ସଲମାନଙ୍କ ଅନ ସ୍କ୍ରିନ ଭଉଣୀ ହୋଇଗଲେଣି ଏତିକି ବଡ଼ ଏବଂ ସୁନ୍ଦର ! ‘ପ୍ରେମ ରତନ ଧନ ପାୟୋ’ରେ କାମ କରିସାରିଛନ୍ତି ।

Spread the love

ବଲିଉଡ଼ରେ କଳାକାର ମାନଙ୍କର ଅଭାବ ନାହିଁ । ଏଠାରେ ଭଲ ଭଲ କଳାକାର ମାନଙ୍କ ଅଭାବ ନାହିଁ । କିଛି କଳାକାର ଏପରି ଅଛନ୍ତି, ଯାହାଙ୍କ ପ୍ରସିଦ୍ଧତା ଯେପରି ପୂର୍ବରୁ ଥିଲା ଠିକ ସେହିପରି ବଜାୟ ରହିଛି । ଯେପରିକି ଶାହରୁଖ ଖାନ୍, ସଲମାନ ଖାନ୍ ଏବଂ ଆମୀର ଖାନ୍ ଆଦି । ଏମାନେ ବଲିଉଡ଼ର ଏପରି ଖାନ୍ ଅଟନ୍ତି ଯାହାଙ୍କ ଫିଲ୍ମ ଦେଖିବା ପାଇଁ ପୂର୍ବେ ମଧ୍ୟ ଦର୍ଶକଙ୍କ ଭିଡ଼ ଲାଗୁଥିଲା ଏବଂ ବର୍ତ୍ତମାନ ମଧ୍ୟ ଦର୍ଶକଙ୍କ ଭିଡ଼ ଜମିଥାଏ । ଆଜି ଆମେ ସେମାନଙ୍କ ମଧ୍ୟରୁ ଗୋଟିଏ ଖାନ୍ ଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛୁ । ଆଜିର ଏହି ଲେଖାରେ ଆମେ କଥା ହେବା ବଲିଉଡ଼ର ଦବଙ୍ଗ ଖାନ୍ ଅର୍ଥାତ୍ ସଲମାନ ଖାନ୍ ଙ୍କ ବିଷୟରେ । ସଲମାନ ବଲିଉଡ଼ର ଏକମାତ୍ର ଏପରି ଅଭିନେତା ଅଟନ୍ତି; ଯିଏ ପ୍ରତିଦିନ କିଛି ନା କିଛି କାରଣରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ସଲମାନ ଖାନ୍ ନିଜର କ୍ରୋଧ ବ୍ୟତୀତ ନିଜର ଦୟାବାନ ଗୁଣ ପାଇଁ ମଧ୍ୟ ଜଣାଶୁଣା । ଏହି କଥାକୁ ମନା କରାଯାଇପାରିବ ନାହିଁ ଯେ, ସଲମାନ ବଲିଉଡ଼ର ଏକମାତ୍ର ଏପରି କଳାକାର ଅଟନ୍ତି; ଯିଏ ଲୋକଙ୍କ ସାହାଯ୍ୟ ପାଇଁ ସର୍ବଦା ଆଗରେ ରୁହନ୍ତି ।

କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସଲମାନ ଖାନ୍ ନୁହେଁ ବରଂ ତାଙ୍କ ଛୋଟ ଭଉଣୀଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛୁ । ଆମେ ବର୍ଣ୍ଣନା କରୁଛୁ ସଲମାନ ଖାନ୍ ଙ୍କ ଛୋଟ ଭଉଣୀ ଆଶିକା ଭାଟିୟାଙ୍କ ବିଷୟରେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ, ସଲମାନ ଖାନ୍ ଙ୍କ ଛୋଟ ଭଉଣୀଙ୍କ ନାମ ତୋ ଅର୍ପିତା ଅଟେ, ତେବେ ଆଶିକା ଭାଟିୟା କିଏ ? ତେବେ ଚାଲନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆମେ ଯେଉଁ ଭଉଣୀଙ୍କ ବିଷୟରେ ବର୍ଣ୍ଣନା କରୁଛୁ ସେ ସଲମାନଙ୍କ ଅନ୍ ସ୍କ୍ରିନ ଭଉଣୀ ଅଟନ୍ତି । ଆଶିକା ସଲମାନଙ୍କ ସହିତ ଚଳଚ୍ଚିତ୍ର ‘ପ୍ରେମ ରତନ ଧନ ପାୟୋ’ରେ ନଜର ଆସି ସାରିଛନ୍ତି । ଏହି ଚଳଚ୍ଚିତ୍ରରେ ସେ ସଲମାନ ଖାନ୍ ଙ୍କ ଛୋଟ ଭଉଣୀର ଭୂମିକାରେ ନଜର ଆସିଥିଲେ । ଜଣାଇ ଦେଉଛୁ ଯେ, ବର୍ତ୍ତମାନ ଆଶିକା ସୋସିଆଲ ମିଡ଼ିଆରେ ବହୁତ ଧମାଲ କରିଦେଇଛନ୍ତି । ଚଳଚ୍ଚିତ୍ରରେ ଛୋଟ ଝିଅ ପରି ଦେଖାଯାଉଥିବା ଏହି ଅଭିନେତ୍ରୀ ପ୍ରକୃତ ଜୀବନରେ ବହୁତ ଗ୍ଲେମରେଶ ଅଟନ୍ତି ।

ଟିଭିର ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଆଶିକା :

ଆଶିକା ଭାଟିୟାଙ୍କ ଜନ୍ମ ଦିଲ୍ଲୀରେ ୧୫ ଡିସେମ୍ବର ୧୯୯୯ରେ ହୋଇଥିଲା । ସେ ୧୯ ବର୍ଷର ଅଟନ୍ତି । ସେ ୯ ବର୍ଷର ଛୋଟ ବୟସରୁ ହିଁ ଟିଭି ଧାରାବାହିକ ମାନଙ୍କରେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କୁ ପରିଚୟ ‘ମୀରା’ ଏବଂ ‘ପର୍ବରିଶ-କୁଛ ଖଟି କୁଛ ମିଠି’ ପରି ଧାରାବାହିକ ମାନଙ୍କରେ କାମ କରିବା ପରେ ମିଳିଲା । ଧାରାବାହିକ ‘ମୀରା’ରେ ସେ ମୀରା ଚରିତ୍ରରେ ଅଭିନୟ କରିଥିଲେ । ବର୍ତ୍ତମାନ ସେ ଘରେ ଘରେ ପରିଚିତ । ଏହା ବ୍ୟତୀତ, ସେ “ଗୁମରାହ”ର କେତେଗୁଡିଏ ଏପିଶୋଡ଼ ମାନଙ୍କରେ ମଧ୍ୟ ନଜର ଆସିଛନ୍ତି । ଆଶିକାଙ୍କ ପ୍ରାରମ୍ଭିକ ଶିକ୍ଷା ସୁରତରେ ହୋଇଥିଲା । ବର୍ତ୍ତମାନ ସେ ମୁମ୍ବାଇରେ ରହି ନିଜର ଆଗାମୀ ଶିକ୍ଷା ସମାପନ କରୁଛନ୍ତି ।

ପ୍ରକୃତ ଜୀବନରେ ଦେଖାଯାନ୍ତି ବହୁତ ହଟ୍ :

ଆଶିକା ଦେଖିବାକୁ ବହୁତ ହଟ ଏବଂ ସୁନ୍ଦର ଅଟନ୍ତି । ସେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ସବୁଦିନ ନିଜ ଫୋଟୋ ଗୁଡ଼ିକ ସେୟାର କରନ୍ତି । ଆଶିକାଙ୍କ ଫୋଟୋ ଗୁଡ଼ିକ ସୋସିଆଲ ମିଡ଼ିଆରେ ଧମାଲ କରୁଛି । ତାଙ୍କ ଫୋଟୋ ଦେଖି ସମସ୍ତେ ଦିୱାନା ହୋଇଯାଉଛନ୍ତି । ଜଣାଇ ଦେଉଛୁ ଯେ, ଆଶିକାଙ୍କ ଇଂଷ୍ଟାଗ୍ରାମରେ ହଜାର ହାଜର ଫୋଲୋଅର୍ସ ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବା । ଆଶିକଙ୍କ ଏହି ସୁନ୍ଦରତାକୁ ନେଇ ଆପଣ କଣ କହିବେ ? Comment କରି ଜାଣନ୍ତୁ ! ଧନ୍ୟବାଦ !