ସଲମାନ ଖାନ୍ ଉପହାର ରୂପେ ରାନୁ ମଣ୍ଡଳଙ୍କୁ ଏତେ ଟଙ୍କାର ଘର ଦେଲେ… !!

Spread the love

ଦେଖୁ ଦେଖୁ ରାନୁ ମଣ୍ଡଳ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ହୋଇଗଲେ । ସେ ୟୁ-ଟ୍ୟୁବରେ ଅନ୍ୟ କଳାକାରମାନଙ୍କୁ ପଛରେ ପକାଇ ସବୁଠାରୁ ବଡ଼ ରେକର୍ଡ କରିଛନ୍ତି । ଅଳ୍ପଦିନ ତଳେ ହୀମେଶ ରେଶମୀଆ କହିଲେ, ମୋତେ ସଲମାନ ଖାନ୍ ଙ୍କ କୋଲ୍ ଆସିଥିଲା ଯାହା ପରେ ମୁଁ ରାନୁ ମଣ୍ଡଳଙ୍କୁ ବଲିଉଡରେ ପ୍ରବେଶ କରେଇଲି । ଦେଖୁ ଦେଖୁ ବହୁତ ମାତ୍ରାରେ ସୋସିଆଲ ମିଡ଼ିଆରେ ରାନୁ ମଣ୍ଡଳ ଗାଇଥିବା ଗୀତ ଭାଇରଲ ହେବାକୁ ଲାଗିଲା ।

କୁହାଯାଉଛି ଯେ, ବଲିଉଡର ସୁପର ଷ୍ଟାର ଅଭିନେତା ସଲମାନ ଖାନ୍ ପାଖାପାଖି ୬୦ ଲକ୍ଷର ଏକ ଘର ରାନୁ ମଣ୍ଡଳଙ୍କୁ ଉପହାର ରୂପେ ଦେଇଛନ୍ତି । ବଲିଉଡର ସୁପର ଷ୍ଟାର ସଲାମନ ଖାନ୍ କହିବାକୁ ଗଲେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ପ୍ରସ୍ତୁତରେ ଥାଆନ୍ତି । ସେ ପ୍ରାୟତଃ ଏଥିପାଇଁ ମିଡ଼ିଆରେ ଅଧିକାଂଶ ସମୟରେ ଚର୍ଚ୍ଚିତ ରହିଥାନ୍ତି । ତାଙ୍କୁ କେଉଁଠାରେ ଯଦି ଅସହାୟ ଲୋକ ଦେଖାଯାନ୍ତି, ସେ ତାଙ୍କୁ ତୁରନ୍ତ ସାହାଯ୍ୟ କରନ୍ତି । ସଲମାନ ଖାନ୍ ବଲିଉଡରେ ଯେତେ ଲୋକପ୍ରିୟ ତାହାଠାରୁ ଅଧିକ ସେ ନିଜ ଜୀବନରେ ଲୋକଙ୍କୁ ଯେଉଁ ସାହାଯ୍ୟ କରୁଛନ୍ତି ସେଥିଯୋଗୁଁ ବହୁତ ଲୋକଙ୍କ ହୃଦୟରେ ସଲମାନ ଖାନ୍ ଆଜି ମଧ୍ୟ ରାଜ୍ କରୁଛନ୍ତି । ଏହି ମଧ୍ୟରେ ସଲମାନ ଖାନ୍ କହିଲେ କି, ମୁଁ ରାନୁ ମଣ୍ଡଳଙ୍କୁ ୬୦ ଲକ୍ଷ ଟଙ୍କାର ଘର ଦେବି ବୋଲି କହିଲେ ଏବଂ ତାହା ପୂରଣ ମଧ୍ୟ କରିଦେଲେ ।

ହୀମେଶ ରେଶମୀଆ ଏହା କହିଲେ କି, ସଲମାନ ଭାଇ ଓ ତାଙ୍କ ବାପା ମତେ ଏହା ହିଁ କୁହନ୍ତି କି, ଯେଉଁଠାରେ ଲୋକଙ୍କ ପାଖରେ କିଛି ଦକ୍ଷତା ଦେଖିବାକୁ ମିଳେ ତେବେ ତାହାକୁ ବେକାର ହେବାକୁ ଦିଅନାହିଁ । ହୀମେଶ ରେଶମୀଆ କହିଲେ, “ମୁଁ ଏହା ହିଁ କରିଲି “ଯାହାକି ସେମାନେ ମତେ ଦିନେ କହିଥିଲେ । ହୀମେଶ ରେଶମୀଆ ଏହାର ସବୁ ଶ୍ରେୟ ସଲମାନ ଓ ତାଙ୍କ ବାପାଙ୍କୁ ଦେଲେ ।”

କେତେବେଳେ କାହାର ଭାଗ୍ୟ ଖୋଲିବ କିଛି କହି ହୁଏ ନାହିଁ । କାରଣ ରାନୁ ମଣ୍ଡଳ ରେଳଷ୍ଟେସନରେ ଗୀତ ଗାଇବା ଭିକ୍ଷା ବୃତ୍ତି କରି ଜୀବନ ଅତିବାହିତ କରୁଥିଲେ । କିନ୍ତୁ ଆଜି ଜଣେ ଅଚିହ୍ନା ଲୋକଙ୍କ ସାହାଯ୍ୟରେ ହଠାତ ଏତେ ଲୋକପ୍ରିୟ ହୋଇଯିବ ସାଧାରଣ କଥା ନୁହେଁ । ଏଥିରେ ନିଜ ପରିଶ୍ରମ ସହ ଭାଗ୍ୟର ମଧ୍ୟ ସାଥ୍ ମିଳିଲା । ଦିନେ ତାଙ୍କୁ କେହି ଜାଣି ନଥିଲେ ଏଭଳି କି ନିଜ ଝିଅ ବି ଭୁଲି ଯାଇଥିଲା । ଆଉ ବର୍ତ୍ତମାନ ଦୀର୍ଘ ଦିନ ଠାରୁ ବିଚ୍ଛେଦ ହୋଇଯାଇଥିବା ଝିଅ ମଧ୍ୟ ଅନେକ ବର୍ଷ ପରେ ମାଆଙ୍କ ପାଖକୁ ହଠାତ ଆସିଗଲା ଓ ବଡ଼ ବଡ଼ ଲୋକମାନେ ରାନୁ ସହ ମିଶିବା ପାଇଁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡୁଛି । ତେଣୁ କେବେ କାହାକୁ ଛୋଟ ଭାବିବା ଉଚିତ ନୁହେଁ । ଆସନ୍ତୁ ଦେଖିବା ଉପହାରରେ ପାଇଥିବା ଘରର କିଛି ଫୋଟ :