ସକାଳୁ ଉଠି ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି 4ଟି ଜିନିଷ ? ନ ହେଲେ ହୋଇଥାଏ ବହୁତ କ୍ଷତି

Spread the love

ସକାଳର ସମୟ ଦିନର ସବୁଠାରୁ ବହୁତ ବଡ଼ ଭାଗ ହୋଇଥାଏ ।ଖାସ୍ କରି ଯେଉଁ ସମୟରେ ଆପଣ ଶୋଇ କରି ଉଠିଥାନ୍ତି ସେହି ସମୟରେ ବିଶେଷ ମୋହତ୍ୱ ଥାଏ । ଶାସ୍ତ୍ର ଅନୁସାରେ ସକାଳର ସମୟ ପାଇଁ ବହୁତ ସବୁ ନିୟମ କୁହାଯାଇଅଛି । କେମିତି ମନୁଷ୍ୟକୁ ଦିନର ଆରମ୍ଭ କରିବା ଆବଶ୍ୟକ । ଏହି ବିଷୟରେ ବିଶେଷ କରି କୁହାଯାଇଅଛି । ଏମିତି ମାନ୍ୟତା ଅଛିକି କିଛି ଜିନିଷ ସକାଳୁ ଉଠି କରି କରିବା ଦ୍ୱାରା ମନୁଷ୍ୟର ପୁରା ଦିନ ଭଲରେ କଟେ । ଆଉ କିଛି ଜିନିଷ ସକାଳୁ ଉଠି ଭୁଲରେ ମଧ୍ୟ କରିବା କଥା ନୁହେଁ ଅବା ଦେଖିବା କଥା ନୁହଁ । ଏହା କରିବା ବହୁତ ଅଶୁଭ ମାନା ଯାଇଥାଏ । ଚାଲନ୍ତୁ ଆଲୋଚନା କରିବା ସକାଳୁ ଉଠି ଭୁଲରେ ମଧ୍ୟ କଣ ସବୁ ଦେଖିବା କଥା ନୁହଁ

୧. ଆଇନା

ଅଧିକାଂଶ ଲୋକଙ୍କର ସକାଳୁ ଉଠି ନିଜ ଚେହେରା ଆଇନାରେ ଦେଖିବା ଖରାପ ଅଭ୍ୟାସ ଅଛି । ଏମିତି କରିବା ଶାସ୍ତ୍ର ଅନୁସାରେ ବହୁତ ଅଶୁଭ ମାନାଯାଇଥାଏ । ଏଥିପାଇଁ ସକାଳୁ ଉଠି ନିଜ ଚେହେରା ଆଇନାରେ ଦେଖିବା ପରବର୍ତେ ନିଜ ହାତ ପାପୁଲିକୁ ଦେଖିବା ଅଵଶ୍ୟକ । ସାଥିରେ ଦୁଇ ହାତ ଯୋଡି ଭଗବାନଙ୍କ ନାମ ନେବା ଶୁଭ ମାନା ଯାଇଥାଏ ।

୨. କୁକୁର ଭୋକିବାର ଶବ୍ଦ

ସକାଳ ସମୟରେ ଦାଣ୍ଡ ବା ଗଲି କନ୍ଦି ରେ କୁକୁର ମାନଙ୍କର ଭୋକିବା ବହୁତ ଶୁଣିବାକୁ ମିଳିଥାଏ । ଯଦି ଆପଣ ସକାଳୁ ଉଠି ଏହି ଶବ୍ଦ ଶୁଣନ୍ତି ଅବା ସକାଳୁ ଉଠୁ ଉଠୁ ଆପଣ କୁକୁର ଦେଖିନିଅନ୍ତି ତେବେ ଶାସ୍ତ୍ର ଅନୁସାରେ ଏହା ବହୁତ ଅଶୁଭ ଫଳଦାୟୀ ଅଟେ । ଯଦି ଆପଣ ସକାଳୁ ସକାଳୁ କୁକୁରଙ୍କୁ ଝଗଡା କରିବାର ଦେଖନ୍ତି ତେବେ ଆପଣଙ୍କ ଆୟୁ କମ୍ ହୋଇଯାଏ ।

୩. ତେଲ

ଶାସ୍ତ୍ର ଅନୁସାରେ ଯଦି ସକାଳୁ ଉଠି ତେଲ ବା ତେଲ ଲାଗିଥିବା ବାସନ କୁସନ ଦେଖନ୍ତି ତେବେ ଏହା ଦ୍ଵାରା ପୁରା ଦିନ ଖରାପ ହୋଇଯାଏ । ଏଥିପାଇଁ ସମ୍ଭବ ଥିଲେ ରାତି ସମୟରେ ହିଁ ଏମିତି ଜିନିଷ ଦୂର କରିଦିଅନ୍ତୁ ଅବା ସଫା କରିଦିଅନ୍ତୁ

୪. ମାଙ୍କଡ଼

ସକାଳୁ ସକାଳୁ ଆପଣଙ୍କୁ ମାଙ୍କଡ ଦେଖା ହେଲେ ବି କେବେ ମଧ୍ୟ ମାଙ୍କଡ ର ନାମ ନେବା କଥା ନୁହଁ । ଏହା ବିଷୟରେ ମାନା ଯାଏ କି ଏମିତି କରିବା ଦ୍ୱାରା ପୁରା ଦିନ ସମସ୍ୟାରେ ବ୍ୟତୀତ ହୁଏ ଏବଂ ସେହି ଦିନ ଠିକ୍ ସମୟରେ ଖାଇବାକୁ ମଧ୍ୟ ମିଳେନାହିଁ ।