ସାବୁନ ପାଲଟିଲା ଜୀବନ ପାଇଁ ଶତ୍ରୁ !! ଆପଣ ମଧ୍ୟ ହୋଇଯାଆନ୍ତୁ ସାବଧାନ !

Spread the love

ପ୍ରାୟତଃ ଅଧିକାଂଶ ବୟସ୍କ ବ୍ୟକ୍ତିମାନେ କହନ୍ତି, ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । କିନ୍ତୁ ଏହି ବ୍ୟସ୍ତମୟ ଜୀବନରେ ଆଜିକାଲିର ଯୁବପିଢ଼ିମାନେ ବୟସ୍କ ବ୍ୟକ୍ତିଙ୍କ ଏହି ମନ୍ତବ୍ୟକୁ ଧ୍ୟାନ ଦିଅନ୍ତି ନାହିଁ । ଯେତେବେଳେ କୌଣସି ଭୁଲ କରନ୍ତି ତା’ପରେ ସେମାନେ ନିଜର ଭୁଲ ବୁଝିପାରନ୍ତି ଏବଂ ସେହି ସମୟରେ ନିଜ ଭୁଲକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତି । ଆଜି ଏହି ଅନୁଛେଦରେ ଆମ୍ଭେ ଏହିପରି ହିଁ ଏକ ଖବର ନେଇ ଆସିଛୁ ।

ସାବୁନ ମଧ୍ୟ କୌଣସି ବ୍ୟକ୍ତି ପାଇଁ ହୋଇପାରେ ବିପଦର କାରଣ । ଏହି ମାମଲା ସାବୁନ ସହ ଜଡିତ ଅଟେ । ଏହା ସେହି ସାବୁନ ଅଟେ ଯେଉଁଥିରେ କି ଆମ୍ଭେମାନେ ପ୍ରତିଦିନ ସ୍ନାନ କରିବା ସମୟରେ ବ୍ୟବହାର କରୁ । ଆପଣ ଭାବୁଥିବେ ସାବୁନ ଆମ ଶରୀର ପାଇଁ କିଭଳି ଶତ୍ରୁ ରୂପେ ପାଲଟିବ ?

ଦିନେ କୁନା ନାମକ ଗୋଟିଏ ବ୍ୟକ୍ତି ସ୍ନାନ କରିବାକୁ ବାଥ୍ ରୁମକୁ ଗଲେ, ଯେଉଁଠାରେ କି କୁନା ଯିବା ଆଗରୁ ସେଠାରୁ କେହି ସ୍ନାନ କରି ସାବୁନକୁ ଭୁଲରେ ତଳେ ଛାଡ଼ି ଆସି ଯାଇଥିଲେ । କୁନା ବ୍ୟସ୍ତରେ ଥିଲେ ସେ ତଳେ ଧ୍ୟାନ ନଦେଇ ଶୀଘ୍ର ବାଥ୍ ରୁମକୁ ଚାଲିଗଲେ ଓ ସେହି ସାବୁନ ଉପରେ ଗୋଡ଼ ପକାଇଦେଲେ । ସେ ସେଠାରୁ ଖସିଗଲେ ଓ ବାଲ୍ଟି ଉପରେ କୁନାର ମୁଣ୍ଡ ବାଜି ଅଧିକ ମାତ୍ରାରେ ଆଘାତ ହେଇଥିଲା । ସେହି କାରଣରୁ ସେ ବାଥ୍ ରୁମରେ ହିଁ ମୃତ୍ୟୁ ହୋଇଗଲେ । ଅଧିକ ସମୟ ହୋଇଗଲା କିଛି ଶବ୍ଦ ନାହିଁ ଘରର ଲୋକମାନେ ବହୁତ ଡାକିଲେ କୁନା କିଛି ମଧ୍ୟ ନ କହିବାରୁ ସେହି ବାଥ୍ ରୁମର କବାଟକୁ ଭାଙ୍ଗିଲେ ସେତେବେଳେ ସମସ୍ତେ ଜାଣିପାରିଲେ କି କୁନା ଆଉ ଏହି ଦୁନିଆରେ ନାହିଁ ବୋଲି ।

ଯଦି ଆପଣଙ୍କ ଘରେ ମଧ୍ୟ ଏହିଭଳି କିଛି ଛୋଟ-ଛୋଟ ଭୁଲ ହେଉଛି ତେବେ ଦୟାକରି ଅତି ଶୀଘ୍ର ସୁଧୁରି ଯାନ୍ତୁ । କିଏ ଜାଣିଛି କେତେବେଳେ କ’ଣ ହେବ ଆମେ କଥା ହେଉ ହେଉ ମଧ୍ୟ ନିଜ ଛୋଟ ଭୁଲ ଯୋଗୁଁ କାହାର ଜୀବନ ଚାଲିଯାଇ ପାରେ । ତେଣୁ ସବୁବେଳେ ସତର୍କରେ ରୁହନ୍ତୁ ଓ ଖୁସିରେ ଜୀବନଯାପନ କରନ୍ତୁ ।