ସଚିନଙ୍କ ଝିଅ ସାରା ହୃଦୟର ଇମୋଜି ଥିବା ପଠାଇ ଶୁଭମନ ଗିଲଙ୍କୁ ବଧାଈ ଦେଲେ, ହାର୍ଦ୍ଧିକ ପାଣ୍ଡିଆ ଏପରି ଭାବରେ ମଜା ନେବାକୁ ଲାଗିଲେ ।

Spread the love

ଯୁବା କ୍ରିକେଟ ଖେଳାଳି ଶୁଭମନ ଗିଲଙ୍କ ଫୋଟ ଉପରେ ସାରା କମେଣ୍ଟ କରିବା ପରେ ହାର୍ଦ୍ଧିକ ପାଣ୍ଡିଆ ତାଙ୍କୁ ଥଟ୍ଟା-ପରିହାସ କରିବାକୁ ଲାଗିଲେ ।

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ଟେନ୍ଦୁଲକର ବିଶ୍ଵରେ ଲୋକପ୍ରିୟ ଅଟନ୍ତି । ତାଙ୍କ ପରେ ତାଙ୍କ ଝିଅ ସାରା ଧୀରେ-ଧୀରେ ଚର୍ଚ୍ଚାକୁ ଆସିବାକୁ ଲାଗିଲେଣି । ସାରାଙ୍କୁ ନିଜ ପିତାଙ୍କ ସହ ଅନେକ ଥର ଦେଖିବାକୁ ମିଳିଥିଲା । ସେଥିପାଇଁ ସେ ମଧ୍ୟ ଏକ ଜଣାଶୁଣା ପରିଚିତ ବ୍ୟକ୍ତି ହୋଇ ଗଲେଣି । ସାରା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କ ଫୋଟ ଭାଇରଲ ହେବାକୁ ଲାଗୁଛି । କିଛି ଦିନ ତଳେ ସେ ନିଜର ବିଶେଷ ବନ୍ଧୁ ଶୁଭମନ ଗିଲଙ୍କ ସହ ଚର୍ଚ୍ଚାରେ ଅଛନ୍ତି । ଶୁଭମନ ଅଣ୍ଡର-୧୯ କ୍ରିକେଟ ବିଶ୍ଵକପ ସର୍ଵଜୟୀ ଖେଳାଳିର ଷ୍ଟାର ଖେଳାଳି ଅଟନ୍ତି । ୧୯ବର୍ଷୀୟ ଶୁଭମନଙ୍କୁ ଏହି ବର୍ଷ ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ସମସ୍ତେ ଦେଖିଛନ୍ତି । ସେ କୋଲକତା ନାଇଟ୍ସ ରାଇଡ଼ର୍ସର ଖେଳାଳି ଅଟନ୍ତି । ଏହି ବର୍ଷ ସେ ମୋଟ ୧୪ଟି ମ୍ୟାଚ ଖେଳି ସମୁଦାୟ ୨୭୪ରନ କରିଥିଲେ । ତାଙ୍କୁ ଆଇପିଏଲରେ ବହୁ ଲୋକଙ୍କ ଠାରୁ ପ୍ରଶଂସା ମିଳିଥିଲା । ଏହା ଛଡା ତାଙ୍କୁ “ଇମର୍ଜିଙ୍ଗ-ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ” ର ଉପାଧି ମଧ୍ୟ ଦିଆଯାଇଥିଲା ।

ଏହି ଆଇପିଏଲ ଖେଳ ପରେ କିଛିଦିନ ହେବ ସୁଭମନ ଏକ ଲକଜ୍ୟୁରୀ ଏସୟୁବି କାର (ରେଞ୍ଜ ରୋବର) କିଣିଥିଲେ । ଏହି କାର ଦେଖିବାକୁ ବହୁତ ସୁନ୍ଦର ଏବଂ ବହୁତ ଦାମିକା ମଧ୍ୟ ଦେଖା ଯାଉଛି । ଶୁଭମନ ଏହି କାରକୁ ସୋସିଆଲ ମିଡ଼ିଆରେ ନିଜ ପ୍ରଶଂସକଙ୍କ ସହ ସେୟାର ମଧ୍ୟ କରିଛନ୍ତି । ଏଥିପାଇଁ ତାଙ୍କୁ ବହୁତ ଲୋକଙ୍କ ଠାରୁ ଶୁଭକାମନା ସନ୍ଦେଶ ଆସିଵା ଆରମ୍ଭ ହୋଇ ଯାଇଛି । ଏହି ଭିତରେ ସଚିନଙ୍କ ପୁତ୍ରୀ ସାରା ତେନ୍ଦୁଲକରଙ୍କର ମଧ୍ୟ ଶୁଭକାମନା ଆସିଥିଲା । ସାରା ସୁଭମାନଙ୍କ ଏହି ଫୋଟର ତଳେ ଶୁଭକାମନା ଲେଖିବା ସହ ସାରା ଏକ ହୃଦୟ ଥିବା ଇମୋଜି ମଧ୍ୟ ଛାଡିଥିଲେ । ପୁଣି ଶୁଭମନ ମଧ୍ୟ ସାରଙ୍କ କମେଣ୍ଟ ତଳେ ‘ଥେଙ୍କସ ଏ ଲଟ’ ଅର୍ଥାତ ବହୁତ ବହୁତ ଧନ୍ୟବାଦ ଲେଖିଥିଲେ । ଏଠାରେ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ, ଶୁଭମନ ମଧ୍ୟ ଏହି କମେଣ୍ଟ ସହ ସାରଙ୍କ ପରି ଏକ ହୃଦୟ ଥିବା ଇମୋଜି ଛାଡିଥିଲେ । ଏହା ପରେ ସାରଙ୍କ ଠାରୁ କୌଣସି ଉତ୍ତର ଆସି ନ ଥିଲା ।

ଏବେ ସାରା ଏବଂ ସୁଭମନଙ୍କ ହୃଦୟ ଥିବା ଇମୋଜି ଏବଂ କଥାବାର୍ତ୍ତାକୁ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରକାରର କଥା କହିବାକୁ ଲାଗିଲେ । ଏହି ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଅଲ୍ ରାଉଣ୍ଡର ହାର୍ଦ୍ଧିକ ପାଣ୍ଡିଆ ମଧ୍ୟ କମେଣ୍ଟ କରିବା ଆରମ୍ଭ କରିଦେଲେ । ଯେବେ ଶୁଭମନଙ୍କ ‘ଥେଙ୍କସ ଏ ଲଟ’ ବଦଳରେ ସାରା କିଛି ନ କହିବାରୁ ହାର୍ଦ୍ଧିକ ତାର ତଳେ ‘ମୋଷ୍ଟ ୱେଲକମ ଫ୍ରୋମ ହର’ ଅର୍ଥାତ ସାରଙ୍କ ତରଫରୁ ନିଶ୍ଚୟ ସ୍ଵାଗତ ଲେଖିଥିଲେ । କିନ୍ତୁ ହାର୍ଦ୍ଧିକ ଏତିକିରେ ଅଟକି ନଥିଲେ, ସେ ପରେ ଗୋଟେ ଆଖି ମାରୁଥିବା ଇମୋଜି ବ୍ୟବହାର କରିଥିଲେ । ଅର୍ଥାତ ସେ ମଧ୍ୟ ସାରା ଏବଂ ଶୁଭମନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମଜା ଉଠାଇ ଥିଲେ ।

ସାରା ଏବଂ ଶୁଭମନଙ୍କ ମଧ୍ୟରେ କଣ ଚାଲିଛି; ତାହା କେବଳ ସେମାନେ ଜାଣନ୍ତି । କିନ୍ତୁ ଆମେ କହିପାରିବା ଯେ, ସେମାନଙ୍କର ବନ୍ଧୁତା ବହୁତ ଗଭୀର ଲାଗୁଛି । ଏହା ଛଡା ଏହି ମଧ୍ୟରେ ହାର୍ଦ୍ଧିକ ପାଣ୍ଡିଆ ମଧ୍ୟ କମେଣ୍ଟ କରିବା କୌଣସି ବିଷୟକୁ ନିଶ୍ଚୟ ସଙ୍କେତ କରୁଛି । ସେ ଯାହା ହେଉ କିନ୍ତୁ ଏହି ତିନିଜଣଙ୍କ କମେଣ୍ଟ ପରେ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି । ସେମାନେ ମଧ୍ୟ ଭିନ୍ନ ଭିନ୍ନ କମେଣ୍ଟ କରି ମଜା ନେବାକୁ ଲାଗିଛନ୍ତି । ହେଲେ ଆପଣମାନଙ୍କୁ ସାରା ଏବଂ ଶୁଭମନଙ୍କ ଯୋଡି କିପରି ଲାଗୁଛି ? ମତ ନିଶ୍ଚୟ ଦିଅନ୍ତୁ ।