ଆସନ୍ତୁ ଜାଣିବା : ସକାଳୁ ଶୀଘ୍ର ଉଠିବା ଦ୍ୱାରା କଣ ସବୁ ଲାଭ ହୋଇଥାଏ ……

Spread the love

ଯଦି ଆପଣ ସକାଳେ ଶୀଘ୍ର ଉଠନ୍ତି, ତେବେ ଆପଣ ନିଜକୁ ନିଜେ ଏକ ଉପହାର ଦେଉଛନ୍ତି ! କିଛି ବିଷୟ ଏମିତି ହୋଇଥାଏ, ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେଇଥାଏ ! ଶେଘ୍ର ଉଠିବା ଏକ ଭଲ ଅଭ୍ୟାସ ! ସକାଳର ପ୍ରଥମ କିଛି ଘଣ୍ଟା ବହୁତ ଖାସ୍ ହୋଇଥାଏ ! ଏମିତି ଲାଗେ ଯେପରି ସମୟ ଧୀରେ ଧୀରେ ଚାଲୁଛି ଏବଂ ସକାଳର ପବନରେ କିଛି ଅଲଗା ଶାନ୍ତି ମିଳେ ! ସକାଳ 5ଟାରେ ଉଠିବାର ଅଭ୍ୟାସ ଆପଣଙ୍କ ଦିନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ ! ବିଳମ୍ବରେ ଉଠିବା ଦ୍ୱାରା ଅନେକ ସମସ୍ୟା ଉପୁଜିଥାଏ !

ଶଯ୍ୟା ତ୍ୟାଗ ପରେ ପ୍ରଥମ ଏକ ଘଣ୍ଟା ଆପଣଙ୍କ ଦିନର ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ ! ଯଦି ଏହାକୁ ଯଦି ଏହାକୁ ବୁଦ୍ଧିମତା ସହ ବିତାଇବେ ତ ଆପଣଙ୍କ ପୁରା ଦିନ ଅତି ଆନନ୍ଦମୟରେ କାଟି ଥାଏ ! ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଦ୍ୱାରା ଆପଣ ଜୀବନର ଆରମ୍ଭ ଅନୁଶାସିତ ରୂପରେ କରିପାରିବେ !

ଆମେ ଏହା ନିଶ୍ଚିତ ରୁପରେ କହିପାରିବେ ଯେ, ଏହା ଏକ ସଫଳ ସିଦ୍ଧାନ୍ତ ଯାହା ଆପଣଙ୍କୁ ସଫଳ କରାଇପାରିବ ! କାରଣ ସକାଳୁ ଉଠିବା ଦ୍ୱାରା ଆମର ଜୀବନରେ ସମୟାନୁବର୍ତ୍ତିତା ବୃଦ୍ଧି ହୋଇଥାଏ ଅର୍ଥାତ ସମୟାନୁବର୍ତ୍ତେଇତା ବିଷୟରେ ଆମେ ଅଧିକ ଜ୍ଞାନ ହାସଲ କରିପାରିବା ! ସକାଳୁ ଶୀଘ୍ର ଉଠିବା ଦ୍ୱାରା ଆପଣଙ୍କର ମାନସିକ ଚାପ କମ୍ ହୋଇଥାଏ ଓ ଏହାର ପ୍ରଭା ଆପଣଙ୍କ ନିଜ କର୍ମରେ ଦେଖି ଜାଣିପାରିବେ ! ଯାହା ଫଳରେ ଆପଣ ନିଜ କାର୍ଯ୍ୟରେ ସଫଳତା ପାଇପାରିବେ !

ଦିନେ ବିଳମ୍ବରେ ଉଠୁଥିବା ଝିଅଟି ପ୍ରତିଜ୍ଞା କରିଲା ଯେ ସେ ଯେଉଁ ସମୟରେ ଶୋଇଥାଏ, ସେହି ସମୟକୁ ସେ ନିଜର କାମରେ ବ୍ୟବହାର କରିବା ଓ ବହୁତ ସମୟ ଶୋଇବା ନାହିଁ ! ପ୍ରଥମେ ସେ ସକାଳ 6 ଟାରେ ଉଠୁଥିଲା କିନ୍ତୁ ପରେ 5.30 ଓ ତା ପରେ 5ଟାରେ ଉଠିବାର ଅଭ୍ୟାସ ଆରମ୍ଭ କରି ଦେଲିଥିଲା ! ପରେ ସେ ଜାଣିପାରିଲା ଯେ, ପୂର୍ବେ ସେ ନିଜ ଇଛା ମୁତାବକ କାମ କରି ପାରୁନଥିଲା ! କାରଣ ସେଥିପାଇଁ ତା ପାଖରେ ଯଥେଷ୍ଟ ସେ ସମୟ ରହୁନଥିଲା ! କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥତ୍ ସକାଳୁ ଉଠିବା ପରେ ସେ ଧ୍ୟାନ ମଗ୍ନ ହୋଇ ସେ ଶାସ୍ତ୍ରୀୟ ସଂଗୀତ ଶୁଣିବା, ପତ୍ର ଲେଖିବା ଆଦି କାର୍ଯ୍ୟ ସୁରୁଖୁରୁରେ କରିବାରେ ଲାଗିଲା, ଯାହା ଫଳରେ ସେ ନିଜ ନିଜେ କର୍ମଠ ହୋଇ ପାରିଲା ଏବଂ ସମସ୍ତଙ୍କ ଠାରୁ ଆଦର, ପ୍ରଶଂସାର ଯୋଗ୍ୟ ପତ୍ର ହୋଇପାରିଲା ! ଏହା ସଙ୍ଗେ ସଙ୍ଗେ ଦିନ ସାରା ଆନନ୍ଦ ଉଲ୍ଲାସରେ ଦିନ କଟାଇପାରିଲା ! ସକାଳୁ ଉଠିବା ଦ୍ୱାରା ସେ ନିଜର ସମସ୍ତ କାର୍ଯ୍ୟକୁ ଠିକ ସମୟରେ କରିପାରିଲା ! ଯାହା ଦ୍ୱାରା ସେ ଜଣେ ଭଲ ମାଁ, ଭଲ ପତ୍ନୀ ଓ ଭଲ କର୍ମଚାରୀ ହୋଇପାରିଲା ! ସକାଳୁ ଉଠିବାର ଅଭ୍ୟାସ କରିବା ପାଇଁ :

ପ୍ରଥମେ ମାନେ ରଖନ୍ତୁ ଯେ ଆପଣଙ୍କ ନିଦ କେତେ ଗଭୀର ! ତେଣୁ ରାତିର ନିଦକୁ ପତଳା କରିବାକୁ ଚେଷ୍ଟା କରନ୍ତୁ ! ମଝି ମଝିରେ ଉଠୁଥାନ୍ତୁ !

ଜୀବନରେ ପରିବର୍ତ୍ତନ ହେବ ପାଇଁ ସମୟ ଲାଗିଥାଏ ! ତେଣୁ ଆପଣ ଚେଷ୍ଟା କରିବା ଛାଡ଼ନ୍ତୁ ନାହିଁ ! ଏହାର ପରିଣାମ ଆପଣଙ୍କ ପ୍ରୟାସର କଷ୍ଟ ଠାରୁ ଯଥେଷ୍ଟ ଅଧିକ ହୋଇଥାଏ !

ପୁଣି ସାକ୍ଷାତ ହେବ ଆଉ ଏକ ନୂଆ ଅନୁଛେଦରେ ! (ନମସ୍କାର)