ବଲିଉଡର ଏହି ୪ ଜଣ ଷ୍ଟାରଙ୍କୁ ଚାପୁଡ଼ା ମାରିସାରିଛନ୍ତି ସଲମାନ ଖାନ ! ନମ୍ବର ୩ ଦେଇଥିଲେ କଡା ଜବାବ…

Spread the love

ସଲମାନ ଖାନଙ୍କୁ ବଲିଉଡ଼ର ଭାଇଯାନ କୁହାଯାଏ । ସଲମାନ ଖାନ ନିଜର ସଚ୍ଚୋଟ ମନ ଓ ହୃଦୟ ପାଇଁ ବଲିଉଡ ଜଗତରେ ବେଶ୍ ପରିଚିତ ଅଟନ୍ତି । ଅନ୍ୟପକ୍ଷରେ କହିବାକୁ ଗଲେ ସେ ନିଜର କ୍ରୋଧ ପାଇଁ ମଧ୍ୟ ପରିଚିତ ଅଟନ୍ତି । କଥାରେ କୁହନ୍ତି, କ୍ରୋଧ ପରମ ଚାଣ୍ଡାଳ । ସଲମାନ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ । ତାଙ୍କର ଏହି କ୍ରୋଧ ପାଇଁ ସେ ବେଳେବେଳେ ବାଦବିବାଦରେ ଫସି ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ ସଲମାନ ଖାନ ସହ ଯୋଡି ହେଇଥିବା କିଛି ହୃଦୟସ୍ପର୍ଶୀ କଥା କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ତାହା କହିବାକୁ ଯାଉଛୁ, ସଲମାନ ଖାନ କେଉଁ ତିନି ଜଣ ଅଭିନେତାଙ୍କୁ ଚାପୁଡ଼ା ମାରି ସାରିଛନ୍ତି । ତେବେ ଆସନ୍ତୁ ଜାଣିବା :

୧. ସାହାରୁଖ ଖାନ :

ସଲମାନ ଖାନ ଏବଂ ସାହାରୁଖ ଖାନ ୯୦ଦଶକରେ ଭଲ ବନ୍ଧୁ ଭାବେ ପରିଚିତ ଥିଲେ । ଦୁହେଁ ହିଁ ପ୍ରତ୍ୟେକ ମଉକା (ଇଭେଣ୍ଟରେ)ରେ ଏକା ସାଥିରେ ନଜର ମଧ୍ୟ ଆସୁଥିଲେ ।

କିନ୍ତୁ ସଲମାନ ଖାନ ଦିନେ ସାହାରୁଖ ଖାନଙ୍କୁ କୌଣସି କାରଣ ବଶତଃ ଚାପୁଡ଼ା ମରିଦେଇଥିଲେ । ଯାହା ପରଠାରୁ ଏମାନଙ୍କ ମଧ୍ୟରେ ଶତ୍ରୁତା ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଏମାନଙ୍କ ମଧ୍ୟରେ ପୁଣିଥରେ ବନ୍ଧୁତ୍ଵ ସୃଷ୍ଟି ହୋଇସାରିଛି ।

୨. ଐଶ୍ୱର୍ୟା ରାୟ :

ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ୟା ଏବଂ ସଲମାନ ଖାନ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ କିନ୍ତୁ ସଲମାନ ଖାନ ଅଧିକ କ୍ରୋଧି ସ୍ୱଭାବର ବ୍ୟକ୍ତି ଥିଲେ ଏବଂ ଦିନେ ସେ ଐଶ୍ୱର୍ୟା ରାୟଙ୍କୁ ଚାପୁଡ଼ା ମାରି ଦେଇଥିଲେ । ଯାହା ପରଠାରୁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଯାଇଥିଲା ।

୩. ଜନ ଆବ୍ରାହାମ :

ଜନ ଆବ୍ରାହାମ ଏବଂ ସଲମାନ ଖାନଙ୍କ ମଧ୍ୟରେ କୈଟରିନା କୈଫଙ୍କୁ ନେଇ ଝଗଡ଼ା ହୋଇଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗୋଟିଏ ଫଙ୍କସନ୍ ସମୟରେ ସଲମାନ ଖାନ କୈଟରିନା କୈଫଙ୍କ ଫୋନକୁ ଚେକ କରିଥିଲେ ।

ଯାହାପରେ ସେହି ଫୋନରେ ଜନ ଆବ୍ରାହାମଙ୍କ ନମ୍ବର ମିଳିଥିଲା, ଯେଉଁଥି କାରଣରୁ ସଲମାନ ଖାନଙ୍କୁ ଅଧିକ କ୍ରୋଧ ଆସିଯାଇଥିଲା ଏବଂ ସେ ଜନ ଆବ୍ରାହାମଙ୍କ ଉପରକୁ ହାତ ଉଠାଇ ଦେଇଥିଲେ । ଜନ ଆବ୍ରାହାମ ସଲମାନ ଖାନଙ୍କ ଏହି ଦୁର୍ବ୍ୟବହାର ପରେ ଅଧିକ କ୍ରୋଧିତ ହୋଇ ଯାଇଥିଲେ ଏବଂ ସେ ଜବାବ ଦେବାକୁ ଯାଇ ସଲମାନଙ୍କୁ ମଧ୍ୟ ଗୋଟିଏ ଚାପୁଡା ମାରି ଦେଇଥିଲେ । ଯେଉଁଥି ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ମନମୁତାବକ ରହିଛି ।

୪. କୈଟରିନା କୈଫ :

ସଲମାନ ଖାନ ଏବଂ କୈଟରିନା କୈଫଙ୍କ ପ୍ରେମର ଚର୍ଚ୍ଚା ଗୋଟିଏ ସମୟରେ ସୋସିଆଲ ମିଡିଆରେ କ୍ଷିପ୍ର ଗତିରେ ଭାଇରାଲ ହେବାରେ ଲାଗିଥିଲା । ଏହା କୁହାଯାଉଥିଲା କି ସଲମାନ ଖାନ ଅଭିନେତ୍ରୀ କୈଟରିନା କୈଫଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ଦିନେ ସଲମାନ ଖାନଙ୍କୁ କଣ ହୋଇଥିଲା କେଜାଣି ସେ କୈଟରିନା କୈଫଙ୍କୁ ଗୋଟିଏ ଚାପୁଡା ମାରି ଦେଇଥିଲେ ।

ବନ୍ଧୁଗଣ ଆପଣ ଏହି ବିଷୟରେ ନିଜର ମନ୍ତବ୍ୟ କଣ ଜାହିର କରିବେ ? ସଲମାନ ଖାନ ଯେଉଁ କଳାକାରମାନଙ୍କୁ ଚାପୁଡା ମରିଛନ୍ତି ତାହା କଣ ସଲମାନ ଖାନଙ୍କ ଗର୍ବ ନା ଦ୍ରୋଧ ? ନିଜ ମତାମତ କମେଣ୍ଟ ବୋକ୍ସରେ ନିଶ୍ଚୟ ପ୍ରଦାନ କରନ୍ତୁ ।