ବୋଲିଉଡ଼ ଅଭିନେତା ସଲମାନ ଖାନ୍ ଙ୍କ ‘ସନମ ବେୱଫା’ର ଅଭିନେତ୍ରୀ ବର୍ତ୍ତମାନ ନିଖୋଜ ! ଜାଣନ୍ତୁ ବର୍ତ୍ତମାନ ସେ କେଉଁଠି-

Spread the love

ବୋଲିଉଡ଼ ଅଭିନେତ୍ରୀ ଚାନ୍ଦନୀ, ସଲମାନ ଖାନଙ୍କ ସହିତ ପ୍ରଥମ ଫିଲ୍ମ ହିଟ୍ ହୋଇଥିଲେ କିନ୍ତୁ ପରେ ଫ୍ଲୋପ୍ ହୋଇଯାଇଥିଲା ।

୯୦ ଦଶକରେ ଅନେକଗୁଡ଼ିଏ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସେଥିମଧ୍ୟରୁ କିଛି ଲୋକପ୍ରିୟ ହୋଇଥିଲେ ତୋ କିଛି ଅସଫଳ ହୋଇଥିଲେ । କିଛି ଅଭିନେତ୍ରୀ ଏମିତି ବି ଥିଲେ, ଯାହାର ପ୍ରଥମ ଏବଂ ଦ୍ୱିତୀୟ ଫିଲ୍ମ ହିଟ୍ ହୋଇଥିଲେ ମଧ୍ୟ ସମୟାନୁସାରେ ସେମାନଙ୍କ ସ୍ଥିତି ଲୁପ୍ତ ହେବାରେ ଲାଗିଲା ଏବଂ ବର୍ତ୍ତମାନ ସେମାନେ ପରଦାରୁ ଗାୟବ ହୋଇଯାଇ ନିଜର ଅନ୍ୟତ୍ର ଜୀବନ ବିତାଉଛନ୍ତି । ବଡ ବଡ ଅଭିନେତା ମାନଙ୍କ ସହ କାମ କରିବା ପରେ ବି ସେମାନଙ୍କୁ କୌଣସି ଖାସ୍ ଲୋକପ୍ରିୟତା ନ ମିଳିବା ଯୋଗୁଁ, ସେହି ଅଭିନେତ୍ରୀମାନେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂର ଚାଲିଗଲେ । ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ଚନ୍ଦନୀ, ଯିଏ କି ଡେବ୍ୟୁ ତୋ ସଲମାନ ଖାନଙ୍କ ସହିତ କରିଥିଲେ କିନ୍ତୁ ପରେ ତାଙ୍କର କୌଣସି ବି ଫିଲ୍ମ ହିଟ୍ ହୋଇ ପାରିନଥିଲା, ଯେଉଁ କାରଣରୁ ସେ ଇଣ୍ଡଷ୍ଟ୍ରିରେ ତିଷ୍ଟି ପାରିଲେ ନାହିଁ ।

ସଲମାନ ଖାନଙ୍କ ‘ସନମ ବେୱଫା’ ଫିଲ୍ମର ଅଭିନେତ୍ରୀ ବର୍ତ୍ତମାନ ନିଖୋଜ ! ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ –

ସଲମାନ ଖାନଙ୍କ ‘ସନମ ବେୱଫା’ର ଅଭିନେତ୍ରୀ ବର୍ତ୍ତମାନ ନିଖୋଜ –

୧୯୯୧ ମସିହାରେ ଆସିଥିବା ଫିଲ୍ମ ‘ସନମ ବେୱାଫ’ରୁ ନିଜ ଭବିଷ୍ୟତ ଆରମ୍ଭ କରିଥିବା ଅଭିନେତ୍ରୀ ଚାନ୍ଦନୀ, ସଲମାନ ଖାନଙ୍କ ସହିତ ଖୁବ୍ ରୋମାନ୍ସ କରିଥିଲେ । ପ୍ରଥମ ଫିଲ୍ମ ସୁ୍ପରହିଟ୍ ହେବା ସହିତ ଏହି ଚଳଚ୍ଚିତ୍ରର ଗୀତ ମଧ୍ୟ ଖୁବ୍ ହିଟ୍ ହୋଇଥିଲା । ପ୍ରଥମ ଚଳଚ୍ଚିତ୍ର ହିଟ୍ ହେବା ପରେ ମଧ୍ୟ ଚାନ୍ଦନୀଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଲୋକ ପ୍ରିୟତା ମିଳି ପାରିନଥିଲା ଏବଂ ଯାହାଫଳରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁରେଇ ଯିବାକୁ ପଡିଲା ।

୧୯୯୧ ମସିହାରେ ଫିଲ୍ମ “ସନମ ବେୱଫା” ପରେ ୧୯୯୬ ମସିହା ପର୍ଯ୍ୟନ୍ତ ଚାନ୍ଦନୀ ୧୦ଟି ଫିଲ୍ମରେ କାମ କରିଥିଲେ କିନ୍ତୁ ଅସଫଳତା ରହିଥିଲେ । ଏହାପରେ ତାଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇଗଲା । ଚାନ୍ଦନୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୬ ବର୍ଷ କାମ କରିବା ପରେ ବୋଲିଉଡ଼ ଜଗତକୁ ବିଦାୟ ଦେବାକୁ ପଡିଥିଲା । ବଡ ପରଦାରେ ଚାନ୍ଦନୀଙ୍କୁ ଶେଷଥର ଫିଲ୍ମ ୧୯୯୬ରେ ଆସିଥିବା ଫିଲ୍ମ “ହାହାକାର”ରେ ଦେଖିବାକୁ ମିଳିଥିଲା । ଚାନ୍ଦନୀ “୧୯୪୨-ଏ ଲୋଭ ଷ୍ଟୋରୀ”, “ହିନା”, “ମିଷ୍ଟର ଆଜାଦ”, “ଜାନସେ ପ୍ୟାରା”, “ଇକ୍କେ ପେ ଇକ୍କା”, “ଜାୟ କିସାନ”, “ବିରୁଦାଦା” ଏବଂ “ଉମ୍ର 55 କି ଦିଲ୍ ବଚପନ୍”, ଭଳି ଫିଲ୍ମରେ କାମ କରିଥିଲେ । ଚାନ୍ଦନୀ ବୋଲିଉଡ଼ ବ୍ୟତୀତ ସାଉଥ୍ ଇଣ୍ଡିଆନ୍ ଫିଲ୍ମରେ ମଧ୍ୟ କାମ କରିଥିଲେ ।

ଚାନ୍ଦନୀଙ୍କର ଅସଲି ନାମ ନବୋଦିତ ଶର୍ମା ଅଟେ । କିନ୍ତୁ ସେ ବୋଲିଉଡ଼କୁ ଆସିବା ପରେ ନିଜର ନାମକୁ ବଦଳାଇ ଦେଇଥିଲେ । ଆଜି ସେ ଚାନ୍ଦନୀ ନାମରେ ପରିଚିତ ଅଟନ୍ତି ଏବଂ ନିଜ ଦେଶ ଛାଡିକରି ଅନ୍ୟଦେଶରେ ବାସ କରୁଥିବା ଚାନ୍ଦନୀ ୨ଟି ଝିଅର ମାଆ ଅଟନ୍ତି । ଫିଲ୍ମର ଚକାଚାନ୍ଦ ଠାରୁ ଦୁରେଇ ଯାଇଥିବା ଚାନ୍ଦନୀଙ୍କର ୟୁ.ଏସ.ଏ.ରେ ଏକ ଡାନ୍ସ ଏକାଡେମୀ ଅଛି ଏବଂ ସେ ସେହି ଏକାଡେମୀର ଡାନ୍ସ ମାଷ୍ଟର ଅଛନ୍ତି । ଫିଲ୍ମରେ ଖାସ୍ ପରିଚୟ ସୃଷ୍ଟି ନ କରି ପାରିବାରୁ ଚାନ୍ଦନୀ ବିବାହ କରି ନେଇଥିଲେ ଏବଂ ଇଣ୍ଡଷ୍ଟ୍ରି ଛାଡି ବିଦେଶରେ ନିଜର କାମ ଆରମ୍ଭ କରିଥିଲେ । ବୋଲିଉଡ଼ ସହିତ ଚାନ୍ଦନୀଙ୍କର ଏବେ କୌଣସି ସମ୍ବନ୍ଧ ନାହିଁ । ଇଣ୍ଡଷ୍ଟ୍ରି ମଧ୍ୟ ତାଙ୍କୁ ଭୁଲେଇ ଦେଇଛି ଏବଂ କିଛି ଦର୍ଶକଙ୍କ ମନରେ ଫିଲ୍ମ ‘ସନମ ବେୱଫା’ର ହିରୋଇନ ଭାବେ ରହିଛନ୍ତି ଏବଂ ସଲମାନ ଖାନ ସହିତ ଡେବ୍ୟୁ କରିଥିବା ଅଭିନେତ୍ରୀ ଭାବେ ମଧ୍ୟ ତାଙ୍କର ସୁନାମ ରହିବ ।