ଆପଣ ଜାଣନ୍ତି କି ୨୧ବର୍ଷ ବୟସରେ ଘର ପରିବାର ଛାଡି ସାଧ୍ଵୀ ହୋଇଗଲେ । ଆଜି କେବଳ ସ୍ଵର ଶୁଣିକି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଯାଏ ।

Spread the love

ଆପଣ ଯେତେବେଳେ ସାଧୁମାନଙ୍କ ବିଷୟରେ ଭାବନ୍ତି, ସେତେବେଳେ ଆପଣଙ୍କ ମନରେ ଏକ ବୃଦ୍ଧ ବ୍ୟକ୍ତି ଏବଂ ବଡ଼ ଲୋକଙ୍କ ଛବି ଆସିଥାଏ । ସବୁବେଳେ ଆମେ ଏହି ବ୍ୟକ୍ତିମାନଙ୍କୁ ପ୍ରବଚନ ଦେବାରେ ଦେଖିଛୁ ଏବଂ ଶୁଣିଛୁ । ଅଳ୍ପ ବୟସର ସାଧୁ କିମ୍ବା ସାଧ୍ଵୀଙ୍କୁ ପ୍ରବଚନ ଦେବାରେ ଆପଣମାନେ କମ୍ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ସାଧ୍ଵୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସାଧ୍ଵୀ ବୟସରେ ସବୁଠାରୁ କମ୍ ଅଟନ୍ତି । ୨୧ବର୍ଷର ଏହି ସାଧ୍ଵୀ ନିଜର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପାଇଁ ମହାବିଦ୍ୟାଳୟ ମଧ୍ୟ ଯାଉଛନ୍ତି । କିଏ ଏହି ସାଧ୍ଵୀ ? ତାଙ୍କ ନାମ କଣ ? ଜାଣିବା ଆସନ୍ତୁ ।

୨୧ ବର୍ଷର ଏହି ସାଧ୍ଵୀ ରାଜସ୍ଥାନର ନିବାସୀ ଜୟା କିଶୋରୀ ଧାର ଅଟନ୍ତି । ୨୧ ବର୍ଷିୟ ଏହି ସାଧ୍ଵୀ ଲୋକଙ୍କ ଉପରେ ନିଜର ଏକ ବିଶେଷ ପରିଚୟ ଛାଡିଥିଲେ । ଅଳ୍ପ ବୟସରେ ଏହି ସାଧ୍ଵୀଙ୍କ ପ୍ରବଚନ ଶୁଣିବା ପାଇଁ ବହୁ ଦୂରରୁ ଲୋକେ ଆସିଥିଲେ । ଖବର ଆନୁଯାୟୀ ଇନ୍ଦୋରରେ ହେବାକୁ ଥିବା ପ୍ରବଚନରେ ଲକ୍ଷାଧିକ ଲୋକେ ଏକାଠି ହୋଇଥିଲେ । ସାଧ୍ଵୀ ଜୟା କିଶୋରୀଙ୍କ ତାଙ୍କର ପ୍ରଥମ ସତସଙ୍ଗ ୨୦୧୮ ମସିହା ଫେବୃୟାରୀ ମାସ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ସତସଙ୍ଗ ପାଇଁ ତିନି ଲକ୍ଷ ବର୍ଗ ଫୁଟରେ ପଣ୍ଡାଲ ଲଗା ଯାଇଥିଲା ।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର ୧୦ ବର୍ଷ ବୟସରେ ଜୟା କେଶରୀ ନିଜ ହୃଦୟ ଭଗବାନ ଶ୍ରୀ କୃଷ୍ଣଙ୍କୁ ଦେଇଥିଲେ । ଘରେ ଭକ୍ତିର ପରିବେଶ ହେବା ଯୋଗୁଁ ତାଙ୍କର ଉଛୁକତା ଭଗବାନ ଶ୍ରୀ କୃଷ୍ଣଙ୍କ ପ୍ରତି ବଢିବାକୁ ଲାଗିଲା । ଜୟା ପ୍ରଥମ ସୁନ୍ଦରକାଣ୍ଡ ପାଠ ମାତ୍ର ୧୦ ବର୍ଷ ବୟସରେ ଶେଷ କରିଥିଲେ । ତାଙ୍କର ମଧୁର ବାଣୀ ଲୋକଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥିଲା । ତାଙ୍କର ବାଣୀର ଜାଦୁ ଏପରି ଚାଲିଥିଲା ଯେ, ବହୁ ଦୁରରୁ ଲୋକେ ତାଙ୍କ ପ୍ରବଚନ ଶୁଣିବା ପାଇଁ ଆସିବାରେ ଲାଗୁଛନ୍ତି ।

ଜୟା କେଶରୀ ଭକ୍ତି ସହ ନିଜ ପାଠ ମଧ୍ୟ ପଢୁଛନ୍ତି । ଭଗବାନଙ୍କ ଭକ୍ତିକୁ ସେ ନିଜର ପାଠପଢା ଉପରେ ପ୍ରଭାବ ପଡ଼ିବାକୁ ଦେଇନଥିଲେ । କଲିକତାର ମହାଦେବ ବିରଲା ବର୍ଲଡ଼ ଏକାଡେମୀ ବିଦ୍ୟାଳୟରୁ ଜୟା ନିଜର ପାଠପଢା ସାରିଥିଲେ । ବାଲ୍ୟକାଳରୁ ଭଗବାନଙ୍କ ଭକ୍ତିରେ ଲୀନ ଥିବାରୁ ଜୟାଙ୍କୁ ଲୋକେ ରାଧା ବୋଲି ଡାକୁଥିଲେ ।