ପ୍ରତି ଝିଅଙ୍କ ମଧ୍ୟରେ ସଲମାନ ଏହି ଗୁଣ ଖୋଜନ୍ତି । ଯାହାଫଳରେ ହୋଇ ପାରୁ ନାହିଁ ବିବାହ ।

Spread the love

ସଲିମ ଖାନ୍ କହିଛନ୍ତି ଏହି ଗୁଣ ଝିଅଙ୍କ ମଧ୍ୟରେ ନହେବା କାରଣରୁ ସଲମାନ ଖାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ।

ବଲିଉଡର ସବୁଠୁ ସୁନ୍ଦର ଅଭିନେତା ରୂପେ ପରିଚିତ ଭାଇଜାନଙ୍କ ନାମରେ ନାମିତ ସଲମାନଙ୍କ ପ୍ରସଂସକଙ୍କୁ ବହୁ ବର୍ଷରୁ ପ୍ରତୀକ୍ଷା ରହିଛି; ସଲମାନଙ୍କ ବିବାହର । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଲମାନ ନିଜ ବିବାହ ସମ୍ବନ୍ଧରେ କୌଣସି ସଠିକ ସନ୍ଦେଶ ଦେଉନାହାନ୍ତି । ସଲମାନଙ୍କ ବିବାହ କେବେ ହେବ ଏହି ପ୍ରଶ୍ନ ପ୍ରତି ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି । କିନ୍ତୁ ଏହାର ଉତ୍ତର କେହି ମଧ୍ୟ ପାଇପାରି ନାହାନ୍ତି ।

ସଲମାନଙ୍କ ନାମ ବଲିଉଡରେ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ହୋଇଛି କିନ୍ତୁ ତାଙ୍କ ସମ୍ପର୍କର ଖବର ଯେତେ ଶୀଘ୍ର ଆସୁଛି ସେତେ ଶୀଘ୍ର ଚାଲି ଯାଉଛି । ସଲମାନ ନିଜ ଚଳଚିତ୍ର “ଭାରତ”କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ସେ ନିଜ ଚଳଚ୍ଚିତ୍ରର ସୁଟିଂ ଶେଷ କରିଛନ୍ତି । ଫିଲ୍ମ “ଦବଙ୍ଗ-୩” ଶୁଟିଂଗରେ ବର୍ତ୍ତମାନ ସଲମାନ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସଲମାନଙ୍କ ପିତା ସଲିମ ଖାନ୍ ଏକ ରହସ୍ୟ ଖୋଲିଛନ୍ତି ।

ସଲିମ ଖାନ୍ ଏକ ସାକ୍ଷାତକାରରେ ସେହି ରହସ୍ୟ ଖୋଲିଛନ୍ତି; ଯାହା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସଲମାନ ବିବାହ କରି ନାହାନ୍ତି । ଯେତେବେଳେ ସଲିମଙ୍କୁ ସଲମାନଙ୍କ ବିବାହ ବିଷୟରେ ପଚାରା ଯାଇଥିଲା, ସେହି ସମୟରେ ସଲିମ ଯେଉଁ ଉତ୍ତର ଦେଇଥିଲେ ସେହି ଉତ୍ତର ଶୁଣିବା ପରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସଲିମ କହିଛନ୍ତି ଯେତେବେଳେ ସଲମାନଙ୍କ କୌଣସି ସମ୍ପର୍କ ଆରମ୍ଭ ହୋଇଥାଏ, ତାହା ଠିକଠାକ୍ ଚାଲିଥାଏ ଏବଂ ସବୁ କିଛି ଭଲ ଲାଗିଥାଏ । କିନ୍ତୁ ଯେତେବେଳେ ସେହି ଝିଅଙ୍କ ଭିତରେ ନିଜ ମାଆଙ୍କୁ ଦେଖନ୍ତି ମାମଲା ବିଗିଡି ଯାଇଥାଏ । କେହି ମଧ୍ୟ ଜାଣି ନାହାନ୍ତି ସଲମାନ ବିବାହ କେବେ କରିବେ ? ବର୍ତ୍ତମାନ ଦିନ ଗୁଡିକରେ ସଲମାନ ନିଜ ଚଳଚିତ୍ରକୁ ନେଇ ଖୁବ୍ ବ୍ୟସ୍ତ ରହୁଛନ୍ତି । ଘର ଲୋକଙ୍କ ସହ ସମୟ ବିତାଇବା ପାଇଁ ମଧ୍ୟ ତାଙ୍କ ପାଖରେ ସମୟର ଅଭାବ ରହିଛି ।

ଅତୀତରେ ସଲମାନଙ୍କ କିଛି ଚଳଚିତ୍ର ବକ୍ସ ଅଫିସରେ ଖାସ୍ କମେଇ କରିନାହିଁ । ଯାହାଫଳରେ ସଲମାନଙ୍କ ପ୍ରଶଂସକ ମଧ୍ୟ ନିରାଶ ହୋଇଛନ୍ତି । ଏହି ବର୍ଷ ନିଜ ଚଳଚିତ୍ର “ଭାରତ” ଜରିଆରେ ପ୍ରଶଂସକଙ୍କୁ ଖୁସି କରାଇବା ପାଇଁ ଚେଷ୍ଟା କରିପାରନ୍ତି ସଲମାନ ଖାନ୍ । ଚଳଚିତ୍ରର ଟ୍ରେଲର ଏବଂ ଗୀତ ଗୁଡିକ ହୃଦୟସ୍ପର୍ଶୀ ହୋଇଛି ବର୍ତ୍ତମାନ ଦର୍ଶକ ଫିଲ୍ମର ଅପେକ୍ଷାରେ ରହିଛନ୍ତି । ଯାହା ୫ ଜୁନରେ ରିଲିଜ ହେବାକୁ ଯାଉଛି । ଏହି ଚଳଚିତ୍ରରେ ସଲମାନଙ୍କ ସହ କ୍ୟାଟ୍ରିନା କେଫ୍ ମଧ୍ୟ ଅଭିନୟ କରିଛନ୍ତି । ପ୍ରଥମେ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ଫିଲ୍ମର ଅଫର୍ ମିଳିଥିଲା କିନ୍ତୁ ତାଙ୍କର ବିବାହ କାରଣରୁ ସେ ଏହିଥିରେ ଅଭିନୟ କରି ପାରିନଥିଲେ । ଯାହାପରେ କ୍ୟାଟ୍ରିନାଙ୍କୁ ଏହି ଚଳଚିତ୍ରରେ ସୁଯୋଗ ମିଳିଥିଲା ।