ସଫଳତାର ମୂଳ ମନ୍ତ୍ର !

Spread the love

ଅଧିକାଂଶ ଲୋକ ଜୀବନରେ ସଫଳ ହୋଇ ପାରନ୍ତି ନାହିଁ, କାହିଁକି ନା ସେମାନେ ନିଜ ଜୀବନରେ ସବୁବେଳେ ଆରାମଦାୟକ ଜିନିଷ କରିବା ପାଇଁ ପସନ୍ଦ କରିଥାନ୍ତି। ଯେବେ ସଫଳତା ଅସଲ ମୂଲ୍ୟ ବୁଝିଥାନ୍ତି ତ ତାହାକୁ ଭୋଗକରିବାକୁ ଚାହାନ୍ତି ନାହିଁ, କାହିଁକିନା ସଫଳତା ଘରେ ସଫାରେ ବସି ଟିଭି ଦେଖିବା ଦ୍ୱାରା ମିଳିନଥାଏ । ତାହା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥାଏ।ଯେବେ ଆପଣ କାହାକୁ ବି ପଚାରିବେ କି ଆପଣ ସ୍ୱର୍ଗ ଯିବାକୁ ଚାହୁଁଛନ୍ତି ନା ନର୍କ ତ ସମସ୍ତେ କହିବେ ସ୍ୱର୍ଗ ଯିବାକୁ ଚାହୁଁଛି କିନ୍ତୁ ଆପଣ ତା ପରେ ପଚାରିବେ ମରିବା ପାଇଁ କିଏ ଚାହୁଁଛନ୍ତି ତେବେ ଆପଣଙ୍କ ଉପରେ ରାଗିଯିବେ ଅର୍ଥାତ ମୋର କହିବା ଅର୍ଥ ହେଉଛି, ସ୍ୱର୍ଗ ଯିବାକୁ ସମସ୍ତେ ଚାହିଁଥାନ୍ତି କିନ୍ତୁ ନର୍କ ଯିବା ପାଇଁ କେହି ବି ଚାହିଁନଥାନ୍ତି ବାକି ଆପଣ ବୁଦ୍ଧିମାନ ଲୋକ ବୁଝିଯାଇଥିବେ ।

ଭାଗ୍ୟ ଉପରେ ଭରସା କରି ଯଦି ଆପଣ ବସି ରହିବେ, ତା’ହେଲେ ଆପଣଙ୍କୁ କିଛି ମିଳିବନି । ଜଣେ ସଫଳ ମନୁଷ୍ୟକୁ କେବେ ହେଲେ ଭାଗ୍ୟ ଉପରେ ଭରସା କରିବା ଉଚିତ୍‌ ନୁହେଁ । କିଛି ପାଇବା ପାଇଁ ମଣିଷ ସେ ସବୁ କରିଥାଏ, ଯାହା ତାର ଆବଶ୍ୟକତା ଅଟେ।ସଫଳ ହେବାକୁ ହେଲେ ମଣିଷ ଭିତରେ ଯୋଗ୍ୟତା, ପରିଶ୍ରମ, ସାଧୁତା ଏହି ତିନି ଗୁଣ ରହିବା ଦରକାର ।ଯଦି ଆପଣ କିଛି କାର୍ଯ୍ୟ କରିବା ପାଇଁ ଯୋଗ୍ୟ ନୁହେଁ, ଯେତେ ଚାହିଁଲେ ବି ଆପଣ ସେଥିରେ ସଫଳ ହୋଇପାରିବେନି । ପ୍ରତ୍ୟେକ ମଣିଷର ନିଜର ଯୋଗ୍ୟତା ଅଛି । ସମସ୍ତେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିପୁଣ ଥାଆନ୍ତି । ଯେଉଁ କାର୍ଯ୍ୟ କରିବାପାଇଁ ଆପଣ ଇଚ୍ଛା ପ୍ରକାଶ କରୁଛନ୍ତି ବା ସେଥିରେ ନିପୁଣ ଥାଆନ୍ତି ସେହି କାର୍ଯ୍ୟ କରନ୍ତୁ।ସେହି କାର୍ଯ୍ୟରେ ଆପଣ ସଫଳତା ପାଇ ପାରିବେ ।

ଆପଣ କୌଣସି ଲକ୍ଷ୍ୟକୁ ହାସିଲ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିଥାଏ। ନିଜ ଲକ୍ଷ୍ୟକୁ କବେ ବି ନ ଭୁଲି ସବୁବେଳେ ମନେ ରଖନ୍ତୁ । ପରିଶ୍ରମ ବିନା ଆପଣ ସଫଳତାର ସ୍ୱାଦ ଚାଖି ପାରିବେ ନାହିଁ।ସଫଳତା ଆଡକୁ ଅଗ୍ରଗତି କରିବାରେ ପରିଶ୍ରମ ହିଁ ସାହାଯ୍ୟ କରିଥାଏ । ଯଦି କୌଣସି ବ୍ୟକ୍ତି ପରିଶ୍ରମର ଅର୍ଥ ବୁଝିନ ଥାଏ ଏବଂ ତାକୁ ଭାଗ୍ୟର ସାହାରା ମିଳିଗଲେ ମଧ୍ୟ ସେ ଧୋକାର ଶିକାର ହୋଇଥାଏ ।ତେଣୁକରି ଭାଗ୍ୟ ଉପରେ ଭରସା ନ କରି କଠିନ ପରିଶ୍ରମ କରିବା ଉଚିତ ।

ଭଲ ଲୋକ ଓ ମନ୍ଦ ଲୋକର ପାର୍ଥକ୍ୟ ଜାଣିପାରିବା ଏକ ବଡ଼ ଗୁଣ । ଭଲ ମନ୍ଦର ପାର୍ଥକ୍ୟ ଜାଣିପାରିଲେ ସଫଳତା ପାଇବା ସହଜ ହୋଇଯାଏ। ଆମର ଭଲ ଚାହୁଁଥିବା ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇବା ସହ ଖଳ ଲୋକଙ୍କଠାରୁ ଦୂରାଇବାକୁ ହେବ ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ।ଏହା ସବୁ କରିବା ଦ୍ୱାରା ସଫଳତା ହାତ ମୁଠାରେ ରହିଥାଏ ।