ସଲମାନ ଖାନ୍ ଙ୍କ ଖାଦ୍ୟ ସୂଚୀ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜାଣନ୍ତୁ କଣ ସବୁ ଖାଆନ୍ତି ସଲମାନ ଖାନ୍ ।

Spread the love

ଆଜି ଆମେ ଆପଣଙ୍କୁ ସଲମାନ ଖାନ୍ ଙ୍କ ଖାଦ୍ୟ ସୂଚୀ ବିଷୟରେ ଜଣାଇବୁ । ବଲିଉଡର ସଲମାନ ଖାନ୍ ଙ୍କୁ ଆପଣମାନେ ଜାଣିଥିବେ, ଯାହାଙ୍କୁ ଆମେ ଦବଙ୍ଗ ଖାନ୍ ରୂପେ ଜାଣୁ । ବର୍ତ୍ତମାନ ସଲମାନ ଖାନ୍ ଙ୍କ ବୟସ ୫୦ ଅତିକ୍ରମ କରିସାରିଛି କିନ୍ତୁ ଫିଟନେସ ବିଷୟରେ ଯଦି କହିବା; ତେବେ ସଲମାନ ଜଣେ ଯୁବକକୁ ମଧ୍ୟ ପଛରେ ପକାଇ ଦେବେ । “ବିବି ହୋତୋ ଏସି” ଚଳଚିତ୍ରରୁ ନିଜ ଚଳଚିତ୍ର ଜୀବନ ଆରମ୍ଭ କରିଥିଲେ ସଲମାନ ଖାନ୍ ।

ସଲମାନଙ୍କୁ “ମେନେ ପ୍ୟାର କୀୟା” ଚଳଚିତ୍ରରୁ ସଫଳତା ମିଳିଥିଲା । ଏହି ଚଳଚିତ୍ର ପରେ ସଲମାନ ଖାନ୍ ଙ୍କ ଭାଗ୍ୟରେ ପରିବର୍ତ୍ତନ ଚାଲି ଆସିଥିଲା । ସଲମାନ ପ୍ରାରମ୍ଭରୁ ହିଁ ନିଜ ଫିଟନେସ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ସଲମାନ ଖାନ୍ ଅନେକ ଚଳଚିତ୍ରରେ ନିଜର ଶରୀର ପ୍ରଦର୍ଶନ କରି ଆସିଛନ୍ତି । ସମସ୍ତେ ଜାଣନ୍ତି; ଏହି ବୟସରେ ଏପରି ଫିଟ୍ ରହିବା ପାଇଁ ବ୍ୟାୟାମ ସହ ଭଲ ଖାଦ୍ୟପେୟ ନିତାନ୍ତ ଆବଶ୍ୟକ ଅଟେ ।

ବିନା କୌଣସି ଭଲ ଖାଦ୍ୟପେୟରେ କୌଣସି ବ୍ୟକ୍ତି ଏପରି ଫିଟ୍ ରହିବା ସମ୍ଭବ ନୁହେଁ । ଆଜି ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ସଲମାନ ଖାନ୍ ନିଜ ଖାଦ୍ୟରେ କଣ ସବୁ ଖାଆନ୍ତି ଏବଂ ଏକ ଦିନରେ ସେ ନିଜ ଖାଦ୍ୟ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ସଲମାନ ନିଜ ଦିନର ପ୍ରାରମ୍ଭ ଲେମ୍ବୁ, ମହୁ ପାଣିରୁ ଆରମ୍ଭ କରନ୍ତି ଏବଂ ଏପରି ଜଳଖିଆ କରିଥାନ୍ତି ଯେଉଁଥିରେ ପ୍ରୋଟିନ ଏବଂ କାର୍ବୋହାଇଡ୍ରେଡ଼ର ପରିମାଣ ଅଧିକ ରହିଥିବ । ଏଥିପାଇଁ ସେ ଜଳଖିଆରେ ଚାରୋଟି ଅଣ୍ଡାର ଅମଲେଟ୍ ଖାଆନ୍ତି ତାସହ ଗୋଟିଏ ଗ୍ଳାସ କ୍ଷୀର ପିଆନ୍ତି । ସଲମାନ ମସଲାଯୁକ୍ତ ଏବଂ ଜଙ୍କ ଫୁଡ୍ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ ।

ଦକ୍ଷିଣ ଭାରତୀୟ ଖାଦ୍ୟ ସଲମାନଙ୍କୁ ଖୁବ୍ ପସନ୍ଦ ଅଟେ । ଏଥିପାଇଁ ସେ ନିଜ ମଧ୍ୟାହ୍ନ ଭୋଜନରେ ପ୍ରାୟତଃ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାନ୍ତି ।ସଲମାନ ସପ୍ତାହରେ ୪ ଥର ମଧ୍ୟାହ୍ନ ଭୋଜନରେ ଫଳ ଖାଇଥାନ୍ତି । ବେଳେବେଳେ ସଲମାନ ମଧ୍ୟାହ୍ନ ଭୋଜନରେ ଗ୍ରୀଲ୍ ଫିସ୍ ଏବଂ ସଲାଡ୍ ସେବନ କରିଥାନ୍ତି ଯାହା ତାଙ୍କର ସ୍ୱାସ୍ଥ୍ୟକୁ ଠିକ ରଖିଥାଏ ।

ସଲମାନ ରାତିର ଖାଦ୍ୟରେ ଚିକେନ୍ ଓ ସଲାଡ୍ ର ସେବନ କରନ୍ତି । ଏହି ସବୁ ହିସାବରେ ସଲମାନ ଖାନ୍ ଗୋଟିଏ ଦିନରେ ଭୋଜନ ପାଇଁ ୮୦୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି । ଏହି ସବୁ ଖାଦ୍ୟ ଖାଇ ସଲମାନ ଖାନ୍ ନିଜକୁ ୫୦ ବର୍ଷ ବୟସରେ ମଧ୍ୟ ଫିଟ ରଖି ପାରିଛନ୍ତି ।