ପୁଣିଥରେ ଖେଳ ପଡ଼ିଆରେ ଆପଣମାନେ ଦେଖିପାରିବେ ସଚିନ ଓ ବିରୁଙ୍କ ଯୋଡି !ଟି-୨୦ ଖେଳିବେ ଆପଣଙ୍କ ପସନ୍ଦିୟ ଖେଳାଳି ।

Spread the love

ଭାରତରେ ସଚିନ ତେନ୍ଦୁଲକରଙ୍କ ଲୋକପ୍ରିୟତା କାହାରି କି ଅଛୁପା ନୁହେଁ । ସଚିନଙ୍କ ପ୍ରଶଂସକ ଆଜି ମଧ୍ୟ ପଡ଼ିଆରେ ସଚିନଙ୍କୁ ଖେଳୁଥିବା ଦେଖିବା ପାଇଁ ଚାହାଁନ୍ତି । ପ୍ରତିଟି ବ୍ୟକ୍ତି ଏହି ପ୍ରାର୍ଥନା କରନ୍ତି ଯେ, ସଚିନ ପୁଣିଥରେ ପଡ଼ିଆରେ ଖେଳୁଥିବାର ନଜର ଆସନ୍ତୁ । କେବଳ ଏତିକି ନୁହେଁ ଯେତେବେଳେ ଭାରତ ବିଶ୍ୱକପ ସେମିଫାଇନାଳରେ ଇଣ୍ଡିଆ ହାରି ଯାଇଥିଲା, ସେହି ସମୟରେ ସମସ୍ତେ ଆଶା କରିଥିଲେ ପୁଣିଥରେ ସଚିନ ପଡିଆରେ ଖେଳିଲେ ଇଣ୍ଡିଆ ଜିତିଯିବ । ଏହି ପରିପ୍ରେକ୍ଷୀରେ ଆପଣ ଯଦି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସକ ଅଟନ୍ତି; ତେବେ ଆପଣଙ୍କ ପାଇଁ ଏକ ସୁଖଦ ସମ୍ବାଦ ରହିଛି ।

କ୍ରିକେଟ ପ୍ରେମୀ ପାଇଁ ଏକ ଭଲ ଖବର ହେଉଛି, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣିଥରେ କ୍ରିକେଟ ପଡ଼ିଆରେ ଖେଳୁଥିବା ଦେଖିବା ପାଇଁ ମିଳିବେ । ଏହି ଖବର ଜାଣିବା ପରେ ଆପଣ ଖୁସିରେ ନାଚି ଉଠିବେ କିନ୍ତୁ ବର୍ତ୍ତମାନ ମଧ୍ୟ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଥିବ ଯେ, ଏହା କିପରି ସମ୍ଭବ ଅଟେ ? ନିୟମ ଅନୁସାରେ ଏହା ଭୁଲ ଅଟେ କିନ୍ତୁ ବର୍ତ୍ତମାନ ଏକ ନୂତନ ନିୟମ ପ୍ରସ୍ତୁତ ହୋଇଛି ଯାହାଫଳରେ ଗୋଟିଏ ସିରିଜ ଖେଳା ଯିବ ଏବଂ ଏହି ସିରିଜରେ ସନ୍ୟାସ ନେଇଥିବା ଖେଳାଳି ପୁଣିଥରେ ପଡ଼ିଆରେ ଖେଳି ଦର୍ଶକଙ୍କ ମନରଞ୍ଜନ କରିବେ ।

ଫେବୃଆରୀରେ ପଡ଼ିଆରେ ସଚିନ ତେନ୍ଦୁଲକର ଖେଳିବେ :

ରୋଡ଼ ସେଫଟି ସିରିଜରେ ଦୁନିଆର ପୂର୍ବତନ କ୍ରିକେଟର ଭାଗ ନେବେ । ଏହି ସିରିଜ ଖେଳିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୭ଟି ଦଳ ରାଜି ହୋଇଛନ୍ତି । ସୁଖ ସମ୍ବାଦ ଏହା ହେଉଛି, ଏହି ସିରଜ ଭାରତରେ ଖେଳା ଯିବ, ଯେଉଁଥିରେ ଦୁନିଆର ଅନେକ ଦଳ ଯୋଗ ଦେବ । ଏହାର ଅର୍ଥ ହେଉଛି; ଏହା ବିଶ୍ୱକପ ଭଳି ରହିବ । ଏହି ସିରିଜ ୬ ଫେବୃଆରୀରୁ ଆରମ୍ଭ ହେବ ଏବଂ ଏହା କେବଳ ୬ ଦିନ ହିଁ ଚାଲିବ । ଏହି ସିରଜରେ ସଚିନଙ୍କ ସମେତ ଦୁନିଆର ସମସ୍ତ ପୂର୍ବତନ ଖେଳାଳି ଯୋଗ ଦେବେ । ତେବେ ଆପଣ ମଧ୍ୟ ପ୍ରସ୍ତୁତ ହୋଇଯାଅନ୍ତୁ, ସଚିନଙ୍କୁ ପୁଣିଥରେ ପଡ଼ିଆରେ ଦେଖିବା ପାଇଁ ।

ପୁଣିଥରେ ଦେଖି ପାରିବେ ସଚିନ ଏବଂ ବିରୁଙ୍କ ଯୋଡି :

ସୂତ୍ର ଅନୁସାରେ ଏହି ସିରିଜରେ ସଚିନଙ୍କ ବ୍ୟତୀତ ବିରେନ୍ଦ୍ର ସେହେବାଗ ମଧ୍ୟ ଯୋଗ ଦେବେ । ଦୁହେଁ ଗୋଟିଏ ଦଳ ପାଇଁ ହିଁ ଖେଳିବେ, ଯାହାଫଳରେ ଦୁହେଁ ଓପେନିଙ୍ଗ କରିବେ । କହିବା ପାଇଁ ଚାହୁଁଛୁ; ଦୁହେଁ ଏକତ୍ର ମିଶି ବୋଲରଙ୍କ ନିଦ ହଜାଇବେ । ଦେଖିବା ପାଇଁ ବାକି ରହିଛି, ପୁଣିଥରେ ଦୁହେଁ ଦର୍ଶକଙ୍କ ମନରଞ୍ଜନ କରିପାରିବେ ?

ବ୍ରେଟ ଲି ଏବଂ ସଚିନ ସାମ୍ନାସାମ୍ନି ହେବେ :

ଏହି ଟି-୨୦ ସିରିଜରେ, ଅଷ୍ଟ୍ରେଲିଆର ଉଚ୍ଚକୋଟିର ବୋଲର ସୂଚୀରେ ସାମିଲ ହୋଇଥିବା ପୂର୍ବତନ କ୍ରିକେଟର ବ୍ରେଟ ଲି ମଧ୍ୟ ଭାଗ ନେବେ ।ଏହି ପରିପ୍ରେକ୍ଷୀରେ ପୁଣିଥରେ ସଚିନଙ୍କ ସାମ୍ନାରେ ବ୍ରେଟ ଲି ବୋଲିଂ କରିବେ । ଏହା ବ୍ୟତୀତ ଲାରା ମଧ୍ୟ ଏହି ସିରିଜରେ ଭାଗ ନେବେ । ଏହି ପ୍ରତିଯୋଗିତା ବହୁତ ମନରଞ୍ଜନ ପ୍ରଦାନ କରିବ । କହିବା ପାଇଁ ଚାହୁଁଛୁ, ତେନ୍ଦୁଲକର ସମେତ ଅନେକ ପୂର୍ବତନ କ୍ରିକେଟର ମଧ୍ୟ ପଡିଆରେ ଦେଖିବାକୁ ମିଳିବ, ଯାହାଫଳରେ ପୁରୁଣା ସ୍ମୃତି ମନେ ପଡିବ । ଏହି ସିରିଜ କ୍ରିକେଟର ଲୋକପ୍ରିୟତାକୁ ବୃଦ୍ଧି କରିବ । କାରଣ ପ୍ରଶଂସକ ନିଜ ପସନ୍ଦିୟ ଖେଳାଳିଙ୍କୁ ମନେ ପକାଉଛନ୍ତି ।

ଆଶା କରୁଛୁ, ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଏହିପରି ନୂଆ ନୂଆ ଖବର, ଜୀବନଚର୍ଯ୍ୟା, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖବର, ରାଶିଫଳ ପାଇବା ପାଇଁ ଆମକୁ Follow କରନ୍ତୁ । ଧନ୍ୟବାଦ !