ମନୁଷ୍ୟ ପାଇଁ ଏହି ଗଛ କୌଣସି ସଂଜୀବନି ବୁଟି ଠାରୁ କମ୍ ନୁହେଁ….

Spread the love

ପ୍ରକୃତିରେ ଅନେକଗୁଡ଼ିଏ ଶୁଦ୍ଧ ଜିନିଷ ରହିଛି ଯାହା ଅନ୍ୟ କେଉଁଠି ନାହିଁ । ଯେଉଁ ଜିନିଷ ପ୍ରାକୃତିକ ହୋଇଥାଏ, ସେ ଜିନିଷ ସବୁଠାରୁ ଅଧିକ ଭଲ ହୋଇଥାଏ । ଏତିକି ନୁହେଁ, ପ୍ରକୃତି କେବଳ ଦେଖିବାରେ ସୁନ୍ଦର ହୋଇନଥାଏ, ବରଂ ସେଥିରେ ସବୁ ଏମିତି ଜିନିଷ ନିହିତ ହୋଇ ରହିଥାଏ, ଯାହା ଅନ୍ୟ କେଉଁଠାରେ ଆପଣଙ୍କୁ ମିଳିବ ହିଁ ନାହିଁ । ପ୍ରକୃତିକୁ ସ୍ବାସ୍ଥ୍ୟର ଗନ୍ତାଘର କୁହାଯାଉଛି, ଯାହାର ସାହାର୍ଯ୍ୟରେ ଆମେ ବଡ଼ ରୁ ବଡ଼ ରୋଗକୁ ସହଜରେ ଠିକ୍ କରିପାରିବା । କିନ୍ତୁ ଏଥିପାଇଁ ପ୍ରକୃତି ସମ୍ବନ୍ଧିତ କିଛି ତଥ୍ୟ ଜାଣିବା ନିହାତି ଦରକାର । ଏହି ପୋଷ୍ଟରେ ଆମେ ଆଜି ଆପଣଙ୍କୁ ଏମିତି ସ୍ୱତନ୍ତ୍ର ବୃକ୍ଷ ବିଷୟରେ କହିବାକୁ ଯାଉଛୁ, ଯାହାର ସାହାର୍ଯ୍ୟରେ ସବୁ ରୋଗର ଉପଚାର ହୋଇପାରିବ ବା ସବୁ ରୋଗରୁ ମୁକ୍ତି ପାଇପାରିବେ । ତାହେଲେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ କଣ ଖାସ୍ ଅଛି ? ଆୟୁର୍ବେଦିକ ଔଷଧରେ ପରିପୂର୍ଣ୍ଣ ଏହି ଗଛରୁ ବଡ଼ରୁ ବଡ଼ ରୋଗ ମଧ୍ୟ ଠିକ୍ ହୋଇପାରିବ ଏବଂ ନିଜର ପରିବାରକୁ ଫିଟ୍ ଏବଂ ସୁସ୍ଥ ରଖିପାରିବେ ।

ଆଜ୍ଞା ହଁ, ଏହି ଗଛର ନାମ ସଦାବିହାରୀ ଅଟେ । ଯାହା ନିଜର ସୌନ୍ଦର୍ଯ୍ୟ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟେ। ସଦାବିହାରୀ ଗଛ ଯେତିକି ଅଧିକ ସୁନ୍ଦର ଅଟେ, ସେତିକି ହିଁ ଅଧିକ ଦରକାରୀ ଅଟେ ଏବଂ ମହିଳାମାନଙ୍କ ପାଇଁ ଏହା କୌଣସି ଆଶୀର୍ବାଦରୁ କମ ନୁହେଁ । ଆସନ୍ତୁ ଜାଣିବା ଏହି ଗଛର ଉପକାରୀତା ବା କଣ ଲାଭ ହୋଇଥାଏ ?

ସଦାବିହାରୀ ଗଛର ଲାଭ :

ଏହି ଗଛକୁ ଆପଣ ନିଜ ଘରେ ମଧ୍ୟ ଲଗେଇ ପାରିବେ । ତା’ହେଲେ ଆସନ୍ତୁ ଜାଣିବା ଏହି ଗଛରୁ କେମିତି ଲାଭ ଉଠାଇ ପାରିବେ ।

୧) କୁଣ୍ଡିଆ ଜନିତ ସମସ୍ୟା :-

ଯଦି ଆପଣଙ୍କର କିମ୍ବା ଆପଣଙ୍କ ଘରେ କାହାକୁ କୁଣ୍ଡିଆ ହେଉଛି, ତାହେଲେ ଆପଣଙ୍କ ପାଈଁ ସଦାବିହାରୀ ଗଛ ଆଶୀର୍ବାଦ ଅଟେ । କୁଣ୍ଡିଆ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଏହି ଗଛର ପତ୍ରକୁ ପେଶୀ କରି, କୁଣ୍ଡିଆ ହେଉଥିବା ଜାଗା ଲଗାଇ ଦିଅନ୍ତୁ, ଯାହା ଦ୍ୱାରା ଆପଣଙ୍କୁ ବହୁତ ଶୀଘ୍ର ଆରାମ ମିଳିପାରିବ । ଏହି ପ୍ରକ୍ରିୟାକୁ ଦିନରେ ଦୁଇଥର କରନ୍ତୁ ।

୨) ତ୍ୱଚା ସମ୍ଵଦ୍ଧିତ ସମସ୍ୟା ନିମନ୍ତେ :

ଯଦି ଆପଣଙ୍କର ସ୍କିନ୍ ବା ତ୍ୱଚା ସମ୍ଵଦ୍ଧିତ କୌଣସି ସମସ୍ୟା ଅଛି, ଯେପରି ବ୍ରଣ ଏବଂ ଦାଗ ଆଦି…. ତାହେଲେ ଆପଣ ସଦାବିହାରୀ ଗଛ ଫୁଲର ରସ ବାହାର କରି ଯେଉଁ ଜାଗାରେ ବ୍ରଣ ବା ଦାଗ ହୋଇଥିବ, ସେହି ଜାଗାରେ ଲଗେଇ ଦିଅନ୍ତୁ, ଏମିତି କରିବା ଦ୍ୱାରା ଆପଣଙ୍କର ସ୍କିନ୍ ବା ତ୍ୱଚା ସମ୍ଵଦ୍ଧିତ ସମସ୍ୟା ଶୀଘ୍ର ଦୂର ହୋଇଯିବ ଏବଂ ଆପଣଙ୍କ ଚେହେରା ଆଗ ଭଳି ଚମକି ଉଠିବ ।

୩) ଡା଼ଇବେଟିସ୍:-

ଯଦି ଆପଣଙ୍କ ଘରେ କେହି ଡା଼ଇବେଟିସର ରୋଗୀ ଥିବେ ବା ଆପଣ ନିଜେ ଡା଼ଇବେଟିସ୍ ରୋଗୀ, ତେବେ ଆପଣଙ୍କ ପାଈଁ ସଦାବିହାରୀ ଗଛ କୌଣସି ସଞ୍ଜିବନୀରୁ କମ୍ ନୁହେଁ । ଏହି ଗଛର ଥିବା ଏଲକଲାଇଡ୍ ପେଂକ୍ଲିୟାଜର ବିଟା ଶରୀରର କୋଷକୁ ଦୃଢ କରିଥାଏ । ଯେଉଁଥିପାଈଁ ଶରୀରେ ଇନସୁଲିନ୍ ନିୟନ୍ତ୍ରିତ ଓ ଠିକ୍ ମାତ୍ରାରେ ରଖିଥାଏ । ଆପଣ ସଦାବିହାରୀ ଗଛର ପତ୍ରକୁ ପେଶୀ କରି, ତାହାର ରସ ପିଇବା ବା ତାର ପତ୍ର, ଫୁଲକୁ ଚୋବାଇ ଖାଇବା ଦ୍ୱାରା ଡା଼ଇବେଟିସ୍ ପରି ରୋଗରୁ ତ୍ରାହି ମିଳିପାରିବ ।

୪) ବ୍ଲଡ଼ ପ୍ରେସର:-

ଯଦି ଆପଣଙ୍କର ବ୍ଲଡ଼ ପ୍ରେସର୍ କଣ୍ଟ୍ରୋଲରେ ରହୁନାହିଁ, ତା’ହେଲେ ଆପଣଙ୍କ ପାଇଁ ଏହି ଗଛ ଆଶୀର୍ବାଦ ଅଟେ । ଏହି ଗଛର ଚେରରେ ଅଜ୍ମଲସିନ୍ ନାମକ ଏଲକଲାଇଡ୍ ରହିଥାଏ, ଯାହା ବ୍ଲଡ଼ପ୍ରେସରକୁ କଣ୍ଟ୍ରୋଲ୍ କରିବାରେ ସାହାର୍ଯ୍ୟ କରିଥାଏ । ଏହିପରି ସ୍ଥିତିରେ ବ୍ଲଡ୍ ପ୍ରେସର୍ କୁ ନିୟନ୍ତ୍ରିତ ରଖିବା ପାଇଁ ଆପଣଙ୍କୁ ପ୍ରତିଦିନ ସକାଳେ ଏହି ଗଛର ଚେରକୁ ଚୋବେଇବା ଦରକାର ।

୫) କ୍ୟାନସର୍:-

କ୍ୟାନସର୍ ରୋଗୀମାନଙ୍କ ପାଈଁ ଏହି ଗଛ ବହୁତ ଲାଭକାରୀ ହୋଇଥାଏ । ବୈଜ୍ଞାନିକଙ୍କ ଗବେଷଣା ରିପୋର୍ଟ ଅନୁସାରେ, ସଦାବିହାରୀ ଗଛର ପତ୍ରରେ ବିନ୍କ୍ରିଷ୍ଟିନ୍ ଓ ବିମ୍ବଲାଷ୍ଟିନ୍ ନାମକ ଏଞ୍ଜାଇମ୍ ରହିଛି, ଯାହା କ୍ୟାନସର ପରି ରୋଗ ଠାରୁ ରକ୍ଷା କରିଥାଏ । ଏମିତିରେ କ୍ୟାନସର୍ ର ରୋଗକୁ ଏହାର ପତ୍ରକୁ ଚଟୁଣୀ କରି ପ୍ରତିଦିନ ଦେବା ପାଇଁ କୁହାଯାଇଥାଏ ।