ଏହି ଅଭିନେତ୍ରୀଙ୍କ ସମ୍ମୁଖରେ ଧକେଇ ଧକେଇ କାନ୍ଦିଥିଲେ ସଲମାନ ଖାନ୍ ! କହିଥିଲେ, କୌଣସି ମଧ୍ୟ ଜିନିଷ ଠିକ କରାଯାଇପାରିବ ।

Spread the love

ବଲିଉଡର ଭାଇଜାନଙ୍କ ଫିଲ୍ମ ‘ଭାରତ’ ଇଦରେ ରିଲିଜ ହୋଇଥିଲା ଏବଂ ଏହା ସହିତ ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର ମଧ୍ୟ କରୁଛି । ବହୁତ ସମୟ ପରେ ସଲମାନ ଖାନଙ୍କ ଫିଲ୍ମ ବକ୍ସ ଅଫିସରେ ଏତେ ଜବରଦସ୍ତ ରୋଜଗାର କରିଛି । ଏହି ଫିଲ୍ମରୁ ସଲମାନ ଖାନଙ୍କ ଏବଂ ତାଙ୍କ ସମର୍ଥକଙ୍କୁ ବହୁତ ଆଶା ଥିଲା ଏବଂ ଏହି ଫିଲ୍ମଟି ଆଶାକୁ ଶାକାର ମଧ୍ୟ କରିଛି । ଏବେ ଫିଲ୍ମର ସଫଳତାରେ ସଲମାନ ବହୁତ ଖୁସି ଅଛନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ସଲମାନ ଖାନ ନିଜର ଇଚ୍ଛା ପ୍ରକୋଟ କରି କହିଛନ୍ତି ଯେ ସେ ଗୋଟିଏ ଅଭିନେତ୍ରୀଙ୍କ ସମ୍ମୁଖରେ ବହୁତ କାନ୍ଦିଥିଲେ । ଚାଲନ୍ତୁ ଏବେ ଜାଣିବା କିଏ ସେ ଅଭିନେତ୍ରୀ ଏବଂ କଣ ପୁରା ଘଟଣାଟି…

ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ଅଭିନେତ୍ରୀ ତବୁଙ୍କ ମଧ୍ୟ ଭୂମିକା ଅଛି । ଯେହେତୁ ତବୁଙ୍କ ଭୂମିକା ବହୁତ ଛୋଟ, ତେଣୁ ନା ପୋଷ୍ଟରରେ ତାଙ୍କ ଫୋଟ ଅଛି ନା ଟ୍ରେଲରରେ ଅଛି । ଏମିତି ଯେ, ଫିଲ୍ମର ପ୍ରଚାରରେ ମଧ୍ୟ ତବୁଙ୍କୁ ଦେଖିବାକୁ ମିଳି ନାହିଁ । ସଲମାନ ଖାନ କହିଲେ, ଫିଲ୍ମର ଏମିତି ଏକ ଦୃଶ୍ୟ ଥିଲା ଯେଉଁଠି ସେ ତବୁଙ୍କ ସମ୍ମୁଖରେ ଧକେଇ ଧକେଇ କାନ୍ଦିଛନ୍ତି । ସଲମାନ କହିଛନ୍ତି, “ଭାରତରେ ଏକ ବହୁତ ବଡ଼ ଦୁଃଖ ଦୃଶ୍ୟ ରହିଛି, ଯାହା ମୁଁ ତବୁଙ୍କ ସହିତ କରିଛି । ଏହି ସମୟରେ ମୁଁ ବିନା ଗଲିସେରିନରେ ହିଁ କାନ୍ଦିଥିଲି ।” କାନ୍ଦି କାନ୍ଦି ମୁଁ ଗୋଟିଏ ଡାଇଲୋଗ ମଧ୍ୟ କହିଛି- କଥାବାର୍ତ୍ତା ଦ୍ୱାରା ଯେକୌଣସି ମଧ୍ୟ ଜିନିଷ ଠିକ କରାଯାଇପାରିବ…

ସଲମାନ ଖାନ କହିଲେ, ମୋତେ ଲାଗୁଛି କି ଆଜି ପର୍ଯ୍ୟନ୍ତ ମୁଁ ଯେତେ ଜଣଙ୍କ ସହ କାମ କରିଛି, ସେମାନଙ୍କ ମଧ୍ୟରୁ ସୁନୀଲ ଗ୍ରୋଭର ସବୁଠୁ ବୁଦ୍ଧିମାନ । ଯେତେବେଳେ ସେ ଚରିତ୍ରରେ ରହନ୍ତି, ସେତେବେଳେ ସେ କୌଣସି ନକଲ କରନ୍ତି ନାହିଁ କି କିଛି ହାସ୍ୟ କରନ୍ତି ନାହିଁ ! ସେ ବହୁତ ଶୋଚନୀୟ ଭାବେ କାମ କରନ୍ତି ଏବଂ ତଥାପି ଲୋକଙ୍କୁ ହସିବା ପାଇଁ ବାଧ୍ୟ କରି ଦିଅନ୍ତି ।

ଭାରତ ଫିଲ୍ମର ସଫଳତା ପରେ ସଲମାନ ଖାନ କହିଲେ, ମୁଁ ବହୁତ ଖୁସି ଅଛି ଯେ, “ଭାରତ” ଚଳଚିତ୍ର ବହୁତ ଭଲ ପ୍ରଦର୍ଶନ କରୁଅଛି । ସମସ୍ତଙ୍କର କାମକୁ ପ୍ରଶଂସା କରାଯାଉଛି । ମୁଁ ଏତିକି ପ୍ରଚାର ଫିଲ୍ମ ରିଲିଜ ପୂର୍ବରୁ କରିନଥିଲି ଯେତିକି ଏବେ କରୁଛି । ଯେଉଁମାନେ ମୋ ଫିଲ୍ମକୁ ପସନ୍ଦ କରୁଛନ୍ତି, ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି ।

ଏହି ଫିଲ୍ମକୁ ଦର୍ଶକଙ୍କ ଭରପୂର ମାତ୍ରାରେ ଭଲ ପାଇବା ମିଳିଛି ଏବଂ ଏହି କଥାରୁ ଏହାର ଅନୁମାନ ଲଗାଯାଏ ଯେ, ଫିଲ୍ମଟି ୭ ଦିନରେ ୧୫୦ କୋଟି ଟଙ୍କାର ରୋଜଗାର କରିସାରିଲାଣି । ଏହି ଫିଲ୍ମରେ ସଲମାନଙ୍କ ଛଡା ଜେକି ସରଫା, ତବୁ, ସୁନୀଲ ଗ୍ରୋଭର, ଦିଶ ପଟାନୀ, ନୋର ଫତେହି ଏବଂ ଆସିଫ ଶେଖ ମଧ୍ୟ ଅଛନ୍ତି ଏବଂ ସେହି ସମସ୍ତଙ୍କ ଚରିତ୍ରକୁ ମଧ୍ୟ ଦର୍ଶକ ପସନ୍ଦ କରିଛନ୍ତି ।