ଯଦି ଆପଣ ବିନା ପାଣିରେ ଔଷଧ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ଏହା କରିବା ଶରୀର ପାଇଁ ଘାତକ ହୋଇପାରେ

Spread the love

ଅଧିକରେ ଆମକୁ ଯେତେବେଳେ ଡାକ୍ତର ଔଷଧ ଖାଇବା ପାଇଁ ଉପଦେଶ ଦେଇଥାନ୍ତି ସେତେବେଳେ ପାଣି ସହିତ ଖାଇବାକୁ କହିଥାନ୍ତି । କିନ୍ତୁ ଏମିତି ଅନେକ ଲୋକ ଥାଆନ୍ତି ଯେଉଁମାନେ କି ଡାକ୍ତରଙ୍କ ଏହି ଉପଦେଶକୁ ଅବହେଳା କରିଥାନ୍ତି ଏବଂ ବିନା ପାଣିରେ ହିଁ ଔଷଧ ସେବନ କରି ଦେଇଥାନ୍ତି । ଯଦିଓ ଆପଣ ମଧ୍ୟ ବିନା ପାଣିରେ ଔଷଧ ଖାଉଛନ୍ତି ତେବେ ଆପଣ ଅତିଶିଘ୍ର ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ । କାହିଁକି ନା ବିନା ପାଣିରେ ଔଷଧ ଖାଇବା ଦ୍ବାରା ଆପଣଙ୍କ ଶରୀରକୁ ଅନେକ ପ୍ରକାରର ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ ଏବଂ ଏହା କରିବା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।

କାହିଁକି ଦିଆଯାଏ ଔଷଧ ଖାଇବା ସମୟରେ ପାଣି ପିଇବାର ଉପଦେଶ

ଡାକ୍ତରଙ୍କ ଦ୍ଵାରା ଏଥିପାଇଁ ଔଷଧ ସହିତ ପାଣି ପିଇବାର ଉପଦେଶ ଦିଆଯାଇଥାଏ । ଯାହା ଦ୍ଵାରା କି ଔଷଧ ଭୋଜନ ନଳିକାରେ ନଫସିଯାଉ ।ଯଦିଓ ଆମେ ବିନା ପାଣିରେ ଔଷଧ ଗିଲିଦେବା ତେବେ ତାହା ଭୋଜନ ନଳିକାରେ ଫସି ଯାଇପରେ ଏବଂ ଭୋଜନ ନଳୀକାରେ ଔଷଧ ଫସିଯିବା କାରଣରୁ ନଳିକା ଶୁଖିଯାଇଥାଏ ଏବଂ ସେଥିରେ ଅନେକ ଥର ଦରଜ ମଧ୍ୟ ହେବାକୁ ଲାଗିଥାଏ । କେବଳ ଏତିକି ହିଁ ନୁହେଁ ବିନା ପାଣିରେ ଔଷଧ ଖାଇବା ଦ୍ବାରା ଛାତି ଜଳିବା ସହ ଦରଜ ହୋଇଥାଏ । ସେଥିପାଇଁ ଯଦି ଆପଣ ବିନା ପାଣିରେ ଔଷଧ ଖାଉଛନ୍ତି ତେବେ ଏହା କରିବା ବନ୍ଦ କରି ଦିଅନ୍ତୁ ।

ଔଷଧ ଖାଇବା ସମୟରେ କେତେ ପରିମାଣରେ ପାଣି ପିଇବେ

ଔଷଧ ଖାଇବା ସମୟରେ କେତେ ପରିମାଣରେ ପାଣି ପିଇବେ ତାହା ଅଧିକାଂଶ ଲୋକଙ୍କୁ ଜଣା ନଥାଏ ଏବଂ ଅନେକ ଲୋକ ଅଧା ଗ୍ଲାସ ପାଣି ସହିତ ହିଁ ଔଷଧ ଖାଇ ଦେଇଥାନ୍ତି । ଯାହାକି ଭୂଲ ଅଟେ । କାହିଁକି ନା ଔଷଧ ସହିତ ଅଧିକ ପାଣିରେ ପିଇବା ଉଚିତ। ଡାକ୍ତରଙ୍କ ଅନୁସାରେ ଗୋଟିଏ ଟାବଲେଟ ସହିତ କମ ସେ କମ ୨୫୦ ଏମଏଲ ପାଣି ଅଥବା ଏହାଠାରୁ ଅଧିକ ପାଣି ପିଇବା ଉଚିତ। ୨୫୦ ଏମଏଲ ପାଣି ସହିତ ଔଷଧ ଖାଇବା ଦ୍ବାରା ଔଷଧ ନଳିକାରେ ଫଶି ନଥାଏ ଏବଂ ସହଜରେ ପେଟ ଭିତରକୁ ଚାଲିଯାଇଥାଏ ।

ଔଷଧ ଖାଇବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ

• ଆପଣ କେବେମଧ୍ୟ ଠିଆ ହୋଇ ଔଷଧ ଖାଆନ୍ତୁ ନାହିଁ । ଏହାପରେ ଆପଣ ଶୋଇ କରି ମଧ୍ୟ ଔଷଧ ନିଅନ୍ତୁ ନାହିଁ । ଏହା କରିବାଦ୍ୱାରା ଆପଣଙ୍କ ନିଃଶ୍ୱାସ ବନ୍ଦ ହୋଇଯାଇପାରେ ।

• ଔଷଧକୁ ସର୍ବଦା ବସିକରି ହିଁ ଖାଇବା ଉଚିତ।

• କେବେ ମଧ୍ୟ ଔଷଧକୁ ଶୋଇବାର ତୁରନ୍ତୁ ପୂର୍ବରୁ ଖାଆନ୍ତୁ ନାହିଁ । କାହିଁକି ନା ଔଷଧକୁ ସର୍ବଦା ଶୋଇବାର ୧୫ମିନିଟ ପୂର୍ବରୁ ନେବା ଉଚିତ ।

• ଏପରି ଅନେକ ଔଷଧ ଅଛି ଯାହାକୁ କ୍ଷୀର ସହିତ ଖାଇବାର ଉପଦେଶ ଡାକ୍ତର ଦ୍ଵାରା ହିଁ ଦିଆଯାଇଥାଏ । ସେଥିପାଇଁ ଆପଣ ସେହି ପରି ଔଷଧକୁ ପାଣି ସହିତ ଖାଆନ୍ତୁ ନାହିଁ ବରଂ କ୍ଷୀର ସହିତ ହିଁ ଖାଆନ୍ତୁ ।

• ସକାଳେ କେବେ ମଧ୍ୟ ଖାଲି ପେଟରେ ଔଷଧ ଖାଆନ୍ତୁ ନାହିଁ । କାହିଁକି ନା ଖାଲି ପେଟରେ ଔଷଧ ଖାଇବା ଦ୍ବାରା ଆପଣଙ୍କ ମୁଣ୍ଡ ବୁଲାଇ ପାରେ ।

• ଔଷଧ ଖାଇବା ମଧ୍ୟରେ କମ୍ ରୁ କମ୍ ୪ ଘଣ୍ଟାର ଅବଧି ରଖନ୍ତୁ ।

• ଦରଜ ନିବାରକ ଔଷଧ ଗୁଡ଼ିକ ସ୍ବାସ୍ଥ୍ୟ ପାଇଁ ହାନିକାରକ ମନେ କରାଯାଏ । ସେଥିପାଇଁ ଆପଣ ଏହି ଔଷଧର ସେବନ ସେତେବେଳେ କରନ୍ତୁ ଯେତେବେଳେ ଅଧିକରୁ ଅଧିକ ଦରଜ ହେବ ।

• ଔଷଧ ଖାଇବା ପୂର୍ବରୁ ଆପଣ ସେହି ଔଷଧର ସମାପ୍ତି ତାରିଖ ଅବଶ୍ୟ ଦେଖନ୍ତୁ । କାହିଁକି ନା ଔଷଧର ବନାଇଥିବା ସମୟର ଅବଧି ସରିଯିବା ପରେ ଯଦି ଔଷଧ ସେବନ କରିଦିଅନ୍ତି । ତେବେ ଆପଣଙ୍କୁ କ୍ଷତି ପହଞ୍ଚି ପାରେ ।

• କୌଣସି ମଧ୍ୟ ଔଷଧକୁ ଖାଇବା ପୂର୍ବରୁ ଆପଣ ଡାକ୍ତରଙ୍କ ଉପଦେଶ ଅବଶ୍ୟ ନିଅନ୍ତୁ ଏବଂ ଡ଼ାକ୍ତରଙ୍କ ଅନୁସାରେ ହିଁ ଔଷଧକୁ ଖାଆନ୍ତୁ । କାହିଁକି ନା ଭୂଲ ଔଷଧ ଖାଇବା ଦ୍ଵରା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ହାନିକରକ ହୋଇପାରେ ।

ଯଦି ଆମର ଏହି ସ୍ବାସ୍ଥ୍ୟ ସମ୍ବନ୍ଧିତ ସୂଚନା ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ, ସେୟାର, କମେଣ୍ଟ ଏବଂ ଫୋଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ !