ସଲମାନ ଖାନଙ୍କ ଭାଉଜଙ୍କ ଅବସ୍ଥା ହେଲା ଖରାପ, ବର୍ତ୍ତମାନ ଏହିଭଳି ଦିନ କାଟିବାକୁ ପଡୁଛି ।

Spread the love

ବାଲିଉଡ଼ ଭାରତର ସବୁଠାରୁ ଉତ୍ତମ ଚଳଚିତ୍ର ଜଗତ ବୋଲି ଜଣାଯାଏ । ଆଜିକାଲି ବାଲିଉଡ଼, ହଲିଉଡ଼କୁ ଟକ୍କର ଦେବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି । ଆମରି ଏହି ବାଲିଉଡ଼ ଜଗତରେ ପ୍ରେମମୟ ଚଳଚିତ୍ର ଠାରୁ ଆରମ୍ଭ କରି ପାରିବାରିକ ଚଳଚିତ୍ର ମଧ୍ୟ ସୁପରିହିଟ ହୁଏ । ସେଥିମଧ୍ୟରୁ ଆମେ ଆଜି ଆପଣଙ୍କୁ ୯୦ ଦଶକର ଏକ ବ୍ଲକବଷ୍ଟର ଚଳଚିତ୍ର ବିଷୟରେ କହିବାକୁ ଯାଉଛୁ । ଯାହା ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କର ମନ ପସନ୍ଦ ହୋଇ ରହିଛି । ଏହି ଚଳଚିତ୍ର ଆଉ କୌଣସି ନୁହଁ ଆମର ସଲ୍ଲୁ ମିଆଁ ମାନେ ସଲମାନ ଖାନ ଏବଂ ମାଧୁରୀଙ୍କ ସୁପରିହିଟ ଚଳଚିତ୍ର “ହମ୍ ଆପକେ ହୈ କୋନ୍” ଅଟେ । ଏହି ଚଳଚ୍ଚିତ୍ର ସମ୍ପୂର୍ଣ ଭାବରେ ପାରିବାରିକ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରରେ ସମ୍ପର୍କର ଗୁରୁତ୍ୱ ବିଷୟରେ ଭଲ ଭାବରେ ଦର୍ଶାଇ ଯାଇଥିଲା । ଦର୍ଶକ ଆଜି ମଧ୍ୟ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ସବୁଠାରୁ ଅଧିକ ପସନ୍ଦ କରନ୍ତି । ଚଳଚ୍ଚିତ୍ରର ସମସ୍ତ ସଙ୍ଗୀତ ସୁପରହିଟ ଥିଲା ଏବଂ ଆଜି ମଧ୍ୟ ଆମ କାନରେ ଗୀତ ଗୁଡାକ ଶୁଭୁଛି ।

ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଏବଂ ମାଧୁରୀଙ୍କ ସହ ଅନ୍ୟ କଳାକାରମାନେ ମଧ୍ୟ କାମ କରିଛନ୍ତି, ସେମାନଙ୍କ ଅଭିନୟକୁ ଅତ୍ୟନ୍ତ ଚମତ୍କାର ଓ ପ୍ରଶଂସା ଯୋଗ୍ୟ ଥିଲା । ଆଜି ଆମେ ଏହି ଚଳଚ୍ଚିତ୍ର ବିଷୟରେ ନୁହେଁ ବରଂ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଯାଉଛୁ । ପ୍ରକୃତରେ ଏହି ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ଭାଉଜଙ୍କ ଭୂମିକାରେ ଅଭିନୟ କରିଥିବା ରେଣୁକା ଶହାଣେ ଏକ ସମୟରେ ସୁନ୍ଦର ଏବଂ ସଫଳତାର ଶିଖରକୁ ଛୁଇଁ ଥିଲେ । ମାତ୍ର ସମୟର ସହିତ ସେ ଏହି ଚଳଚଞ୍ଚଳ ଭରା ଜଗତରୁ ଉଭେଇ ଯାଇଥିଲେ ଏବଂ ଅଜଣା ଓ ଅପରିଚିତ ରୂପେ ଜୀବନ ବିତାଉଛନ୍ତି । କେବଳ ସେତିକି ନୁହଁ, ଆଜି ଏହି ଅଭିନେତ୍ରୀଙ୍କ ଚେହେରା ଏତେ ବଦଳି ଯାଇଛି ଯେ, ଆପଣ ଏହି ଅଭିନେତ୍ରୀଙ୍କୁ ଚିହିଁ ପାରିବେ ନାହିଁ ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ରେଣୁକାଙ୍କ ବିବାହ ୨୫ ମଇ ୨୦୦୧ରେ ବାଲିଉଡ଼ ଅଭିନେତା ଆଶୁତୋଷ ରାଣାଙ୍କ ସହ ହୋଇଥିଲା । ଖବରରୁ ଜଣାପଡିଛି ଯେ, ଦୁହିଁଙ୍କ ସାକ୍ଷାତ ନିର୍ଦ୍ଦେଶକ ହଂସଲ ମେହତାଙ୍କ ଏକ ଚଳଚ୍ଚିତ୍ରରେ ୩୧ ଡିସେମ୍ବର ୧୯୯୮ରେ ହୋଇଥିଲା । ବର୍ତ୍ତମାନ ଏମାନଙ୍କର ଶୌର୍ଯ୍ୟମାନ ଏବଂ ସତ୍ୟେନ୍ଦ୍ର ନାମରେ ଦୁଇଟି ସୁନ୍ଦର ପୁତ୍ର ଅଛନ୍ତି । ସମୟର ସହିତ ବ୍ୟକ୍ତିର ଚେହେରା ବଦଳିବା ଏକ ସାଧାରଣ କଥା ଅଟେ । ମାତ୍ର ରେଣୁକାଙ୍କ ବଲିଉଡ ଜଗତରୁ ଉଭେଇ ଯିବା ପରେ ଏବଂ ପୂର୍ବର ଚିତ୍ର ଦେଖିଲେ, ଆକାଶ ଆଉ ପାତାଳର ଫରକ ଜଣାପଡିବ । ଆଜିର ଦିନରେ ଚଳଚ୍ଚିତ୍ର ତାରକା ମାନେ ନିଜର ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ ଏବଂ ଶରୀରକୁ ନେଇ ବହୁତ ଚିନ୍ତାଶୀଳ ରହୁଛନ୍ତି । ଅନ୍ୟ ପଟେ ଆମେ ଏହି ଅଭିନେତ୍ରୀଙ୍କ ଚେହେରାକୁ ଦେଖି ତାଙ୍କର ଖରାପ ଅବସ୍ଥାର ଅନୁମାନ ଲଗାଇ ପାରିବା ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ରେଣୁକାଙ୍କ ଜନ୍ମ ୨୫ ମାର୍ଚ୍ଚ ୧୯୬୫ରେ ମହାରାଷ୍ଟ୍ରରେ ହୋଇଥିଲା । ସେ ସେଣ୍ଟ ଜାଭିୟାର କଲେଜରୁ କଳା (ସାଇକୋଲୋଜି ମେଜର)ରେ ପାଠ ପଢି କରି ଏବଂ ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ କ୍ଲିନିକାଲ ସାଇକୋଲୋଜିରେ ସ୍ନାତକୋତ୍ତର କରିଥିଲେ । କିନ୍ତୁ ଯେତେବେଳେ ରେଣୁକା ଆଶୁତୋଷଙ୍କ ଭେଟିଥିଲେ, ସେହି ସମୟରେ ରେଣୁକା ବିବାହିତ ଥିଲେ । କିନ୍ତୁ କୌଣସି କାରଣ ବଶତଃ ତାଙ୍କର ପ୍ରଥମ ବିବାହ ଭାଙ୍ଗି ଯାଇଥିଲା । ଏହି ସବୁ ବ୍ୟତୀତ ଆଶୁତୋଷ ତାଙ୍କୁ ବିବାହ କରି ତାଙ୍କୁ ନିଜର ନାମ ଦେଲେ । ବର୍ତ୍ତମାନ ରେଣୁକାଙ୍କ ଦୁଇଟିଯାକ ସନ୍ତାନ ବଡ ହୋଇ ଗଲେଣି ଏବଂ ରେଣୁକା ସେମାନଙ୍କୁ ଅତିଶୀଘ୍ର ବାଲିଉଡ଼ରେ ପ୍ରବେଶ କରାଇବେ ।

ଏହି ଦିନମାନଙ୍କରେ ରେଣୁକାଙ୍କ ଏକ ଫୋଟୋ ବହୁତ ଭାଇରଲ ହେବାରେ ଲାଗିଛି । ସେହି ଫୋଟୋକୁ ଦେଖି କେହି ମଧ୍ୟ ଚିହିଁ ପାରୁ ନାହାନ୍ତି ଯେ, ସେହି ହସ ହସ ମୁହଁ ରଖିଥିବା ସଲମାନଙ୍କ ଭାଉଜ ଯେ ସମସ୍ତଙ୍କର ହୃଦୟ ଜିତି ପରିଥିଲେ । ଫୋଟରେ ରେଣୁକାଙ୍କ ବୟସର ଛାପ ସ୍ପଷ୍ଟ ଭାବରେ ଜଣା ପଡିଯାଉଛି ।