ସକାଳୁ ଖାଲି ପେଟରେ ନିମ ପତ୍ର ଖାଇବା ଦ୍ୱାରା ମୂଳରୁ ଶେଷ ହୋଇଯାଏ ଏହି 3ଟି ଗମ୍ଭୀର ରୋଗ

Spread the love

ବନ୍ଧୁଗଣ ନିମ ଗଛର ଫୁଲ ପତ୍ରରେ ଭରି ରହିଛି ଚମତ୍କାରୀ ଔଷଧୀୟ ଗୁଣ ଆମେ ସମସ୍ତେ ଜାଣିଛୁ ନିମ ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ଏହା ପାଟିକୁ ଖୁବ ପିତା ଲାଗୁଥିଲେ ବି ଶରୀର ପାଇଁ ଅନେକ ଉପକାରୀ କେବଳ ନିମପତ୍ର ନୁହେଁ ଏହାର ଫୁଲ ଓ ଚେରରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି | ଆସନ୍ତୁ ଏହି ଔଷଧୀୟ ଗୁଣ ବିଷୟରେ ଜାଣିବା :-

1. ନିମ ପତ୍ରରେ ଡାଇବେଟିସ ଭଲ କରିବାର କ୍ଷମତା ରହିଛି | ନିମ ଗଛର କଅଁଳ ପତ୍ର କିମ୍ବା ନିମ ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ ବ୍ଲଡ଼ ସୁଗର ନିୟନ୍ତ୍ରଣରେ ରହିଥାଏ | ନିମ ପତ୍ରକୁ ଚୋବାଇ ଖାଇଲେ ପେଟର କୃମି ମଧ୍ୟ ଦୂର ହୋଇଥାଏ |

2. ନିମ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ, କ୍ୟାଲସିୟମ, ଅମୀନ ଏସିଡ ରହିଛି | ଯାହା ଫଳରେ ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ | ତେଣୁ ନିମ ପତ୍ରକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ |

3. ନିମ ଫଳରେ ଭିଟାମିନ ଇ ଓ ଫେଟି ଏସିଡ ଭରି ରହିଥାଏ | ଯାହା ଫଳରେ ଏହା ଶୁସ୍କ ତ୍ୱଚାରେ ସୁଧାର ଆଣିଥାଏ | ଏହା ସହ ନିମ ତେଲ ଶରୀରରେ ଏକ୍ଜିମା ଲକ୍ଷଣ ଦୂର କରିଥାଏ |

4. ନିମ ତେଲରେ ଆଣ୍ଟି ଫୋଂଗୋଳ ଏଜେଣ୍ଟ ଥାଏ ତେଣୁ ଏହା ଫୋଂଗୋଳ ଇନଫେକ୍ସନ ରୁ ଶରୀରକୁ ଶୀଘ୍ର ମୁକ୍ତି ଦେଇଥାଏ |

5. ନିମ ପୋଟାର ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇବା ଦ୍ୱାରା ରୁପି କମିବା ହ କେଶ ଝୋଡିବା ମଧ୍ୟ ବନ୍ଦ ହୋଇଥାଏ |

6. ଯଦି ଆପଣଙ୍କ ମୁଣ୍ଡରେ ଉକୁଣୀ ହୋଇଛି ଓ ଯେତେ ଉପାୟ କଲେ ମଧ୍ୟ ସଫା ହେଉ ନାହିଁ ତେବେ ନିମ ଛେଲିକୁ ପାଣିରେ ଫୁଟାଇ ଏହି ପାଣିକୁ ଅଳ୍ପ ଥଣ୍ଡା କରି ମୁଣ୍ଡ ଧୁଅନ୍ତୁ | ଦେଖିବେ ସବୁ ଉକୁଣୀ ମରିଯିବେ | ଆପଣ ଯଦି କିଛି ଚର୍ମ ରୋଗ ହୋଇଥାଏ ତେବେ ନିମ ପତ୍ରକୁ ବାଟି ଦେହରେ ଲଗାନ୍ତୁ | ଏହା ସହ କଞ୍ଚା ହଳଦୀ ମଧ୍ୟ ବାଟି ଲଗାଇ ପାରିବେ | ଦେଖିବେ ଏହା ଦ୍ୱାରା ସବୁ ପ୍ରକାରର ଚର୍ମ ରୋଗ ଦୂର ହୋଇଯିବ |