ମହିଳାଙ୍କ ଦ୍ୱାରା ଦାଢ଼ି ବନାଇ ସଚିନଙ୍କ ଏହି ରେକଡ଼ ଭାଙ୍ଗିଥିଲା, କିନ୍ତୁ ଟୁଇଟ କରି ଖୁସି ଜାହିର କରିଛନ୍ତି ।

Spread the love

କ୍ରିକେଟର ଭଗବାନ କୁହାଯାଉଥିବା ପ୍ରସିଦ୍ଧ କ୍ରିକେଟର ସଚିନଙ୍କ ନାମରେ ପୂର୍ବରୁ ଅନେକ କୀର୍ତ୍ତିମାନ ରହିଛି ।କିନ୍ତୁ ନିକଟରେ ଏହି ସୂଚୀରେ ଏକ ନିଆରା କୀର୍ତ୍ତି ଜଡିତ ହୋଇଛି । ସଚିନ ନିଜ ଜୀବନ କାଳରେ ପ୍ରଥମ ଥର ଗୋଟିଏ ଝିଅ ଦ୍ଵାରା ନିଜର ଦାଢ଼ି କାଟିଛନ୍ତି । ଉତ୍ତରପ୍ରଦେଶର ଭଂବରି ଟୋଲା ଗାଁର ଦୁଇ ଜଣ ମହିଳା ହଜ୍ଜାମ ନେହା ଏବଂ ଜ୍ୟୋତି, ନିଜ ପିତାଙ୍କ ଅସୁସ୍ଥ ହେବା ପରେ ୨୦୧୪ ମସିହାରୁ ପିତାଙ୍କ ଦୋକାନ ସମ୍ଭାଳି ଆସୁଛନ୍ତି । ଏହି ଦୁଇ ଭଉଣୀ ଏପରି ଏକ ପେସାରେ ଯୋଗ ଦେଇଛନ୍ତି; ଯାହା ପୁରୁଷମାନେ ହିଁ ସାଧାରଣତଃ କରିଥାନ୍ତି ।

ଏଠାରେ ଜାଣି ରଖିବା ଦରକାର ଯେ, ସଚିନ ତେନ୍ଦୁଲକର ପୂର୍ବରୁ କଦାପି କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିଜର ଦାଢ଼ି ବନାଇ ନ ଥିଲେ । ନିଜ ବାପାଙ୍କ ଦୋକାନ ଚଳାଉଥିବା ଏହି ଦୁଇ ଭଉଣୀ ନିଜ ପରିବାରର ଭରଣ ପୋଷଣ ଏହି ଦୋକାନ ମାଧ୍ୟମରେ ହିଁ କରିଥାନ୍ତି । ଏହି ବିଜ୍ଞାପନ ଦେଖିବା ପରେ ଲିଟିଲ୍ ମଷ୍ଟର ସଚିନ ତେନ୍ଦୁଲକର ପ୍ରଭାବିତ ହୋଇଯାଇ ଥିଲେ ଏବଂ ଏହି ଦୁଇ ଭଉଣୀଙ୍କ ଦୋକାନକୁ ଯାଇ ସଚିନ ନିଜ ଦାଢ଼ି ବନାଇ ଥିଲେ ।

ସଚିନ ନିଜ ଅଫିସିଆଲ ଟୁଇଟ୍ ଆକାଉଣ୍ଟ ମାଧ୍ୟମରେ ଏହି ଦୁଇ ଭଉଣୀଙ୍କ ହାତରେ ନିଜର ଦାଢ଼ି ବନାଉ ଥିବାର ଏକ ପୋଷ୍ଟ ସେୟାର କରିଛନ୍ତି । ସଚିନ ଏହି ଦୁହିଁଙ୍କ ଦ୍ୱାରା ଦାଢ଼ି ବନାଇବାର ପଛର କାହଣୀ ଏହା ଯେ; ଭାରତରେ ଚାଲୁଥିବା ଲିଙ୍ଗ ଗତ ତାରତମ୍ୟ ଏବଂ ଝିଅ ମାନଙ୍କୁ ପ୍ରତିଟି କ୍ଷେତ୍ରରେ ଅବମାନନାକୁ ଆପେକ୍ଷ କରି ଏପରି କରିଛନ୍ତି ।

ସଚିନ ଝିଅଙ୍କ ଦ୍ୱାରା ଦାଢ଼ି ବନାଇବା ପରେ ଏହି ପୋଷ୍ଟଟି ନିଜ ଟୁଇଟ୍ ମାଧ୍ୟମରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଝିଅଙ୍କ ଦ୍ୱାରା ବାରବର ଦୋକାନ ଚଳାଇବା ମୋ ପାଇଁ ଗର୍ବର ବିଷୟ ଅଟେ । ହୋଇଥାଇ ପାରେ ଆପଣ ମାନେ ଏହି ବିଷୟ ଜାଣି ଥାଇ ପାରନ୍ତି କିନ୍ତୁ ମୁଁ ଏହିପରି କରିବା ମୋ ପାଇଁ ପ୍ରଥମ ଥର ଅଟେ । ସଚିନ ଏହି ଦୁଇ ଝିଅଙ୍କୁ ଜିଲେଟ୍ ସ୍କୋଲାରିସିପ୍ ମଧ୍ୟ ପ୍ରଦାନ କରିଛନ୍ତି; ଯେଉଁଥିରେ ସେମାନଙ୍କ ଶିକ୍ଷା ଏବଂ ପେସା ସମ୍ବନ୍ଧୀୟ ଆବଶ୍ୟକତା ଗୁଡିକୁ ପୁରଣ କରାଯାଇ ପାରିବ ।

ଅନଲାଇନରେ ପୋଷ୍ଟ କରାଯାଇ ଥିବା ଏହି ଭିଡ଼ିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ସାତ ଲକ୍ଷ ଲୋକେ ଦେଖି ସାରିଲେଣି । ପ୍ରଶଂସକ ଏହି ପୋଷ୍ଟରେ କମେଣ୍ଟ ମଧ୍ୟ ଦେବା ପାଇଁ ପଛେଇ ନାହାଁନ୍ତି । ନେହା ଏବଂ ଜ୍ୟୋତିକୁ ମିଳିଥିବା ଜିଲେଟ ସ୍କୋଲରଶିପ ପାଇଁ ଅନେକ ପ୍ରଶଂସା ମିଳିଛି । ୟୁଟୁବ୍ ରେ ଏହି ଭିଡ଼ିଓକୁ ୧ କୋଟି ୬୦ ଲକ୍ଷ ଲୋକ ଦେଖି ସାରିଲେଣି ।ଏହାପରେ ହିଁ ସଚିନ ଏଠାରେ ନିଜର ଦାଢ଼ି ବନାଇବା କରିଛନ୍ତି ।