ଧୋନୀଙ୍କୁ ନେଇ ସଚିନ ଏକ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି ୪ ନମ୍ବରରେ ନୁହେଁ ଏଠାରେ ବ୍ୟାଟିଂ କରିବା ଉଚିତ୍ ।

Spread the love

ସଚିନ କହିଛନ୍ତି ଧୋନୀଙ୍କୁ ବିଶ୍ୱକପରେ ଚାରି ନମ୍ବର ସ୍ଥାନରେ ଖେଳିବା ଉଚିତ୍ ନୁହେଁ ।

ବିଶ୍ୱକପରେ ନିଜର ପ୍ରଦର୍ଶନ ଭଲ କରିବା ପାଇଁ ଭାରତୀୟ କ୍ରିକେଟ ଦଳ ଦୃଢ ଆତ୍ମବିଶ୍ଵାସ ସହ ଦଳ ଇଂଲଣ୍ଡ ପହଞ୍ଚିଛି । ଇଂଲଣ୍ଡ ପହଁଚିବା ପରେ ଭାରତୀୟ ଦଳ ନିଜର ଅଭ୍ୟାସ ମ୍ୟାଚ ନିୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ବିଶ୍ୱକପର ଅସଲ ଖେଳ ୩୦ ମଇରୁ ଆରମ୍ଭ ହେବ । ଯେଉଁଥିରେ ଭାରତର ବିଜୟ ଆଶା ବହୁ ପରିମାଣରେ ରହିଛି ।ଭାରତୀୟ ଦଳ ବିଶ୍ୱ ସ୍ତରୀୟ ଏକ ଭଲ ଦଳ ଅଟେ ଏବଂ ପ୍ରସଂସକଙ୍କ ଆଶା ମଧ୍ୟ ରହିଛି ଭାରତ ବିଶ୍ଵକପ ବିଜୟୀ ହେବ । ଏହି ପରିପ୍ରେକ୍ଷୀରେ କ୍ରିକେଟ ଜଗତର ଭଗବାନ ସଚିନ ତେନ୍ଦୁଲକର ଧୋନୀଙ୍କୁ ନେଇ ଏକ ବଡ଼ ମତ ଦେଇଛନ୍ତି । ଆସନ୍ତୁ ଜାଣିବେ ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ସବୁ ରହିଛି ।

ସଚିନ ତେନ୍ଦୁଲକର ଭାରତୀୟ ଦଳକୁ ନେଇ ନିଜର ମତ ପୋଷଣ କରିଛନ୍ତି । ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ ଦଳର ସ୍ଥିତିକୁ ନେଇ କହିଛନ୍ତି; ଯାହା ଦଳ ପାଇଁ ସାହାଯ୍ୟ ହୋଇପାରିବ । ସଚିନ ଇଂରାଜୀ ୱେବସାଇଟ ସହ କଥାବାର୍ତ୍ତା ସମୟରେ ଇଂଲଣ୍ଡର ପିଚ୍ ଏବଂ ଭାରତୀୟ ଦଳର ବ୍ୟାଟିଂ ବିଷୟରେ ଖୋଲା ମତପୋଷଣ କରିଛନ୍ତି । ଏହା ସହ ଭାରତୀୟ ଦଳକୁ ନେଇ କିଛି ମନ୍ତବ୍ୟ ପ୍ରଦାନ କରିଛନ୍ତି ।

ଧୋନୀ ଏହି ସ୍ଥାନରେ ଖେଳିବା ଉଚିତ୍ :

ସଚିନଙ୍କୁ ଯେତେବେଳେ ପଚାରା ଯାଇଥିଲା, ଧୋନୀଙ୍କୁ ଚାରି ନମ୍ବରରେ ଖେଳିବା ଉଚିତ୍ କି ? ସେହି ସମୟରେ ସଚିନ କହିଥିଲେ, ଧୋନୀଙ୍କୁ ପାଞ୍ଚ ନମ୍ବରରେ ଖେଳିବା ଉଚିତ୍ । ସଚିନ କହିଛନ୍ତି, ଯଦି ଧ୍ଵବନ ଓ ରୋହିତ ଓପେନିଂ କରନ୍ତି ଏବଂ କୋହଲି ୩ ନମ୍ବରରେ ଖେଳନ୍ତି; ତେବେ କେହି ମଧ୍ୟ ଚାରି ନମ୍ବରରେ ଆସିଲେ କିଛି ଅସୁବିଧା ନାହିଁ । ଧୋନୀ ପାଞ୍ଚ ନମ୍ବରରେ ଓ ତାହାପରେ ହାର୍ଦିକଙ୍କୁ ବ୍ୟାଟିଂ କରିବା ପାଇଁ ଆସିବା ଉଚିତ୍ । କହିବା ପାଇଁ ଚାହୁଁଛୁ; ୪ ନମ୍ବରରେ କିଏ ବ୍ୟାଟିଂ କରିବ ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ପାରିନାହିଁ ।

ହାର୍ଦିକଙ୍କ ବିଷୟରେ ସଚିନ କହିଛନ୍ତି :

ସଚିନ କହିଛନ୍ତି; ହାର୍ଦିକ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି କିନ୍ତୁ ଆଇପିଏଲ ରେ ସବୁ ସହଜ ହୋଇଥାଏ କିନ୍ତୁ ବିଶ୍ୱକପରେ ଏହାର ବିପରୀତ ହୋଇଥାଏ । ସଚିନ କହିଛନ୍ତି, ହାର୍ଦିକ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି ଏହିପରି ନିଜ ଫର୍ମକୁ ବିଶ୍ୱକପରେ ମଧ୍ୟ ଜାରି ରଖିବା ଉଚିତ୍ । ଯାହାଫଳରେ ଟିମ୍ ଇଣ୍ଡିଆ ଲାଭ ଉଠାଇ ପାରିବ । ହାର୍ଦ୍ଦିକଙ୍କ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି ସଚନ ।

ଏହି ଚାରୋଟି ଦଳ ଖେଳି ପାରେ ଫାଇନାଲ :

ସଚିନ, ଭାରତୀୟ ଦଳର ବ୍ୟାଟ୍ସମ୍ୟାନଙ୍କୁ ଭଲ ଦର୍ଶାଇ କହିଛନ୍ତି, ଆମ ପାଖରେ ବିଶ୍ୱର ଭଲ ବ୍ୟାଟ୍ସମ୍ୟାନ ରହିଛନ୍ତି ଏବଂ ଦଳ ପ୍ରତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବ । ଏହି ଥର ସେମିଫାଇନାଲରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ପାକିସ୍ତାନ କିମ୍ବା ନିୟୁଜିଲାଣ୍ଡ ପହଞ୍ଚି ପାରନ୍ତି । ସଚିନ କହିଛନ୍ତି, ଆମ ପାଖରେ ଏହିଭଳି ଭଲ ବ୍ୟାଟ୍ସମ୍ୟାନ ଅଛନ୍ତି; ଯେଉଁମାନେ କୌଣସି ପରିସ୍ଥିତିରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ ।