ସାନିୟା ମିର୍ଜା, ଶୋଏବ ମଲିକଙ୍କ ପ୍ରଥମ ପତ୍ନୀ ନୁହଁନ୍ତି । ବିବାହ ପାଇଁ ସାନିୟା ଭାଙ୍ଗି ଦେଇଥିଲେ ନିଜ ନିର୍ବନ୍ଧ…

Spread the love

ନୂଆଦିଲ୍ଲୀ – ଟେନିସ ଷ୍ଟାର ସାନିୟା ମିର୍ଜା କେବଳ ଦେଶରେ ନୁହେଁ ବରଂ ସମଗ୍ର ଦୁନିଆରେ ନିଜ ନାମ କମାଇଛନ୍ତି । ସାନିୟା ମିର୍ଜା ଭାରତର ଲୋକପ୍ରିୟ ମହିଳା ଟେନିସ ଖେଳାଳୀ ଥିଲେ ଓ ସେ ଦେଶର ନାମ ରାଷ୍ଟ୍ରୀୟ ସ୍ତରରେ ଉଚ୍ଚ କରିଥିଲେ । ଖେଳରେ ନିଜ ଯୋଗଦାନ ଦେଖି ଭାରତ ସରକାର ୨୦୦୬ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଏହି କଥା ଆମେ ସମସ୍ତେ ଜାଣୁ ଯେ, ଭାରତରେ ରହୁଥିବା ଟେନିସ ସନସନୀ ସାନିୟା ମିର୍ଜା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି କିନ୍ତୁ ଯେତେବେଳେ ସାନିୟା ହଠାତ ପାକିସ୍ତାନୀ କ୍ରିକେଟର ସହିତ ବିବାହର ଘୋଷଣା କରିଥିଲେ; ସେହି ସମୟରେ ଏହି ଖବର ଶୁଣି ସମସ୍ତ ଦେଶବାସୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।

ଶୋଏବ ମଲିକ ପାକ୍ କ୍ରିକେଟ ଦଳର ଷ୍ଟାର ବ୍ୟାଟସ୍ ମ୍ୟାନ ଥିଲେ । ଶୋଏବ ମଲିକଙ୍କ ଜନ୍ମ ପାକିସ୍ତାନର ସିୟାଲକୋଟରେ ହୋଇଥିଲା । ପାକିସ୍ତାନରେ ରହୁଥିବା ଶୋଏବଙ୍କ ଜନ୍ମ ୧୯୮୧ ମସିହାରେ ହୋଇଥିଲା । ଶୋଏବ ମଲିକ ପାକ୍ ତରଫରୁ ୩୫ ଟେଷ୍ଟ, ୨୬୧ ୱାନ ଡେ ମ୍ୟାଚ ଓ ୯୨ଟି ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । କିନ୍ତୁ, ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ସାନିୟା ମିର୍ଜା ଶୋଏବ ମଲିକଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି । ଖୁସିର ବିଷୟ ଏହା ଯେ, ପାକିସ୍ତାନୀ କ୍ରିକେଟର ଓ ଭାରତୀୟ ଟେନିସ ତାରକାଙ୍କ ବିବାହ ୧୨ ଏପ୍ରିଲ ୨୦୧୦ରେ ହାଇଦ୍ରାବାଦରେ ହୋଇଥିଲା । ଖବର ଅନୁସାରେ, ସାନିୟା ଓ ଶୋଏବଙ୍କ ଦେଖା ସାକ୍ଷାତ ଅଷ୍ଟ୍ରେଲିଆରେ ହୋଇଥିଲା, ଯେଉଁଠାରେ ସାନିୟା ମିର୍ଜା ଅଷ୍ଟ୍ରେଲିଅନ ଓପନ ଓ ଶୋଏବ କ୍ରିକେଟ ଖେଲିବା ପାଇଁ ଯାଇଥିଲେ ।

କିନ୍ତୁ, ବୋଧହୁଏ ଆପଣମାନେ ଜାଣି ନାହାନ୍ତି ଯେ, ସାନିୟା ମିର୍ଜା ଶୋଏବ ମଲିକଙ୍କ ପ୍ରଥମ ପତ୍ନୀ ନୁହଁନ୍ତି ବରଂ ଦ୍ଵିତୀୟ ପତ୍ନୀ ଅଟନ୍ତି । ଏହି କଥା ଯେବେ ସମ୍ମୁଖକୁ ଆସିଲା, ସେହି ସମୟରେ ଦୁହେଁଙ୍କ ପ୍ରେମ ସମ୍ବନ୍ଧ ଓ ବିବାହ ବିଷୟରେ ଘୋଷଣା କରି ସାରିଥିଲେ । ସାନିୟା ଓ ଶୋଏବଙ୍କ ବିବାହ କଥା ଶୁଣି ଆୟଶା ସିଦ୍ଧିକି ନାମକ ଜଣେ ମହିଳା ଶୋଏବ ମଲିକଙ୍କ ପତ୍ନୀ ବୋଲି କହିଥିଲେ ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲେ । ଆୟଶା ସିଦ୍ଧିକି କହିଥିଲେ ଯେ, ସେ ଶୋଏବଙ୍କ ପ୍ରଥମ ପତ୍ନୀ । ଏଥିପାଇଁ, ସେ ଜୀବିତ ଥିବା ଅବସ୍ଥାରେ ଶୋଏବ ଦ୍ଵିତୀୟ ବିବାହ କିପରି କରିପାରିବେ ? ଏହି କଥାରେ ବହୁତ କଳହ ସୃଷ୍ଟି ହୋଇଥିଲା ଓ ସାନିୟା ଏବଂ ଶୋଏବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

କଥା ବଢ଼ୁଥିବାର ଦେଖି ଶୋଏବ ଏହି କଥାକୁ ସ୍ୱୀକାର କରିନେଲେ ଯେ, ଆୟଶା ସିଦ୍ଧିକି ତାଙ୍କର ପ୍ରଥମ ପତ୍ନୀ ଅଟନ୍ତି ଓ ସେ ତାଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି । ଶୋଏବ ମଲିକ ଓ ଆୟଶା ସିଦ୍ଧିକିଙ୍କ ଛାଡପତ୍ର ପରେ ହିଁ ସାନିୟା ଓ ଶୋଏବଙ୍କ ବିବାହ ହୋଇଥିଲା । କିନ୍ତୁ, ଆପଣ ଏହା ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ, ଶୋଏବ ମଲିକଙ୍କ ପରି ଟେନିସ ଷ୍ଟାର ସାନିୟା ମିର୍ଜାଙ୍କ ମଧ୍ୟ ପୂର୍ବରୁ ନିର୍ବନ୍ଧ କରି ସାରିଥିଲେ । ଯେହେତୁ, ସାନିୟା, ଶୋଏବଙ୍କ ସହିତ ବିବାହ କରିବା; ତେଣୁ ସାନିୟା ୨୦୦୯ ମସିହାରେ ନିଜ ପିଲାଦିନର ସାଙ୍ଗ ଶୋହରାଵ ମିର୍ଜାଙ୍କ ସହିତ ହୋଇଥିବା ନିର୍ବନ୍ଧ ଭାଙ୍ଗି ଦେଇଥିଲେ ।

କୁହାଯାଏ ଯେ, ଏହି ନିର୍ବନ୍ଧ ସାନିୟା ନୁହେଁ ବରଂ ତାଙ୍କ ଭାବି ସ୍ୱାମୀ ଶୋହରାଵ ମିର୍ଜାଙ୍କ ଘର ଲୋକେ ଭାଙ୍ଗିଥିଲେ । କାରଣ, ଶୋହରାବଙ୍କ ପିତା ଅଦିଲ ମିର୍ଜା ଚାହୁଁ ନ ଥିଲେ ଯେ, ସାନିୟା ଟେନିସ ଖେଳନ୍ତୁ । ଏହା କାରଣରୁ ଦୁଇଜଣଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଯାହା ହେଉ ଆଜି ସାନିୟା, ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସହ ବିବାହ କରିଛନ୍ତି କିନ୍ତୁ ସେ ଆଜି ମଧ୍ୟ ଭାରତ ପାଇଁ ଟେନିସ ଖେଳୁଛନ୍ତି । ପୂର୍ବେ ଯେବେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଚଳୁଥିଲା; ସାନିୟା ସବୁବେଳେ ଭାରତ ସପକ୍ଷରେ ରହୁଥିଲେ । କିନ୍ତୁ ୨୦୧୯ ବିଶ୍ଵକପ ଭାରତ ଓ ପାକିସ୍ଥାନ ମ୍ୟାଚରୁ ଆପଣମାନେ ଜାଣିପାରୁଥିବେ, ସାନିୟା ବର୍ତ୍ତମାନ କେଉଁ ଦଳକୁ ସମର୍ଥନ କରୁଛନ୍ତି ।

ଆଶା କରୁଛୁ ଅନୁଛେଦଟି ଭଲ ଲାଗିଥିବା । ଅନୁଛେଦଟି ଉପରେ ନିଜର ମତାମତ ନିଶ୍ଚୟ ପ୍ରଦାନ କରନ୍ତୁ ।