ସଲମାନ ଖାନଙ୍କ ବିବାହ ଭିଡ଼ିଓ ହେଲା ଭାଇରଲ, ଭଉଣୀ ଡିଜାଇନ କଲେ ପୋଷାକ କିନ୍ତୁ ପରେ….

Spread the love

ସଲମାନ ଖାନଙ୍କ ବିବାହ ଏକ ଇଣ୍ଟରନେସନଲ ବା ଆନ୍ତର୍ଜାତୀୟ ପ୍ରଶ୍ନ ପାଲଟି ଯାଇଛି ଯାହା କି ସମସ୍ତଙ୍କ ମନରେ ଅଛି ।

୫୩ ବର୍ଷ ହୋଇଥିବା ବଲିଉଡ଼ର ଦବଙ୍ଗଙ୍କ ବିବାହ କେବେ ହେବ ? ଏହି ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ କାହାରିକୁ ମଧ୍ୟ ମିଳି ପାରିନାହିଁ । ତାଙ୍କ ବିବାହ ପ୍ରକୃତ ଜୀବନରେ ନ ହୋଇଥିଲେ ମଧ୍ୟ ଚଳଚ୍ଚିତ୍ର ମାନଙ୍କରେ ତାଙ୍କର ବିବାହ ଅନେକ ଥର ହୋଇଛି । ଯେବେ ମଧ୍ୟ ସୁଯୋଗ ମିଳେ, ଲୋକେ ସଲମାନ ଖାନଙ୍କ ସାମନାରେ ଏହି ପ୍ରଶ୍ନ ରଖି ଦିଅନ୍ତି ଯେ, ଆପଣ ବିବାହ କେବେ କରୁଛନ୍ତି ? କିନ୍ତୁ ସତ କଥା ତ ଏହା ଯେ, ତାଙ୍କୁ ନିଜକୁ ମଧ୍ୟ ତାଙ୍କ ବିବାହ ବିଷୟରେ ଜଣା ନାହିଁ । କିନ୍ତୁ ଗତ କିଛି ଦିନ ପୂର୍ବରୁ ସଲମାନ ଖାନଙ୍କ ବିବାହର ଭିଡ଼ିଓ ଭାଇରଲ ହୋଇଥିଲା, ଏବେ ଏହା କିପରି ଭିଡ଼ିଓ ଆପଣ ମାନଙ୍କୁ ଜାଣିବା ଉଚିତ ।

ସଲମାନ ଖାନଙ୍କ ବିବାହର ଭିଡ଼ିଓ ହେଲା ଭାଇରଲ :

ଗତ କିଛି ଦିନ ତଳେ ଗୋଟିଏ ଭିଡ଼ିଓ ଭାଇରଲ ହେଉଛି, ଯେଉଁଠାରେ କି ସଳମାନ ବିବାହ କରୁଛନ୍ତି ଏବଂ ଏହି ଭିଡ଼ିଓରେ ସଲମାନ ନିଜ ବଧୂଙ୍କୁ ଫୁଲହାର ପିନ୍ଧାଉଛନ୍ତି ଓ ଏହା ଶୁଣି ଆପଣ ରାଗି ଯିବେ କି ସଲମାନ ଖାନ ବିବାହ କରୁଛନ୍ତି ଅଥଚ ନିଜ ଫେନ୍ସମାନଙ୍କୁ ଜଣାଇ ନାହାଁନ୍ତି ! ତେବେ ତାହା ପୂର୍ବରୁ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ବିବାହର ଭିଡ଼ିଓ ଫିଲ୍ମି ଅଟେ । ଆପଣ ମଧ୍ୟ ଦେଖିଥିବେ ତାଙ୍କ ଚଳଚ୍ଚିତ୍ରରେ ହୋଇଥିବା ବିବାହ ଗୁଡ଼ିକ ।

ଏହି ଭିଡ଼ିଓ ଚଳଚ୍ଚିତ୍ର ଭାରତର ଗୋଟିଏ ଦୃଶ୍ୟର ଥିଲା ଯେଉଁଠାରେ କି କ୍ୟାଟ୍ରିନା କୈଫ ତାଙ୍କୁ ଫୁଲର ହାର ପିନ୍ଧାଉଛନ୍ତି । ଶୋରଶବ୍ଦ ମଧ୍ୟରେ ତାଳିର ଶବ୍ଦ ମଧ୍ୟ ଶୁଣାଯାଉଛି ଓ ଏହି ଭିଡ଼ିଓକୁ ଡିଜାଇନର ଏଶଳେ ରିବେଲୋ ସେୟାର କରିଛନ୍ତି । ଏଶେଲେ କହିଥିଲେ ଯେ, ସେ ଏହି ଦୃଶ୍ୟର ପୋଷାକ ଡିଜାଇନ କରିବା ସମୟରେ ସେ ସଲମାନଙ୍କ ଭଉଣୀ ଅଲବୀରା ଖାନ ଅଗ୍ନିହୋତ୍ରୀଙ୍କ ଠାରୁ ସାହାଯ୍ୟ ନେଇଥିଲେ ଓ ସେ ଚଳଚ୍ଚିତ୍ର ଭାରତର ହିଁ ଏକ ହୃଦୟଙ୍ଗମ ଦୃଶ୍ୟ ଅଛି; ଯାହାର ଶେଷରେ ସଲମାନ ଓ କ୍ୟାଟ୍ରିନାଙ୍କ ବିବାହ ହୋଇଥାଏ ।

ଜୀବନରେ କେତେ ଝିଅ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଛନ୍ତି ଅବିବାହିତ :

୧୭ ବର୍ଷ ବୟସରୁ ସଲମାନଙ୍କୁ ପ୍ରଥମ ଥର ପାଇଁ ପ୍ରେମ ହୋଇଥିଲା ଓ ଏହା ପରେ ତାଙ୍କ ଜୀବନରେ ସଙ୍ଗୀତା ବିଜଲାନୀ ଆସିଥିଲେ । ସଲମାନ ତାଙ୍କୁ ବହୁତ ପସନ୍ଦ କରୁଥିଲେ ଓ ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ପହଞ୍ଚି ଯାଇଥିଲା । ସଙ୍ଗୀତାଙ୍କ ସହିତ ସଲମାନଙ୍କ ବିବାହ ନିମନ୍ତ୍ରଣ ପତ୍ର ମଧ୍ୟ ଛପି ସାରିଥିଲା କିନ୍ତୁ ସଙ୍ଗୀତା ବିଜଲାନୀ କୌଣସି କାରଣ ବଶତଃ ବିବାହରୁ ମନା କରି ଦେଇଥିଲେ । ଏହା ପରେ ସଲମାନଙ୍କ ଜୀବନରେ ସୋମି ଅଲି ଆସିଲେ କିନ୍ତୁ ତାଙ୍କ ସହିତ ପ୍ରେମ କରି ମଧ୍ୟ ସଲମାନ ଐଶ୍ଵର୍ଯ୍ୟଙ୍କ ନିକଟକୁ ଯିବାକୁ ଲାଗିଲେ, ଯାହାଫଳରେ ସୋମି ଅଲି ତାଙ୍କୁ ଛାଡି ଆମେରିକା ଚାଲିଗଲେ । ସଲମାନଙ୍କ ସହିତ ଐଶ୍ଵର୍ଯ୍ୟ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ସଲମାନଙ୍କ କଥା କଥାରେ ରାଗିଯିବା ଗୁଣ ବା ପ୍ରକୃତି ଯୋଗୁଁ ଐଶ୍ଵର୍ଯ୍ୟ ମଧ୍ୟ ସଲମାନଙ୍କ ହାତ ଛାଡ଼ି ଦେଲେ ଓ ପରେ ଆସିଲେ ତାଙ୍କ ଜୀବନରେ କ୍ୟାଟ୍ରିନା କୈଫ କିନ୍ତୁ ତାଙ୍କ ସହିତ ବିବାହ କରୁଛନ୍ତି କିମ୍ବା ନାହିଁ ଏହା ସମୟ ହିଁ କହିପାରିବ । କିନ୍ତୁ ବର୍ତ୍ତମାନ ଏହି ବର୍ଷ ମଧ୍ୟ ଭାଇଜାନ ଅବିବାହିତ ଅଛନ୍ତି ଓ ଏହି ବର୍ଷ ସେ ନିଜର ୫୪ ତମ ଜନ୍ମଦିନ ପାଳନ କରିବେ ।