କଂଗ୍ରେସ ପଦକୁ ପ୍ରତ୍ୟାହାର କରିଥିବା ସପନା ଚୌଧରୀଙ୍କୁ ବିଜେପି ଏକ ବଡ ଦାୟିତ୍ଵ ଦେଇଛି

କଂଗ୍ରେସ ପଦକୁ ପ୍ରତ୍ୟାହାର କରିଥିବା ସପନା ଚୌଧରୀଙ୍କୁ ବିଜେପି ଏକ ବଡ ଦାୟିତ୍ଵ ଦେଇଛି……
ଦିଲ୍ଲୀ ଭାଜପା ଅଧକ୍ଷ୍ୟ ମୋନଜ ତିଵାରୀଙ୍କ ସହ ସପନାଙ୍କ ଦେଢ ଘଣ୍ଟା ପର୍ଯ୍ୟନ୍ତ ବାର୍ତ୍ତାଳାପର ରିପୋର୍ଟ …..
ରାଜନୈତିକ ବିବାଦରେ ଘେରି ହୋଇଥିବା ହରିୟଣୀ ନର୍ତ୍ତକୀ ସପନା ଚୌଧରୀ ବିଜେପିର ଷ୍ଟାର ପ୍ରଚାରକ ସାଜି ପାରନ୍ତି । ରିପୋର୍ଟ ଅନୁସାରେ ବିଜେପି ସପନାଙ୍କୁ ନିର୍ବାଚନ ପ୍ରଚାରର ଦାୟିତ୍ଵ ଦେଇଛି । କହିବାକୁ ଚାହୁଞ୍ଚୁ ସପନା ବର୍ତ୍ତମାନ ପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି କିନ୍ତୁ କୁହାଯାଇଛି ରବିବାର ଦିନ ସପନା ଦିଲ୍ଲୀରେ ଭାଜପାର ପ୍ରଦେଶ ଅଧକ୍ଷ୍ୟ ମୋନଜ ତିଵାରୀଙ୍କ ସହ ସାକ୍ଷାତ କରିଥିଲେ ଓ ଏହି ସାକ୍ଷାତ ପରେ ସପନାଙ୍କୁ ଷ୍ଟାର ପ୍ରଚାରକର ଦାୟିତ୍ଵ ମିଳିଛି । ପାଖାପାଖି ଦେଢ ଘଣ୍ଟା ଚାଲିଥିବା ମୋନଜ ଓ ସପନା ଚୌଧରୀଙ୍କ ସାକ୍ଷାତକାର ।
ଦେଢ ଘଣ୍ଟା ଚାଲିଥିବା ମୋନଜ ଓ ସପନା ଚୌଧରୀଙ୍କ ସାକ୍ଷାତକାର :
କହିବାକୁ ଚାହୁଞ୍ଚୁ; ସପନା ଚୌଧରୀ ଏହିପରି ଏକ ନାମ ଯାହା ପୁରା ଭାରତର ଜନ ସାଧାରଣ ଜାଣିଛନ୍ତି । ସପନା ହରିୟାନାର ନର୍ତ୍ତକୀ ଯିଏ, ଦେଶର ସବୁ ସ୍ଥାନକୁ ଯାଇ ନିଜ ଷ୍ଟେଜ ଶୋ ମାଧ୍ୟମରେ ଜନ ସାଧାରଣଙ୍କୁ ଆକୃଷ୍ଟ କରିବାରେ ସିଦ୍ଧହସ୍ତ । ସପନା ବିଗ୍-ବସ୍ ରେ ଭାଗ ନେଇ ଖୁବ୍ ନାମ କମେଇଥିଲେ । ଅତୀତରେ ସପନା ଚୌଧରୀ ରାଜନୈତିକ ବିବାଦ ଫଳରେ ଖୁବ୍ ଚର୍ଚାରେ ରହିଥିଲେ । ୨୪ ମାର୍ଚ୍ଚରେ କଂଗ୍ରେସ ନେତା ଓ ଚଳଚିତ୍ର ଅଭିନେତା ରାଜ ବାବର ନିଜ ଟୁଇଟର୍ ଜରିଆରେ ସୂଚନା ଦେଇଛନ୍ତି ଯେ, ସପନା କଂଗ୍ରେସ ଦଳରେ ଯୋଗ ଦେଇସାରିଛନ୍ତି । କିନ୍ତୁ କିଛି ଘଣ୍ଟାର ବ୍ୟବଧାନ ପରେ ସପନା ଚୌଧରୀ ଏହି ସୂଚନାଟିକୁ ଭୁଲ କହି, ସିଧା ସିଧା ମନା କରିଦେଇଛନ୍ତି, ଯେ ସେ କଂଗ୍ରେସରେ ଯୋଗ ଦେଇନାହାନ୍ତି । ଯାହାଫଳରେ ଏହା ବିବାଦ ଘେରରେ ରହିଛି । ଏଥିରୁ ଜଣାପଡୁ ନାହିଁ, କିଏ ସତ କହୁଛି ? ସପନା ଚୌଧରୀ ନା କଂଗ୍ରେସ ! କଂଗ୍ରେସ ଏହି ଘଟଣାର କିଛି ଭିଡିଓ ମିଡିଆରେ ପୋଷ୍ଟ କରିସାରିଛି । କିନ୍ତୁ ସପନା ଚୌଧରୀ ମନା କରିଛନ୍ତି ଓ କହିଛନ୍ତି ସେ କଂଗ୍ରେସରେ ଯୋଗ ଦେଇନାହାନ୍ତି ।