କେବଳ ଗୋଟିଏ ମାତ୍ର ଫିଲ୍ମରେ ଅଭିନୟ କରିବା ପରେ, ସଲମାନଙ୍କ ସହ ଦ୍ଵିତୀୟ ଥର ଅଭିନୟ କରିନାହାନ୍ତି ଏହି ଅଭିନେତ୍ରୀମାନେ ।

Spread the love

ଗୋଟିଏ ଫିଲ୍ମ ସଲମାନଙ୍କ ସହ କରିବା ପରେ ଏହି ୫ ଜଣ ଅଭିନେତ୍ରୀ ଦ୍ଵିତୀୟ ଥର ପାଇଁ ଅନସ୍କ୍ରିନ ସଲମାନଙ୍କ ସହ ଅଭିନୟ କରିନାହାନ୍ତି ।

ସଲମାନ ବଲିଉଡର ଏହିପରି ଜଣେ ଅଭିନେତା ଯିଏ କୌଣସି ନା କୌଣସି କାରଣରୁ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ସଲମାନଙ୍କ କ୍ରୋଧକୁ ସମସ୍ତେ ଜାଣନ୍ତି । କେତେ ବେଳେ କୌଣସି ସମୟରେ କାହା ଉପରେ ସଲମାନ କ୍ରୋଧ ପ୍ରକାଶ କରିପାରନ୍ତି, କେହି ଜାଣିନଥାନ୍ତି । ସଲମାନଙ୍କ କ୍ରୋଧର ଶିକାର ବଲିଉଡର ଅନେକ କଳାକାର ହୋଇ ସାରିଛନ୍ତି । ଏହା ମଧ୍ୟ ଆମ୍ଭେମାନେ ସ୍ୱୀକାର କରିବା, ସଲମାନ ବଲିଉଡର ଏହିପରି ଜଣେ ତାରକା ଯିଏ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପଛାଇ ନଥାନ୍ତି । ସଲମାନ ଆଜିର ସମୟରେ ଜଣେ ଧନୀ ତାରକା ଅଟନ୍ତି । ବଲିଉଡରେ ଅଭିନୟ କରୁଥିବା ପ୍ରତି ଅଭିନେତ୍ରୀଙ୍କ ସ୍ୱପ୍ନ ରହିଛି ସଲମାନଙ୍କ ସହ ଫିଲ୍ମରେ ଅଭିନୟ କରିବା । ସଲମାନ ବଲିଉଡରେ ନୂଆ ତାରକା ମାନଙ୍କୁ ଲଞ୍ଚ କରିବା ପାଇଁ ପରିଚିତ ଅଟନ୍ତି । ସେ ସୋନାକ୍ଷୀ, ଜରିନ ଖାନ୍, କ୍ୟାଟ୍ରିନା କ୍ୟାଫ୍, ସ୍ନେହା ଉଲ୍ଲାଲ, ଡେଜି ଶାହା ଏବଂ ଆଥିୟା ସେଠୀଙ୍କ ପରି ଅଭିନେତ୍ରୀ ମାନଙ୍କୁ ବଲିଉଡରେ ଲଞ୍ଚ କରିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ କିଛି ଅଭିନେତ୍ରୀ ଏହିପରି ଅଛନ୍ତି, ଯେଉଁମାନେ ସଲମାନଙ୍କ ସହ ଥରେ ଫିଲ୍ମରେ ଅଭିନୟ କରି ଦ୍ଵିତୀୟ ଥର ସଲମାନଙ୍କ ସହ ଅନସ୍କ୍ରିନରେ ନଜରକୁ ଆସି ନାହାଁନ୍ତି । ଆସନ୍ତୁ କାରଣ ଜାଣିବେ କଣ ପାଇଁ ଏହିପରି ହୋଇଛି ।

ଉର୍ମିଳା ମାଟୋଣ୍ଡକର :

ବଲିଉଡର ରଙ୍ଗିଲା ଗାର୍ଲ ଉର୍ମିଳା ଏବଂ ସଲମାନ “ଜାନମ୍ ସମଝା କରୋ”ରେ ଏକତ୍ର କାର୍ଯ୍ୟ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରଫ୍ଲପ ହୋଇଥିଲା । ଏହି କାରଣରୁ ଉର୍ମିଳା ଦ୍ଵିତୀୟ ଥର ସଲମାନଙ୍କ ସହ କୌଣସି ଫିଲ୍ମରେ କାମ କରିନାହାନ୍ତି । ତାଙ୍କୁ ଲାଗିଥିଲା ସଲମାନଙ୍କ ସହ ଉର୍ମିଳାଙ୍କ ଯୋଡିକୁ ଦର୍ଶକ ପସନ୍ଦ କରିନଥିଲେ ।

ସୋନାଲି ବେନ୍ଦ୍ରେ :

ଫିଲ୍ମ “ହମ୍ ସାଥ ସାଥ ହେ”ରେ ସଲମାନ ଏବଂ ସୋନାଲି ଏକତ୍ର କାମ କରିଥିଲେ । ଅନସ୍କ୍ରିନ ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ କିନ୍ତୁ ଏହି ଫିଲ୍ମ ପରେ ସଲମାନ, ସୋନାଲିଙ୍କ ସମେତ ଅନେକ କଳାକାର କଳା ହରିଣ ଶିକାର କରିବା ଘଟଣାରେ ଫସି ଯାଇଥିଲେ । ଏହି କାରଣରୁ ସୋନାଲି ଦ୍ଵିତୀୟ ଥର ସଲମାନଙ୍କ ସହ ଅନସ୍କ୍ରିନରେ ନଜର ଆସିନଥିଲେ ।

ଜୁହି ଚାଵଲା :

୯୦ ଦଶକରେ ଜୁହି ବଲିଉଡର ଜଣେ ଦାମୀ ଅଭିନେତ୍ରୀ ହୋଇ ପାରିଥିଲେ । ସେହି ସମୟରେ ଜୁହି ଅନେକ ହିଟ୍ ଫିଲ୍ମର ଭେଟି ଦର୍ଶକଙ୍କୁ ଦେଇଛନ୍ତି । ସଲମାନଙ୍କ ସହ “ଦିୱାନା ମସ୍ଥାନା” ଫିଲ୍ମରେ ଜୁହି ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ଫିଲ୍ମ ହିଟ୍ ମଧ୍ୟ ହୋଇଥିଲା । ଏହା ସତ୍ତ୍ୱେ ଦୁହେଁ, ଦ୍ଵିତୀୟ ବାର ଏକତ୍ର କୌଣସି ଚଳଚିତ୍ରରେ କାର୍ଯ୍ୟ କରିନାହାଁନ୍ତି ।

ଟୁଇଙ୍କଲ୍ ଖାନ୍ନା :

ଟୁଇଙ୍କଲ୍ ଖାନ୍ନା ଏବଂ ସଲମାନ ଏକତ୍ର “ଜବ୍ ପ୍ୟାର କିସୀ ସେ ହୋତା ହେ”ରେ କାର୍ଯ୍ୟ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଦର୍ଶକଙ୍କୁ ଦୁହିଁଙ୍କ ଅଭିନୟ ମଧ୍ୟ ପସନ୍ଦ ଆସିଥିଲା । କିନ୍ତୁ ପରେ ଟୁଇଙ୍କଲ୍ ସଲମାନଙ୍କ ସହ ଏକତ୍ର କାର୍ଯ୍ୟ କରିବା ପାଇଁ ପସନ୍ଦ କରିନଥିଲେ । ଶୁଣିବା ପାଇଁ ମିଳିଛି ସଲମାନଙ୍କ ଏକ ଫିଲ୍ମକୁ ଟୁଇଙ୍କଲ୍ ରିଜେକ୍ଟ କରିଦେଇଥିଲେ ।

ଏଶ୍ୱର୍ଯ୍ୟା ରାୟ :

ଏଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନଙ୍କ ଯୋଡି ସୁପରହିଟ ଫିଲ୍ମ “ହମ୍ ଦିଲ୍ ଦେ ଚୁକେ ସନମ୍”ରେ ପ୍ରଥମ ଏବଂ ଶେଷ ଥର ପାଇଁ ନଜରକୁ ଆସିଥିଲେ । ଏହି ଫିଲ୍ମ ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅସଲ ଏବଂ ରିଲ ଜୀବନରେ ଦର୍ଶକ ଉଭୟ ସଲମାନ ଏବଂ ଅଶ୍ୱର୍ଯ୍ୟଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି ।ପରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଦ୍ଵିତୀୟ ଥର ପାଇଁ ଦୁହେଁ ଏକତ୍ର ଅନ୍ୟ କୌଣସି ଫିଲ୍ମରେ କାର୍ଯ୍ୟ କରିନାହାଁନ୍ତି ।