ବାନ୍ଧିଛନ୍ତି । ଏମିତିରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଏମିତି କଣ ହୋଇଛି ଯେ ସାରା ଏବଂ କାର୍ତ୍ତିକ ମୁହଁ ଲୁଚେଇ ବୁଲୁଛନ୍ତି ।

ପ୍ରକୃତରେ ନିକଟରେ ଇଦ ପର୍ବ ଯୋଗୁଁ ଦୁଇ ଜଣ ମସଜିଦ ଯାଇଥିଲେ । ଏହି ଫୋଟଟି ମଧ୍ୟ ମସଜିଦ ବାହାରର ଅଟେ । ଏହି ପରିପ୍ରେକ୍ଷୀରେ ଦୁଇଜଣ ମୁହଁରେ କପଡା ବାନ୍ଧି ଥିଲେ । କାରଣ ଜାଗା ଭିଡ଼ ହୋଇଥିବାରୁ କିଏ ତାଙ୍କୁ ଚିହ୍ନି ପାରିବେ ନାହିଁ । କୁହାଯାଏ କି ପ୍ରକୃତରେ ଫିଲ୍ମ କଳାକାର ମାନେ ସାଧାରଣ ଭାବରେ ସଡକରେ ବୁଲି ପାରନ୍ତି ନାହିଁ । ସବୁବେଳେ ତାଙ୍କ ସମର୍ଥକ ମାନେ ତାଙ୍କୁ ଘେରି ଦିଅନ୍ତି । ବୋଧେ ଏହି କାରଣରୁ ସାରା ଏବ କାର୍ତ୍ତିକ ଦୁଇଜଣ ମୁହଁରେ କପଡ଼ା ବାନ୍ଧି ସାଧାରଣ ଲୋକଙ୍କ ଭଳି ମସଜିଦ ଚାଲି ଯାଇଥିଲେ ।

ଏହି ଫୋଟଟିକୁ କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଇଂଷ୍ଟଗ୍ରାମରେ ସେୟାର କରିଛନ୍ତି । ଫୋଟ ସହିତ ସେ ଲେଖିଛନ୍ତି ଯେ, ‘ଇଦ ମୁବାରଖ’ । କାର୍ତ୍ତିକ ଏବଂ ସାରାଙ୍କର ଏହି ଫୋଟଟିକୁ ତାଙ୍କ ସମର୍ଥକ ଅନେକ କମେଣ୍ଟ କରିଛନ୍ତି ଓ ପସନ୍ଦ ମଧ୍ୟ କରିଛନ୍ତି । ଲୋକମାନେ ସବୁବେଳେ କାର୍ତ୍ତିକ ଓ ସାରାଙ୍କର ଯୋଡିକୁ ପସନ୍ଦ କରୁଛନ୍ତି । କାମ କଥା ଯଦି କହିବା, ଅତିଶୀଘ୍ର ଏମାନେ ଦୁଇଜଣ ଫିଲ୍ମ ‘ଲଭ ଆଜକାଲ’ରେ ନଜର ଆସିବେ ।