ସାବତ ମାଆକୁ ଧର୍ମ ସହିବନି ? | ନିଜ ଝିଅକୁ ଟୋକାଙ୍କ ସହ ମିଶି

sbata maa

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଏନଏ ଟେଷ୍ଟ ପରେ ସାବତ ମାଁ ର ହିସାବ କରିବ ପୋଲିସ । ଝିଅକୁ ହ-ତ୍ୟା କରି ସାବତ ମାଁ ଲୁଚିଛି କେଉଁଠି । ଜନ୍ମ କଲା ବାପା ବି ହାତ ଛାଡି ଦେଲା । ଝିଅର ମୃ-ତ ଦେହ ପୋଡିଥିବା ତିନି ପଡୋଶୀଙ୍କୁ ଘନ ଘନ ଜେରା । ଡିଏନଏ ଟେଷ୍ଟ ପରେ ଅଭିଯୁକ୍ତ ମାନେ ଚକି ପେଶିବେ । ମାଁଙ୍କ ମୃ-ତ୍ୟୁ ପରେ ବାପାଙ୍କୁ ଆଦରି ନେଇଥିଲେ ଦୁଇ ଝିଅ । ଭାବିଥିଲେ ମାଁ ସିନା ଚାଲିଗଲା କିନ୍ତୁ ଆମ ପାଖରେ ବାପା ଅଛି ।

ବାପାଙ୍କୁ କିନ୍ତୁ ଖାଇଥିଲା ଦ୍ୱିତୀୟ ବିବାହ ର ନିଶା । ଦୁଇଟି ଛୁଆ ଥିବା ସତ୍ତ୍ୱ ଦ୍ୱିତୀୟ ବିବାହ କଲା ବାପା । ଆଉ ମାଁ ର ସ୍ନେହ ଦେବା ବଦଳରେ ସାବତ ମାଁ ନିଜର ରୂପ ଦେଖାଇବା ଆରମ୍ଭ କରିଦେଲା । ବାହାରେ ବଡ ଭଉଣୀ ଚାକିରି କରିବାକୁ ଚାଲିଗଲା ବାପା ଆଉ ସାବତ ମାଁ ଭରସା ରେ ସାନ ଭଉଣୀକୁ ଛାଡି ଦେଇଗଲା । କିନ୍ତୁ ନିର୍ଯାତନା ସହି ସହି ପାଶାଣ ପାଲଟିଗଲା ଝିଅଟି ।

girl 1

ପୁଣି ଶେଷରେ ସାନ ଭଉଣୀଟିକୁ ସାବତ ମାଁ ହ-ତ୍ୟା କରି ପୋଡିଦେଲା । ଧରା ପଡିବା ଭୟରେ ଶ୍ମଶାନରୁ ପୋଡା ପାଉଁଶ ଧୋଇଦେଲା । ଏମିତି କିଛି ଅଭିଯୋଗ ଆଣିଛନ୍ତି ମୃ-ତକଙ୍କ ବଡ ଭଉଣୀ । ପୁରୀ ଜିଲ୍ଲା ଗୋପ ବନ୍ତୁଳିଆ ପଞ୍ଚାୟତ ର ବିଜିପୁର ଗାଁ ର ଜଣେ ସାବତ ମାଁ ର କଳା କାରନାମା ଦେଖିଲେ ଆପଣ ବି ତାଜୁବ ହୋଇଯିବେ ।

ଜଣେ ମାଁ କ’ଣ ଏତେ ନିଷ୍ଠୁର ହୋଇପାରେ । ବଢିଲା ଝିଅକୁ ହ-ତ୍ୟା କରି ପୋଡି ଜାଳିଦେଇ ପାରେ । ଏହି ଘଟଣା ପରେ ସାବତ ମାଁ କୁ ଖୋଜୁଚି ପୋଲିସ । ମୃ-ତ ମୋନାଲିଙ୍କ ବଡ ଭଉଣୀ ରଞ୍ଜିତା ସିଧାସଳଖ କହିଛନ୍ତି ୨୦୨୦ ରୁ ଦୁଇ ଭଉଣୀ ନିର୍ଯାତନା ସହି ସହି ଆସୁଥିଲେ ।

ବାପା ଦୁର୍ଗା ଚରଣକୁ ପୋଲିସ ଗିରଫ କରି ସାରିଥିବା ବେଳେ ସାବତ ମାଁ ଏବଂ ଏଥିରେ ସାମିଲ ଥିବା ଅନ୍ୟ ମାନଙ୍କୁ ପୋଲିସ ଖୋଜୁଛି । ଯଦିଓ ଡିଏନଏ ଟେଷ୍ଟ ନେଇ ତଦନ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି କିନ୍ତୁ ଖୁବ୍ ଶୀଘ୍ର ଘଟଣାର ପରଦାଫାସ ହେବ ବୋଲି ପୋଲିସ କହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *