ସାମ୍ନାକୁ ଆସିଲା ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ମେଡ଼ିକାଲ ରିପୋର୍ଟ, ଏହି ୫ଟି ବଡ଼ ରହସ୍ୟ !!

Spread the love

ଭାରତର ୱିଙ୍ଗ୍ କୋମାଣ୍ଡର ଅଭିନନ୍ଦନ କୁ ପାକିସ୍ତାନ ମାତ୍ର ୬୦ ଘଣ୍ଟାରେ ହିଁ ଭାରତକୁ ଫେରେଇଦେଲେ । କିନ୍ତୁ ସେହି ୬୦ ଘଣ୍ଟା ମଧ୍ୟରେ କେଉଁ ପରିସ୍ଥିତିରେ ରହିବାକୁ ପଡ଼ିଲା ଏହି ବିଷୟରେ ଗୋଟିଏ ପରେ ଗୋଟିଏ ରହସ୍ୟ ଜଣାପଡୁଛି । ଅଭିନନ୍ଦନ ଙ୍କ ଭାରତର ଡାକ୍ତରଖାନା ରେ checkup ଚାଲୁଛି ଓ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିଲା ମେଡ଼ିକାଲ ରିପୋର୍ଟ ଯେଉଁଥିରେ କି ବହୁତ କିଛି ଜଣାପଡିଛି ଓ ୫ଟି ବଡ଼ ରହସ୍ୟ ଜଣାପଡିଲା । ପାକିସ୍ତାନ ପୁଣିଥରେ ଅସଫଳ ହେଲା, ସେ କେବେ ମଧ୍ୟ ସୁଧୁରିବ ନାହିଁ ତାକୁ ସୁଧାରିବାକୁ ପଡିବ ।

● ପ୍ରଥମ ରହସ୍ୟ –

ଅଭିନନ୍ଦନ ଙ୍କ ମେଡ଼ିକାଲ ରିପୋର୍ଟ ରେ ଏହା ସ୍ୱଷ୍ଟ ହେଲା କି, ଅଭିନନ୍ଦନ ଙ୍କୁ ଶାରୀରିକ ରୂପରେ କୌଣସି ଚାପ ପକେଇ ନଥିଲେ କିନ୍ତୁ ମାନସିକ ରୂପରେ ଅଧିକ ଚାପ ପକାଇଥିଲେ । ଏହି ବିଷୟରେ ଅଭିନନ୍ଦନ ଭାରତକୁ ଆସିବା ତୁରନ୍ତ ସେନା ଓ ରକ୍ଷାମନ୍ତ୍ରୀ ଙ୍କୁ ଜଣାଇଦେଲେ କି, ପାକିସ୍ତାନ ତାଙ୍କୁ ମାନସିକ ରୂପରେ ଅଧିକ ଚାପ ପକାଇଥିଲେ ।

● ଦ୍ୱିତୀୟ ରହସ୍ୟ –

ଅଭିନନ୍ଦନ ଯେତେବେଳେ ପୈରାସୁଟ୍ ସାହାଯ୍ୟରେ ପାକିସ୍ତାନରେ ଅବତରଣ ହେଇଥିଲେ ସେଠାର ଭିଡ଼ ହୋଇ ରହିଥିବା ଲୋକମାନେ ଅଭିନନ୍ଦନଙ୍କ ସହିତ ଖରାପ ବ୍ୟବହାର କରିଥିଲେ ଯାହାକୁ କି ସେହି ଭିଡ଼ିଓ କୁ ସାରା ଦେଶର ଲୋକମାନେ ଦେଖିଛନ୍ତି । ଏହି ବିଷୟରେ ପୃଷ୍ଟି ମେଡ଼ିକାଲ ରିପୋର୍ଟ ରେ ମଧ୍ୟ ଜଣାପଡ଼ିଛି । ମେଡ଼ିକାଲ ରିପୋର୍ଟ ଅନୁସାରେ ଅଭିନନ୍ଦନଙ୍କ ମେରୁ ହାଡ଼ରେ ଆଘାତ ହେଇଛି ଯାହା କାରଣରୁ ବହୁତ ଦିନ ପର୍ଯ୍ୟନ୍ତ ଚିକିତ୍ସା ହେବ ।

● ତୃତୀୟ ରହସ୍ୟ –

ଅଭିନନ୍ଦନ ଯେତେବେଳେ ଭାରତକୁ ଆସିଲେ, ସମସ୍ତେ ଭାବୁଥିଲେ କି ପାକିସ୍ତାନ ଅଭିନନ୍ଦନଙ୍କ ଶରୀରରେ ବା ପୋଷାକରେ ଚିପ୍ ଲଗେଇଥାଇ ପାରନ୍ତି । କିନ୍ତୁ ମେଡ଼ିକାଲ ରିପୋର୍ଟ ରୁ ଏହା ଜଣାପଡ଼ିଲା କି, ଅଭିନନ୍ଦନଙ୍କ ଶରୀରରେ କୌଣସି ପ୍ରକାରର ଚିପ୍ ଲଗାଯାଇନି ।

● ଚତୁର୍ଥ ରହସ୍ୟ –

ଗୁପ୍ତ ସୂତ୍ର ଅନୁଯାଇ, ଅଭିନନ୍ଦନ ଙ୍କୁ ପାକିସ୍ତାନ ରେ isi ପାଖରେ ରଖିଥିଲେ ଓ ସେମାନେ ହିଁ ଅଭିନନ୍ଦନ ଙ୍କୁ ପ୍ରଶ୍ନ ପଚାରୁଥିଲେ । ଅଭିନନ୍ଦନ ଙ୍କୁ ଭାରତକୁ ଫେରେଇବାରେ ଡେରି ହେବାର କାରଣ ମଧ୍ୟ isi ଅଟନ୍ତି ସେମାନେ ହିଁ ଅଭିନନ୍ଦନ ଙ୍କ ଦ୍ଵାରା ଭିଡ଼ିଓ ଏଡିଟ୍ କରିଥିଲେ । ଅଭିନନ୍ଦନ ଙ୍କୁ ଭାରତକୁ ଫେରେଇବାରେ ଡେରି କରିଲେ କାରଣ ଭିଡ଼ିଓ କୁ ନିଜ ଇଚ୍ଛା ଅନୁସାରେ କରିପାରିବେ । ଭିଡ଼ିଓ ରେକର୍ଡ କରିବାପାଇଁ ଅଭିନନ୍ଦନ ଙ୍କୁ ମାନସିକ ରୂପରେ ଅଧିକ ଚାପ ଦେଇଥିଲେ ।

● ପଞ୍ଚମ ରହସ୍ୟ –

ମେଡ଼ିକାଲ ରିପୋର୍ଟ ରେ ଜଣାପଡିଲା କି, ଅଭିନନ୍ଦନ ଙ୍କ ମେରୁହାଡ଼ ରେ ଆଘାତ ହେଇଛି, ଯାହା ଠିକ ହେବାରେ ୧/୨ ମାସ ଲାଗିପାରେ । ଏହାଦ୍ୱାରା ସ୍ପଷ୍ଟ ହେଲା କି, ଅଭିନନ୍ଦନ ୧/୨ ମାସ ପରେ ହିଁ ପୁଣି ବିମାନକୁ ଚଳାଇ ପାରିବେ । ଅଳ୍ପ ଦିନ ଆଗରେ ଅଭିନନ୍ଦନ କହିଥିଲେ କି, ତାଙ୍କୁ ବିମାନ ଚଲେଇବା ପାଇଁ ଶୀଘ୍ର ଅନୁମତି ଦିଆଯାଉ ।