ଏହି ଅଭିନେତ୍ରୀଙ୍କୁ ନିଜ ଘରର ବୋହୂ କରିବାକୁ ଚାହଁନ୍ତି ସଲମାନ ଖାନଙ୍କ ମାଆ ! ପରିବାର ଲୋକଙ୍କୁ ମଧ୍ୟ ପସନ୍ଦ ଆସିଛି ଏହି ଝିଅ…

Spread the love

ସଲମାନ ଖାନଙ୍କ ମାଆ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ବଲିଉଡ଼ର ଏହି ଅଭିନେତ୍ରୀଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଯଦି ସୁଯୋଗ ମିଳିବ; ତେବେ ସେ ତାଙ୍କୁ ନିଜ ଘରର ବୋହୂ କରିବାକୁ ଚାହିଁବେ ।

ସଲମାନ ଖାନ ବଲିଉଡର ଏକମାତ୍ର ଏମିତି ଅଭିନେତା ଯିଏ କିଛି ନା କିଛି କାରଣରୁ ସବୁଦିନେ ଗଣମାଧ୍ୟମରେ ଚର୍ଚ୍ଚିତ ରହିଥାନ୍ତି । ସଲମାନ ଖାନ ନିଜ କ୍ରୋଧ ଛଡ଼ା ନିଜର ଦୟାଳୁ ସ୍ଵଭାବ ପାଇଁ ମଧ୍ୟ ଜଣାଶୁଣା । ଏହି କଥାକୁ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ ଯେ, ସଲମାନ ବଲିଉଡର ଏକମାତ୍ର ଏମିତି କଳାକାର ଯିଏ ଲୋକଙ୍କ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗେଇ ଆସନ୍ତି । ସାରା ଦୁନିଆରେ ସଲମାନଙ୍କ ଲକ୍ଷ ଲକ୍ଷ ସମର୍ଥକ ଅଛନ୍ତି ଏବଂ ସମର୍ଥକମାନେ ତାଙ୍କ ଚଳଚ୍ଚିତ୍ରକୁ ଦେଖିବା ପାଇଁ ଧର୍ଯ୍ୟର ସହିତ ଅପେକ୍ଷା କରିଥାନ୍ତି । ଚଳଚ୍ଚିତ୍ର ଛଡ଼ା ସେମାନେ ଅନେକ ବର୍ଷ ଧରି ସଲମାନଙ୍କ ବିବାହର ମଧ୍ୟ ଅପେକ୍ଷାରେ ରହିଛନ୍ତି । ସଲମାନଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀଙ୍କ ସହିତ ଯୋଡ଼ା ଯାଇଛି । କେତେ ଥର ତାଙ୍କ ବିବାହର ମିଛ ଖବର ମଧ୍ୟ ଆସିଛି । ସଲମାନ ଖାନଙ୍କ ସମର୍ଥକମାନେ ଅପେକ୍ଷାରେ ଅଛନ୍ତି ଯେ, କେବେ ତାଙ୍କ ପ୍ରିୟ ଅଭିନେତା ବିବାହ କରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସଲମାନଙ୍କ ସହ ଜଡ଼ିତ ଏମିତି ଏକ ଖବର ବିଷୟରେ କହିବୁ, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଖବର ଅନୁସାରେ ସଲମାନ ଖାନଙ୍କ ମାଆ ଗୋଟିଏ ଅଭିନେତ୍ରୀଙ୍କୁ ବହୁତ ପସନ୍ଦ କରଛନ୍ତି ଏବଂ ସେ ଚାହୁଁଛନ୍ତି ଯେ, ସେହି ଅଭିନେତ୍ରୀ ଜଣକ ତାଙ୍କ ଘରର ବୋହୂ ହୁଅନ୍ତୁ ।

ଏହି ଅଭିନେତ୍ରୀଙ୍କୁ ନିଜ ଘରର ବୋହୂ କରିବାକୁ ଚାହୁଁଛନ୍ତି ସଲମାନ ଖାନଙ୍କ ମାଆ :

ଆପଣଙ୍କୁ କହି ରଖୁଛୁ, ସଲମାନଙ୍କ ମାଆ ଯେଉଁ ଅଭିନେତ୍ରୀଙ୍କୁ ନିଜ ଘରର ବୋହୂ କରିବାକୁ ଚାହୁଁଛନ୍ତି; ସେ ଅନ୍ୟ କେହି ନୁହଁନ୍ତି ସେ ହେଉଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଦୁଇ ଭଉଣୀଙ୍କ ସମେତ ସଲମାନଙ୍କ ମାଆଙ୍କୁ ମଧ୍ୟ କ୍ୟାଟ୍ରିନା ବହୁତ ଭଲ ଲାଗନ୍ତି । ସଲମାନଙ୍କ ମାଆଙ୍କର ଇଚ୍ଛା ଅଛି ଯେ, ତାଙ୍କ ପୁଅ କ୍ୟାଟ୍ରିନାଙ୍କୁ ହିଁ ବିବାହ କରୁ । ସଲମାନ ଚାହିଁଥିଲେ ୧୦ ବର୍ଷ ପୂର୍ବରୁ ହିଁ କ୍ୟାଟ୍ରିନାଙ୍କ ସହିତ ବିବାହ କରି ସାରିଥାନ୍ତେ କିନ୍ତୁ କୌଣସି କାରଣରୁ କ୍ୟାଟ୍ରିନା ସଲମାନଙ୍କ ସହିତ ବିବାହ କରିବାକୁ ଚାହୁଁ ନାହାନ୍ତି ।

ଥରେ ଯେତେବେଳେ ଗୋଟିଏ ସମ୍ବାଦିକ କ୍ୟାଟ୍ରିନାଙ୍କୁ ପଚାରିଲା ଯେ, ଆପଣ ସବୁଠାରୁ ଅଧିକ ବିଶ୍ୱାସ କାହାକୁ କରନ୍ତି । ଏହି ପ୍ରଶ୍ନ ଉପରେ କ୍ୟାଟ୍ରିନା କହିଲେ ଯେ, ସେ ସମ୍ପୂର୍ଣ୍ଣ ବିଶ୍ୱ ବ୍ରହ୍ମାଣ୍ଡରେ ଯେଉଁ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତି; ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସଲମାନ ଖାନ । ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ସମର୍ଥକମାନେ ଆଜି ମଧ୍ୟ ଦୁଇଜଣଙ୍କର ବିବାହ ପାଇଁ ଅପେକ୍ଷା କରିଛନ୍ତି ।

କେବେ ସଲମାନ ଖାନ ଏହି ଅଭିନେତ୍ରୀଙ୍କ ସହ ବିବାହ କରିବାକୁ ଚାହୁଁଥିଲେ :

ବର୍ତ୍ତମାନ ନିକଟରେ ହିଁ ସଲମାନ ଖାନ ଖୁଲାସା କରିଛନ୍ତି ଯେ, ସେ ଗୋଟିଏ ସମୟରେ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲାଙ୍କ ସହିତ ବିବାହ କରିବାକୁ ଚାହୁଁଥିଲେ । ସେ କହିଲେ ଯେ”, ଜୁହି ଚାୱଲାଙ୍କୁ ସେ ପସନ୍ଦ କରୁଥଲେ ଏବଂ ଜୁହି ତାଙ୍କୁ ବହୁତ ସୁନ୍ଦର ଲାଗୁଥଲେ । ଏ ବିଷୟରେ ସେ ଜୁହିଙ୍କ ପିତାଙ୍କୁ ବିବାହର ପ୍ରସ୍ତାବ ମଧ୍ୟ ଦେଇଥିଲେ କିନ୍ତୁ ଜୁହିଙ୍କ ପିତା ଏହି ବିବାହ ପାଇଁ ରାଜି ହୋଇ ନ ଥିଲେ । କାରଣ ସଲମାନଙ୍କ ସମ୍ପର୍କ ଅନେକ ଗୁଡ଼ିଏ ଅଭିନେତ୍ରୀଙ୍କ ସହିତ ରହିଥିଲା । ଏହି କାରଣରୁ ଜୁହିଙ୍କ ପିତା ଚାହୁଁ ନ ଥିଲେ ଯେ, ଜୁହି ଏବଂ ସଲମାନଙ୍କ ବିବାହ ହେଉ । ଜୁହିଙ୍କ ପିତାଙ୍କ ନଜରରେ ସଲମାନଙ୍କ ଚରିତ୍ର ଭଲ ନଥିଲା । ବର୍ତ୍ତମାନ ନିକଟରେ ହିଁ ସଲମାନ ଖାନଙ୍କ ଏକ ଇଣ୍ଟରଭ୍ୟୁ ଭାଇରଲ ହୋଇଥିଲା ଯେଉଁଠାରେ ସଲମାନ ନିଜେ ଏହି କଥା କହିଥିଲେ ।