ସଞ୍ଜୟ ଦତ୍ତଙ୍କ ଦୁଇ ଭଉଣୀ ତାଙ୍କ ପତ୍ନୀଙ୍କୁ ଘୃଣା କରୁଥିଲେ । ସମସ୍ତଙ୍କ ସମ୍ମୁଖରେ ଭଉଣୀ ଦୁଇଜଣ କହିଥିଲେ ଯେ, ଏହି ମହିଳା ଜଣକ ଠିକ ଧରଣର ନୁହେଁ ।

Spread the love

କୁହାଯାଏ ଯେ, ନଣନ୍ଦ ଓ ଭାଉଜଙ୍କ ସମ୍ପର୍କରେ ଅତିକମ କ୍ଷେତ୍ରରେ ହିଁ ମଧୁରତା ଦେଖାଯାଏ । ଏମିତି ହିଁ କିଛି ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଓ ତାଙ୍କ ଦୁଇ ଭଉଣୀ ପ୍ରିୟା ଏବଂ ନମ୍ରତା ଦତ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଘଟଣାଟି ୨୦୦୯ ମସିହାର ଅଟେ । ଯେତେବେଳେ ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ ସର୍ବସାଧାରଣଙ୍କ ସମ୍ମୁଖରେ ମାନ୍ୟତାଙ୍କୁ ଅପମାନ କରି କହିଥିଲେ ଯେ, “ସେ (ମାନ୍ୟତା) ସଞ୍ଜୟ ଦତ୍ତଙ୍କ ପତ୍ନୀ ନୁହଁନ୍ତି । ସେ ସୁନୀଲ ଓ ନର୍ଗିସ ଦତ୍ତଙ୍କ ବୋହୂ ମଧ୍ୟ ନୁହଁନ୍ତି । ସେ କେବଳ ଜଣେ ମହିଳା ଯିଏ କି ମୋ ଭାଇଙ୍କୁ ଫସାଇଛନ୍ତି।”

ମାନ୍ୟତାଙ୍କ ପ୍ରେମରେ ପାଗଳ ସଞ୍ଜୟ ଦତ୍ତ ଯେବେ ଏହି କଥା ଶୁଣିଲେ; ତେବେ ସେ ତାଙ୍କ ଭଉଣୀଙ୍କ ଉପରେ ରାଗିଯାଇ ତାଙ୍କୁ କହିଥିଲେ ଯେ, ବାପାଙ୍କ ନାମ ମଝିରେ ଟାଣିବା ଉଚିତ ନୁହେଁ । ଏକ ଇନତାଭୟୁ କଥାବାର୍ତ୍ତା ହେଉଥିବା ସମୟରେ ସଞ୍ଜୟ ଦତ୍ତ ଏହି ବିଷୟରେ କହିଲେ ଯେ, “ମୋ ଭଉଣୀ ପ୍ରିୟା ଏହି କଥାରୁ ଓହରି ଯାଇଛି ଯେ, ସେ ମୋ ପତ୍ନୀଙ୍କ ବିରୋଧରେ ଅଛି । ଯଦି ପ୍ରିୟା ମାନ୍ୟତାଙ୍କ ବିଷୟରେ କିଛି ମଧ୍ୟ ଖରାପ କହିଛି; ତେବେ ପରିବାରର ବଡ଼ ସଦସ୍ୟ ହୋଇଥିବା ହେତୁ ମୁଁ ତାକୁ କ୍ଷମା କରି ଦେଇଛି । ପ୍ରିୟା ମୋର ରକ୍ତର ଭଉଣୀ ଅଟେ ଏବଂ ଏହି କଥାକୁ କେହି ବଦଳେଇ ପାରିବେ ନାହିଁ ଏବଂ ମାନ୍ୟତା ନର୍ଗିସ ଓ ସୁନୀଲ ଦତ୍ତଙ୍କର ବୋହୂ ଅଟନ୍ତି ଓ ଏହି କଥାକୁ ମଧ୍ୟ କେହି କାଟି ପାରିବେ ନାହିଁ । ଏହି ଘରେ କେବଳ ଏକମାତ୍ର ଶ୍ରୀଯୁକ୍ତ ଓ ଶ୍ରୀମତୀ ଦତ୍ତ ଅଛନ୍ତି ଓ ସେ ଦୁଇଜଣ ହେଉଛୁ “ମୁଁ ଏବଂ ମୋ ପତ୍ନୀ ମାନ୍ୟତା ।”

ସଞ୍ଜୟ ଦତ୍ତ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ଭଉଣୀଙ୍କର ବିବାହ ହୋଇ ସାରିଛି ଏବଂ ବିବାହ ପରେ ମଧ୍ୟ ତାଙ୍କୁ ବାପାଙ୍କର ଉପନାମ ରଖିବା ଉଚିତ ନଥିଲା । ସେ କହିଥିଲେ “ଯେତେବେଳେ ଗୋଟିଏ ଝିଅ ଅନ୍ୟ ପରିବାରର ସଦସ୍ୟ ହୁଅନ୍ତି; ସେତେବେଳେ ତାଙ୍କୁ ଶାଶୂ ଘରର ଉପନାମକୁ ଗ୍ରହଣ କରିନେବା ଉଚିତ । ଏହି ସନ୍ଦେଶ କେବଳ ମୋ ଭଉଣୀ ପାଇଁ ନୁହେଁ ବରଂ ସମସ୍ତ ଝିଅମାନଙ୍କ ପାଇଁ ଅଟେ । ଯଦି ମାନ୍ୟତା ବିବାହ ପରେ ମଧ୍ୟ ତାଙ୍କ ବାପାଙ୍କ ଉପନାମ ରଖିଥାନ୍ତେ; ତେବେ ମୋତେ ମଧ୍ୟ ଖରାପ ଲାଗିଥାନ୍ତା । ଆଜିକାଲି ଏହା ଏକ ଫ୍ୟାସନ ହୋଇଯାଇଛି । କିନ୍ତୁ ମୋ ମତରେ ଏମିତି କରି ଆପଣ ନିଜ ସ୍ୱାମୀଙ୍କୁ ହିଁ ଅପମାନିତ କରୁଛନ୍ତି ।”

ସଞ୍ଜୟ ଦତ୍ତ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ପାଇଁ ତାଙ୍କ ଭଉଣୀମାନଙ୍କ ଠାରୁ ପତ୍ନୀ ମାନ୍ୟତା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ସଞ୍ଜୟ କହିଥିଲେ ଯେ, “ମୋ ପତ୍ନୀ ହିଁ ମୋ ଜୀବନ ଅଟେ । ଠିକ ଯେପରି ହିଁ ପ୍ରିୟା ପାଇଁ ତା’ ସ୍ଵାମୀ ପ୍ରଥମେ ଆସେ । ସମସ୍ତ ଦମ୍ପତିଙ୍କର ଏପରି ହିଁ ବିଚାର ଥାଏ ।” ସଞ୍ଜୟ ଦତ୍ତ, ମାନ୍ୟତା ଓ ପ୍ରିୟାଙ୍କ ଝଗଡ଼ା ବିଷୟରେ କହିଲେ ଯେ, “ଆପଣଙ୍କ କଣ ଭଉଣୀ ଅଛନ୍ତି ? ଯଦି ଅଛନ୍ତି; ତେବେ ଆପଣ ଠିକ ଜାଣିଥିବେ ଯେ, ଆପଣଙ୍କ ଭଉଣୀ ଓ ତା’ଭାଉଜଙ୍କ ମଧ୍ୟରେ କେବେ ମଧ୍ୟ ଭଲ ବୁଝାମଣା ନ ଥିବ । ଯଦି ଆଜି ମୋ ମାଆ ବଞ୍ଚିଥାନ୍ତେ; ତେବେ ସେ ମାନ୍ୟତାଙ୍କୁ ବହୁତ ଖୁସିର ସହ ଗ୍ରହଣ କରିଥାନ୍ତେ । ମାନ୍ୟତା ମାଆଙ୍କ ପରି ହିଁ ଜଣେ ଭଲ ଗୃହିଣୀ ଅଟନ୍ତି ।”

କିନ୍ତୁ ଯେବେ ପ୍ରିୟାଙ୍କୁ ତାଙ୍କ ଭାଇ ସଞ୍ଜୟ କହିଲେ ଯେ, କୌଣସି ଭଉଣୀ ନିଜ ଭାଇର ପତ୍ନୀଙ୍କୁ କେବେ ହେଲେ ପସନ୍ଦ କରନ୍ତି ନାହିଁ । ତେବେ ଏହା ଶୁଣି ପ୍ରିୟା ରାଗି ଯାଇଥିଲେ । ସେ କହିଥିଲେ, “ଏହା କୌଣସି ଶାଶୂ, ବୋହୂ ଏବଂ ନଣନ୍ଦ ଭାଉଜର ଡ୍ରାମା ନୁହେଁ । ଆମେ ତାଙ୍କ (ମାନ୍ୟତା) ବିପକ୍ଷରେ ଅଛୁ; କାରଣ ସେ ଜଣେ ଭଲ ମହିଳା ନୁହଁନ୍ତି । ମୁଁ ଆପଣଙ୍କୁ ବୁଝାଇ ପାରିବି ନାହିଁ ଯେ, ମୋର ପିତାଙ୍କ ପରି ଜଣେ ବ୍ୟକ୍ତିଙ୍କର ଉପନାମ ସେପରି ମହିଳାଙ୍କ ସହିତ ଜଡ଼ିତ ହେବା କେତେ ଭୁଲ ଅଟେ ।”

ଏହା ପରେ ମାନ୍ୟତା ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଲେ “ମୁଁ ମୋ ପକ୍ଷରୁ ଯେତିକି ସମ୍ଭବ ଏହି ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରିଛି, କିନ୍ତୁ ମୁଁ ମଧ୍ୟ କେତେ ତଳକୁ ମୁଣ୍ଡ ନୁଆଁଇବି ? ମୁଁ ମଧ୍ୟ ଗୋଟିଏ ମଣିଷ ଅଟେ । ମୁଁ ସେମିତିକା ମହିଳା ନୁହେଁ ଯେ, ସର୍ବସାଧାରଣ ଆଗରେ କାହାକୁ ଅପମାନିତ କରି ତାର ନାମକୁ ବଦନାମ କରିବି । ମୋର ବାପା-ମାଆ ମୋତେ ଏମିତି ଶିକ୍ଷା ଦେଇ ନାହାଁନ୍ତି ।”

ବର୍ତ୍ତମାନର କଥା ଯଦି କହିବା ତେବେ ସଞ୍ଜୟ ଦତ୍ତଙ୍କ ଭଉଣୀ ଓ ତାଙ୍କ ପତ୍ନୀ ମାନ୍ୟତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି ।