ଦାନ କରିବି ସାଂସଦରୁ ଯାହା ମିଳିବ ବେତନ । ଭିକ୍ଷାବୃତି କରି ଜୀବନ ଅତିବାହିତ କରିବି – ସଧ୍ଵୀ ପ୍ରଜ୍ଞା ।

Spread the love

ବିଜେପି ତରଫରୁ ଲୋକସଭା ନିର୍ବାଚନ ଲଢ଼ିଥିବା ସଧ୍ଵୀ ପ୍ରଜ୍ଞା ସିଂହ ଠାକୁର ସାଂସଦ ହେବା ପରେ କହିଛନ୍ତି, ସରକାରଙ୍କ ତରଫରୁ ମିଳୁଥିବା ବେତନକୁ ନିଜ ପାଇଁ ଖର୍ଚ୍ଚ କରିବେ ନାହିଁ । ଏହି ବେତନରେ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବେ । ମଧ୍ୟପ୍ରଦେଶର ଭୋପାଳରୁ ସାଂସଦ ନିର୍ବାଚିତ ହୋଇଥିବା ସଧ୍ଵୀ ପ୍ରଜ୍ଞା ସିଂହ ଠାକୁର ନିକଟରେ ଏହି ବୟାନ ଦେଇଛନ୍ତି ।

ଦେଶ ଏବଂ ଗରିବ ଲୋକଙ୍କ ସାହାଯ୍ୟ କରିବେ :

ମଙ୍ଗଳବାର ଦିନ ଗାଜିଆବାଦରେ ଆୟୋଜିତ ଏକ ସମାରୋହରେ ପ୍ରଜ୍ଞା ସିଂହ ଠାକୁର କିଛି ଏହିପରି ବୟାନ ଦେଇଛନ୍ତି । ଦିଲ୍ଲୀରୁ ଏଏଲଟି ସେଣ୍ଟରରେ ବୀର ସାବରକରଙ୍କ ଜୟନ୍ତୀ ସମାରୋହରେ ପ୍ରଜ୍ଞା ଠାକୁର ମୁଖ୍ୟ ଅତିଥି ରୂପେ ନିମନ୍ତ୍ରିତ ହୋଇଥିଲେ । ଏହି ସମୟରେ ସେ ନିଜ ବକ୍ତବ୍ୟରେ ଲୋକଙ୍କୁ କହିଥିଲେ, ତାଙ୍କୁ କପଡା ଏବଂ ଖାଦ୍ୟ ଭିକ୍ଷା ରୂପେ ମିଳିଥାଏ ଏବଂ ଭିକ୍ଷାରେ ମିଳୁଥିବା ଜିନିଷରେ ନିଜର ଜୀବନ ଜାପନ କରିଥାନ୍ତି । ସଂସାଦ ବବାଦକୁ ଯେଉଁ ବେତନ ମିଳିବ, ସେ ସେହି ବେତନର ପ୍ରୟୋଗ ନିଜ ପାଇଁ ନୁହେଁ ବରଂ ଦେଶ ଏବଂ ଗରିବ ଲୋକଙ୍କ ପାଇଁ କରିବେ ।

ଜେଲରେ ମିଳିଥିଲା କଷ୍ଟ :

ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞା କହିଥିଲେ ଜେଲରେ ରହିବା ସମୟରେ ବିଭିନ୍ନ ଧରଣର କଷ୍ଟ ତାଙ୍କୁ ମିଳିଥିଲା । ଯାହା ଦେଶ ପାଇଁ ଜୀବନ ଦେଇଥିବା ବୀରମାନଙ୍କୁ ମିଳିଥିବା କଷ୍ଟ ତୁଳନାରେ କିଛି ନୁହେଁ । ପ୍ରଜ୍ଞା, ଏହି କାର୍ଯ୍ୟକ୍ରମ ସମୟରେ ନିଜ ହୃଦୟର କଥା କହିଥିଲେ ଯେ, ଜେଲରେ ରହିବା ସମୟରେ ତାଙ୍କୁ ସର୍ବଦା ଏହି ଗୀତକୁ ମନ ପକାଉ ଥିଲେ, “ଦୁନିଆ ମେ ଇତନା ଗମ୍ ହୈ, ମେରା ଗମ୍ କିତାନ କମ୍ ହୈ” ।

ପ୍ରଜ୍ଞା ଠାକୁର ଦୀର୍ଘ ସମୟ ଧରି ଜେଲରେ ରହିଥିଲେ ଏବଂ ୨୦୧୭ରେ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଜେଲରୁ ପ୍ରଜ୍ଞାଙ୍କୁ ଜମାନତ ମିଳିଥିଲା । ୨୦୧୯ରେ ପ୍ରଜ୍ଞା ବିଜେପିରେ ସାମିଲ ହୋଇ ଯାଇଥିଲେ । ଯାହାପରେ ପ୍ରଜ୍ଞାଙ୍କୁ ବିଜେପି ତରଫରୁ ଭୋପାଳ ଆସନରୁ ଟିକଟ ମିଳିଥିଲା । ପ୍ରଜ୍ଞା ଏହି ଆସନରୁ କଂଗ୍ରେସର ନେତା ଦିଗବିଜୟ ସିଂହଙ୍କୁ ପରାସ୍ତ କରିଥିଲେ । ପ୍ରଜ୍ଞା ୩.୫୦ ଲକ୍ଷ ଭୋଟରେ ବିଜୟ ଲାଭ କରିଥିଲେ ଏବଂ ସାଂସଦ ହୋଇଯାଇଛନ୍ତି ।

ବିବାଦୀୟ ବୟାନ ଦେଇଥିଲେ :

ନିଜର ନିର୍ବାଚନ ପ୍ରଚାର ସମୟରେ ପ୍ରଜ୍ଞା ଏକ ବିବାଦୀୟ ବୟାନ ଦେଇଥିଲେ । ଯାହାଫଳରେ ପ୍ରଜ୍ଞାଙ୍କୁ ନିନ୍ଦାର ଶିକାର ହେବା ପାଇଁ ପଡିଥିଲା ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦି ପ୍ରଜ୍ଞାଙ୍କ ଏହି ବୟାନକୁ ଭୁଲ ବୋଲି କହିଥିଲେ ଏବଂ ମନରୁ କ୍ଷମା କରିବେ ନାହିଁ ବୋଲି କହିଥିଲେ । ପରେ ପ୍ରଜ୍ଞା ନିଜ ବୟାନ ପାଇଁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।