ସମସ୍ତ ରୋଗକୁ ସମ୍ପୁର୍ଣ ରୂପେ ମୂଳରୁ ନାଶ କରେ : ଏହି ଚାମତ୍କାର ଔଷଧିୟ ଗୁଣରେ ଭରପୁର – ଫଳ…

Spread the love

ଏହି ଫଳ ଦେଖିବାକୁ ତାର ଭଳି । ଏହି ଫଳକୁ ଇଂରାଜୀରେ ଷ୍ଟାର ଫ୍ରୁଟସ କୁହାଯାଏ ଓ ଓଡ଼ିଆରେ କରମଞ୍ଜା ନାମରେ ଜଣାଶୁଣା । ଏହା ବହୁତ ସ୍ୱାଦିଷ୍ଟ ଫଳ । ଏହା ଅଳ୍ପ ମିଠା ଓ ଖଠା ଥାଏ । ଏହା ବଜାରରେ ଆମେ ପାଇପାରିବା । ଏହି ଫଳକୁ ଅଧିକାଂଶ ଚାର୍ଟ ଦୋକାନରେ ଦେଖିବାକୁ ମିଳେ । ଚାର୍ଟ ସହ କରମଞ୍ଜା ଖାଇଲେ ବହୁତ ସ୍ୱାଦିଷ୍ଟ ଲାଗିଥାଏ ।

କ’ଣ ଆପଣ ଜାଣନ୍ତି କି, ଶୀତ ଦିନରେ ମିଳୁଥିବା ଏହି ଫଳ ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ ଅଟେ । ଏହା ଦେଖିବାକୁ ହଳଦିଆ ରଙ୍ଗର ଓ ଏଥିରେ ବହୁତ ପରିମାଣରେ କ୍ୟାଲରି ଥାଏ । ଏଥିରେ ଭିଟାମିନ ‘ସି’ ବହୁତ ପର୍ଯ୍ୟାପ୍ତ ପରିମାଣରେ ଭରପୁର ରହିଥାଏ । ଏହି ଫଳର ଉପକାରିତା ଜାଣିଲେ ଆଶ୍ଚଯ୍ୟ ହୋଇଯିବେ, ଆସନ୍ତୁ ଏହି ଫଳର ବିଷୟରେ ଜାଣିବା :

ଶୀତ ଦିନରେ ଅଧିକାଂଶ ଲୋକଙ୍କ ଚର୍ମ ଜନିତ ଅନେକ ସମୟର ସମ୍ମୁଖୀନ ହୋଇଥାନ୍ତି ଯେଉଁପରି ଶରୀରର ଚର୍ମଗୁଡିକ ଶୁଖିଲା ଦେଖାଯିବ, କୁଣ୍ଡିଆ ଏହି ପରି ଅନେକ ସମସ୍ୟା ହୋଇଥାଏ । ଏଭଳି ସମସ୍ୟାର ସମ୍ମୁଖୀନ ବ୍ୟକ୍ତିମାନେ କରମଞ୍ଜା ସେବନ କରିବା ଦ୍ୱାରା ଚର୍ମ ଜନିତ ସମସ୍ୟାର ଉପଚାର ଠିକ୍ ଭାବରେ ମିଳିଥାଏ ।

କରମଞ୍ଜା ଫଳ ବହୁତ ଶକ୍ତିଦାୟକ ଅଟେ । ଏହି ଫଳକୁ ସେବନ କରିଲେ ଦେହ ସବୁବେଳେ ସ୍ପୁର୍ତି ହୋଇ ରହିଥାଏ । ଆଳସ୍ୟ ପରାୟଣ ଦୂର ହୋଇଥାଏ, ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଆଗ୍ରହ ଆସିଥାଏ ଓ ସର୍ବଦା ମନ ଚଞ୍ଚଳତା ରହିଥାଏ ।

କରମଞ୍ଜାରେ ଭିଟାମିନ ‘ସି’ ଅଧିକ ମାତ୍ରାରେ ଥିବାରୁ ଏଥିରେ ପୋଷାକ ତତ୍ତ୍ୱର ମାତ୍ରା ବଢିଯାଏ । ଏହା ଶରୀରରେ ରୋଗ ପ୍ରତିରାଧକ ଶକ୍ତିକୁ ବଢ଼ାଇ ଥାଏ ।

ଯେଉଁ ଲୋକମାନଙ୍କୁ ଭୋକ ଲାଗୁ ନ ଥିବ ଓ କୌଣସି କାରଣରୁ ସେମାନେ ପତଳା ହୋଇଯାଉଥିବେ, ସେମାନଙ୍କ ପାଇଁ ଏହି କରମଞ୍ଜା ଫଳ କୌଣସି ବରଦାନ ଠାରୁ କମ ନୁହେଁ ।

ଯଦି କାହାକୁ ଭୋକ ନ ଲାଗିଥାଏ, ସକାଳେ ଗୋଟିଏ ଗ୍ଲାସ କରମଞ୍ଜା ରସରେ ଅଳ୍ପ ଚିନି ମିଶାଇ 3 ରୁ 4 ଦିନ ପିଇବା ଦ୍ୱାରା, ସେମାନଙ୍କ ନିଜ ଭିତର ପରିବର୍ତ୍ତନ ହେବାର ଅନୁଭବ କରିବେ ।

ଯଦି ଆପଣଙ୍କ ମୁଣ୍ଡରେ ଅଧିକ ରୂପୀ ଥାଏ, ତେବେ ବାଦାମ ତେଲରେ କରମଞ୍ଜା ରସ ମିଶାଇ ମୁଣ୍ଡରେ ଲଗାନ୍ତୁ ଓ ଅଧ ଘଣ୍ଟାପରେ କେଶକୁ ଭଲ ରୂପରେ ଧୋଇଦିଅନ୍ତୁ । ଆପଣଙ୍କ ମୁଣ୍ଡରେ ଥିବା ରୂପୀ ବାହାରି ଯିବ ଓ କେଶ ସୁନ୍ଦର ଦିଶିବ ।

ଏହି କରମଞ୍ଜା ଫଳ ଛୋଟ ପିଲାଙ୍କ ପେଟରେ ଥିବା କୃମିକୁ ନଷ୍ଟ କରିବାରେ ବହୁତ ଉପଯୋଗୀ ଅଟେ ।