ପୁଲୱାମା ହମଲାକୁ ନେଇ ଇମ୍ରାନ୍ ଙ୍କ ପରେ ଏବେ ଆଫ୍ରିଦ୍ ଙ୍କ ବୟାନ, ଏହିପରି ବିଶ୍ୱାସ ନ ଥିଲା :

Spread the love

ପୁଲୱାମା ଆକ୍ରମଣ ପରେ ଭାରତରେ ପାକିସ୍ତାନ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବାର ପରିଣାମ ଦେଖାଯାଉଛି । କର୍ଣ୍ଣାଟକ, ହିମାଞ୍ଚଳ ପ୍ରଦେଶ, ରାଜସ୍ଥାନ ଓ ପଞ୍ଜାଵରେ କ୍ରିକେଟ ସଂଘ ନିଜ ଷ୍ଟାଡିୟମରୁ ପାକିସ୍ତାନ ଖେଳାଳିମାନଙ୍କ ଫୋଟୋ ଚିତ୍ର ହଟାଇ ଦେଇଛନ୍ତି । ଡ଼ି-ସ୍ପୋର୍ଟଶ, ଆଇଏମଜି-ରିଲାଏନ୍ସ ମଧ୍ୟ ପାକିସ୍ତାନ ସୁପର ଲିଗ ବିଷୟରେ ଖବର କରିବା ବନ୍ଦ କରିଦେଇଛି । ଏକ ପ୍ରମୁଖ କ୍ରିକେଟ ଡିଜିଟାଲ ବେବ୍ସାଇଟ ଉପରେ ପାକିସ୍ତାନ ସୁପର ଲିଗ ର ଖବର କରୁନାହିଁ । ପାକିସ୍ତାନର ଏକ ସାମ୍ବାଦିକ ସହ କଥା ହେବ ସମୟରେ, ପାକିସ୍ତାନର ପୁର୍ବ କୋପ୍ତାନ ସାହିଦ ଆଫ୍ରିଦି ଆଇଏମଜି-ରିଲାଏନ୍ସ ପାକିସ୍ତାନ ସୁପର ଲିଗ ବିଷୟରେ ଖବର କରିବା ଛାଡିବା ଉପରେ ଏକ ବଡ଼ ବିବରଣୀ ଦେଇଛନ୍ତି ।

ଆଫ୍ରିଦି କହିଛନ୍ତି କି ସେମାନେ ଦୁନିଆକୁ ଏହା ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି ଯେ ସେମାନେ ଶିକ୍ଷିତ ଅଟନ୍ତି । ଶିକ୍ଷିତ ଲୋକ ଏମିତି ବ୍ୟବହାର କରନ୍ତି ନାହିଁ । ଆଫ୍ରିଦି ପୁଲୱାମା ଆକ୍ରମଣ ବିଷୟରେ କହିଛନ୍ତି କି ” ମୁଁ ଇମ୍ରାନ ଖାନଙ୍କ ସମର୍ଥନ କରୁଛି । ବିନା କିଛି ପ୍ରମାଣରେ ସେ ପାକିସ୍ତାନକୁ ଦୋଷୀ କହିପାରିବେ ନାହିଁ । ଆଫ୍ରିଦି ଏହା ମଧ୍ୟ କହିଛନ୍ତି କି ” ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ସକରାତ୍ମକ ଆଉ ସ୍ପଷ୍ଟ ଭାବରେ କଥା ହୋଇଛନ୍ତି । ଆଉ ପାକିସ୍ତାନ କେବଳ ଭାରତ ସହିତ ନୁହେଁ ଆଫଗାନିସ୍ତାନ, ଇରାନ ଓ ଚୀନ ସହିତ ମଧ୍ୟ ଭଲ ସମ୍ପର୍କ ରଖିବାକୁ ଚାହୁଁଛି ।

ପୁଲୱାମା ଆକ୍ରମଣ ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ କି ବିନା କୌଣସି ପ୍ରମାଣରେ ଭାରତ ପାକିସ୍ତାନକୁ ଦୋଷୀ କରିପାରିବନାହିଁ । ଭାରତକୁ ପ୍ରମାଣ ମାଗିଥିଲେ ଆଉ କହିଥିଲେ ଯେ ଯେଉଁ କାର୍ଯ୍ୟାନୁଷ୍ଠାନ ଆପଣ ଚାହୁଁଛନ୍ତି, ତାହା ଆମେ କରିବା ପାଇଁ ପ୍ରସ୍ତୁତ ଅଛୁ ।

ହୋରବଜନ ସିଂ, ସୌରଭ ଗାଙ୍ଗୁଲି ଓ ୟୁଜୁବେନ୍ଦ୍ର ଚହଲ ପୁଲୱାମା ଆକ୍ରମଣକୁ ଖୁବ୍ ନିନ୍ଦା କରିଛନ୍ତି । ଆଉ କହିଛନ୍ତି ଏବେ ଭାରତ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।