ଏହି ୬୩ ବର୍ଷର ଅଭିନେତ୍ରୀ ସହ ବିବାହ କରିବାକୁ ଚାହୁଁଥିଲେ ସଲମାନ୍, ନାମ ଜାଣିକରି ଚମକି ଯିବେ ଆପଣ !

Spread the love

ବଲିଉଡର ଦବାଙ୍ଗ ଖାନ୍ ଅର୍ଥାତ ସଲମାନ୍ ଭାଇଜାନ ୫୨ ବର୍ଷରୁ ଅଧିକ ହୋଇ ସାରିଛନ୍ତି କିନ୍ତୁ ତାଙ୍କର ଫ୍ୟାନସ୍ ଆଜି ମଧ୍ୟ ତାଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ସଲମାନ୍ ଖାନଙ୍କ ବିବାହକୁ ନେଇ ଅନେକ ଥର ମିଥ୍ୟା ଖବର ପ୍ରଚାର ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ସେ ବିବାହ ମଧ୍ୟ କରି ନାହାନ୍ତି । ସଙ୍ଗୀତା ବିଜଲାନି ଠାରୁ ଆରମ୍ଭ କରି ଐଶ୍ଵରୀୟା ରାୟ ପର୍ଯ୍ୟନ୍ତ ସଲମାନଙ୍କର ଅନେକ ଅଫେୟର ମଧ୍ୟ ରହିଥିଲା କିନ୍ତୁ କାହା ସହ ମଧ୍ୟ ବିବାହ ପର୍ଯ୍ୟନ୍ତ କଥା ପହଞ୍ଚି ପାରି ନ ଥିଲା ।

ଆଜି ଆମେ ଆପଣମାନଙ୍କୁ ବଲିଉଡର ଏମିତି ଏକ ଅଭିନେତ୍ରୀ ବିଷୟରେ ଜଣାଇବାକୁ ଚାହୁଁଛୁ; ଯାହା ଉପରେ ସଲମାନ୍ ଖାନ୍ ଫିଦା ହୋଇ ଯାଇଥିଲେ । କେବଳ ଏତିକି ନୁହେଁ; ସେ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । ବାସ୍ତବରେ ଆଜି ଆମେ ଯେଉଁ ବଲିଉଡ୍ ଅଭିନେତ୍ରୀଙ୍କ କଥା କହୁଛୁ ସେ ଆଉ କେହି ନୁହେଁ ବରଂ ରେଖା ଅଟନ୍ତି । ରେଖା ସଲମାନ୍ ଠାରୁ ୧୧ ବର୍ଷରେ ବଡ଼ ଅଟନ୍ତି ଏବଂ ତାଙ୍କର ବୟସ ବର୍ତ୍ତମାନ ୬୩ ବର୍ଷ ଅଟେ । କିନ୍ତୁ ଏହା କୁହାଯାଇପାରେ କି ରେଖା ସଲମାନଙ୍କର ପିଲା ଦିନର ଭଲ ପାଇବା ଅଟନ୍ତି ।

ରେଖାଙ୍କୁ ତାଙ୍କ ସମୟର ସବୁଠାରୁ ସୁନ୍ଦରୀ ଏବଂ ପସନ୍ଦିତ ଅଭିନେତ୍ରୀ କୁହାଯାଉଥିଲା । ସେ ତାଙ୍କ କ୍ୟାରିୟରରେ ବଲିଉଡରେ ଅନେକ ହିଟ୍ ଫିଲ୍ମ୍ ଦେଇଛନ୍ତି । ବାସ୍ତବରେ ସଲମାନ୍ ଖାନ୍ ଏକ ଇଣ୍ଟରଭ୍ୟୁରେ ନିଜେ ଏହି କଥାକୁ ମାନି ନେଇଥିଲେ କି ରେଖା ପାଇଁ ତାଙ୍କର ହୃଦୟ ଧକ୍ ଧକ୍ ହେଉଥିଲା । ଏତିକି ନୁହେଁ ସେ ଏହା ମଧ୍ୟ କହିଥିଲେ କି ସେ ଛୋଟ ଥିବା ସମୟରେ ରେଖାଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ ।

ଠିକ୍ ସେହି ସମୟରେ ରେଖା ମଧ୍ୟ ଏହା କହିଥିଲେ କି ଯେତେବେଳେ ସଲମାନ୍ ଛୋଟ ଥିଲେ ସେତେବେଳେ ସେ ସାଇକେଲରେ ତାଙ୍କ ଘର ଚାରି ପାଖରେ ଘୁରି ବୁଲୁଥିଲେ । ଗୌରବର କଥା ଏହା କି ଯେ, ରେଖାଙ୍କ ସୁନ୍ଦରତାର ଦିୱାନା କେବଳ ସଲମାନ୍ ନ ଥିଲେ ବରଂ ପୁରା ଦୁନିଆର କୋଟି କୋଟି ଲୋକ ଥିଲେ । ସେହି ସମୟର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ରେଖାଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ ଏମାନଙ୍କ ସଂପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିପାରି ନଥିଲା ।

ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରିବା କରନ୍ତୁ ଏବଂ ନିଜ ମତାମତ Comment Boxରେ ଦିଅନ୍ତୁ ।