ସଫଳତା/ଜୀବନ ପଥରେ ଅଗ୍ରଗତି କରିବାକୁ ହେଲେ ପାଳନ କରନ୍ତୁ ଏହି 8ଟି ଜ୍ଞାନ :ଆଚାର୍ଯ୍ୟ ଚାଣକ୍ୟ

Spread the love

1. ଅତି ସରଳ, ସାଧାସିଧା ହୋଇ ଚଳିବା କଷ୍ଟକର । ଏମିତି ହେଲେ ସମସ୍ତେ ଦାଉ ସାଧି ପାରନ୍ତି । ସରଳତାର ସୁଯୋଗ ନେଇ ହଇରାଣ କରିପାରନ୍ତି । ଜଙ୍ଗଲକୁ ପଶି ଯେପରି ସମସ୍ତେ ସିଧା ସରଳ ଗଛ କାଟିବାକୁ ଭଲ ପାଆନ୍ତି ମାତ୍ର ମୋଟା, ବଙ୍କା ଗଛ ପାଖକୁ ଯାଆନ୍ତି ନାହିଁ ଠିକ୍ ସେଇପରି ସମାଜରେ ସରଳ ମଣିଷକୁ ସମସ୍ତେ ହଇରାଣ, ହରକତ କରିବାକୁ ଚାହାଁନ୍ତି । ଏଣୁ ଅତ୍ୟନ୍ତ ସରଳ ହେବା ଅପେକ୍ଷା ପରିସ୍ଥିତି ଦେଖି ଯେସାକୁ ତେସା ନୀତି ଅବଲମ୍ବନ କରିବା ଆବଶ୍ୟକ ।

2. ଅନ୍ୟ ଉପରେ ନିର୍ଭରଶୀଳ ହେବା ଉଚିତ୍ ନୁହେଁ । ଅନ୍ୟକୁ ଦୋଷ ଦେବା ଆଗରୁ ନିଜକୁ ପରୀକ୍ଷା କରିବା ଦରକାର । ସମସ୍ତଙ୍କୁ ନିଜ ସହିତ ତୁଳନା କରିବା ଉଚିତ୍ । ଅନ୍ୟର ଯିଏ ମଙ୍ଗଳ କରେ ତାର ମଙ୍ଗଳ ଅନ୍ୟ କେହି କରେ ।

3. ଅନ୍ୟାୟ ଓ ପାପ ପଥରେ ଅର୍ଜ୍ଜନ କରାଯାଇଥିବା ଧନ କିଛି ବର୍ଷଯାଏଁ ତିଷ୍ଠି ରହିପାରେ । ଏହା ପରେ ତାହା ଆପେ ଆପେ ଧ୍ୱଂସ ହୋଇଯାଏ । ଏଣୁ ପାପ ଧନ ଠାରୁ ଦୂରେଇ ରହିବା ଆବଶ୍ୟକ ।

4. ଅପବିତ୍ର, ଅଳିଆ ଯୁକ୍ତ ସ୍ଥାନରେ ପଡିଥିଲେ ବି ସୁନାକୁ ଗ୍ରହଣ କରିବା ଉଚିତ୍ । ଏଥିରେ ସଂକୋଚ କରିବାର କିଛି କାରଣ ନାହିଁ । ପଙ୍କରୁ ତ ପୁଣି ପଦ୍ମ ବିକଶିତ ହୁଏ ।

5. ଆଗକୁ ବଢିବା ସମୟରେ ଚିନ୍ତାକରି ପାଦ ପକାଇବା ଉଚିତ୍ । ତେଣୁ କରି ଅର୍ଜ୍ଜିତ ଧନକୁ ଖର୍ଚ୍ଚ କରିବା ଆଗରୁ ଥରେ ଚିନ୍ତା କରିବା ଦରକାର । ଭବିଷ୍ୟତ ପାଇଁ କିଛି ସଂଚୟ କରିବା ଉଚିତ୍ । ଅଯଥାରେ ଖର୍ଚ୍ଚ କରିଦେଲେ ପରେ ପସ୍ତାଇବାକୁ ପଡିବ ।

6. କଥାକଥାକେ ଭାଗ୍ୟକୁ ଦୋଷ ଦେଉଥିବା, ଅନ୍ୟ ଉପରେ ନିର୍ଭର କରୁଥିବା ବ୍ୟକ୍ତି କେବେ ସୁଖୀ ହୋଇପାରନ୍ତି ନାହିଁ ।

7. କଳିଝଗଡା ଲାଗିଥିବା ସ୍ଥାନଠାରୁ ଯଥେଷ୍ଟ ଦୂରେଇ ରହିବା ଉଚିତ୍ । ଯଦି ସାମନାରେ ହଠାତ୍ କଳିଗୋଳ ପିଟାମରା ଲାଗିଯାଏ ତେବେ ବୁଦ୍ଧିମାନ ସେଠୁ ତୁରନ୍ତ ପଳାୟନ କରିବା ଆବଶ୍ୟକ ।

8. ଗୁରୁଙ୍କ ଠାରୁ ଜ୍ଞାନ ମିଳେ । ଜ୍ଞାନରୁ ଜୀବନର ବିକାଶ ଘଟେ । ଗୁରୁଜନ ଏବଂ ସଦ୍-ଜନ ମାନଙ୍କୁ ସମ୍ମାନ କରିବ ।

ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ !