ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ ମିଳିଲା ଋଷିଆର ସର୍ବୋଚ୍ଚ ସମ୍ମାନ “ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ”

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ଦିନ ଋଷିଆର ସର୍ବୋଚ୍ଚ ସମ୍ମାନ “ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ-ଦ ଆପୋଷ୍ଟଲ” (Order of St Andrew the Apostle)ରେ ସମ୍ମାନିତ କରାଯାଇଛି । ଭାରତ ଓ ଋଷିଆ ମଧ୍ୟରେ ସର୍ବୋଚ୍ଚ ସାମରିକ ଭାଗିଦାରୀତା ଓ ଦ୍ଵିପକ୍ଷିକ ସମ୍ବନ୍ଧକୁ ଅଧିକ ମଜବୁତ କରିବାରେ ମୋଦୀଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ, ତେଣୁ ରୁଷିଆ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନନୀତ କରାଯାଇଛି ବୋଲି ନୂଆ ଦିଲ୍ଲୀସ୍ଥିତି ଋଷୀୟ ଦୂତାବାସ ପକ୍ଷରୁ ଟ୍ବିଟ କରି କୁହାଯାଇଛି ।

ରୁଷ ସରକାର କହିଛି, ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷିକ ସମ୍ବନ୍ଧକୁ ଅଧିକ ମଜବୁତ କରିବାରେ ମୋଦୀଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଏହି ସମ୍ମାନରେ ତାଙ୍କୁ ଭୂଷିତ କରାଯାଇଛି । ଅନ୍ତର୍ଜାତୀୟ ସ୍ତରରେ କିଛି ଦିନ ତଳେ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ “ଜାୟେଦ ମେଡାଲ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସଲ କରିଛନ୍ତି ।

ସୂଚନା ଅନୁସାରେ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୟୁକୁ ଋଷିଆର ସବୁଠାରୁ ପୁରୁଣା ତଥା ଅତି ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ସମ୍ମାନ ବୋଲି କୁହାଯାଏ । ଏହାକୁ ସପ୍ତଦଶ ଶତାବ୍ଦୀରେ ପିଟର-ଦି ଗ୍ରେଟ୍ ପ୍ରତିଷ୍ଠା କରିଥିଲେ । ଋଷିଆରେ କମ୍ୟୁନିଷ୍ଟ ଶାସନ ସୋଭିଏତ ୟୁନିୟନ ଥିବା ସମୟରେ ଏହାକୁ ୧୯୧୮ରେ ଉଠାଇ ଦିଆଯାଇଥିଲା । ହେଲେ ୯୦ ଦଶକରେ ସୋଭିଏତ ସଂଘର ପତନ ପରେ ୧୯୯୮ରେ ଏହାକୁ ପୁଣି ଆରମ୍ଭ କରାଯାଇଥିଲା । ୨୦୧୭ରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କୁ ଏହି ସମ୍ମାନ ଦିଆଯାଇଥିଲା । କେବଳ ଋଷିଆ ବା ୟୁଏଇ ନୁହେଁ, ମୋଦି ସାଉଦି ଆରବ, ଦକ୍ଷିଣ କୋରିଆ, ପାଲେଷ୍ଟାଇନ ଓ ଆଫଗାନିସ୍ତାନର ସର୍ବୋଚ୍ଚ ସମ୍ମାନ ପାଇସାରିଛନ୍ତି ।

ଅନ୍ୟପଟେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ଏହି ସର୍ବୋଚ୍ଚ ସମ୍ନାନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୋଦି ତାଙ୍କ ଅଫିସିଆଲ ଟ୍ୱିଟ ଆକାଉଣ୍ଟରୁ ଟ୍ୱିଟ୍ କରି, ରାଷ୍ଟ୍ରପତି ପୁଟିନ୍ ଏବଂ ଋଷିଆ ନାଗରିକଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ଭାରତ ଏବଂ ଋଷିଆ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ଏହିଭଳି ସମ୍ପର୍କ ଆଗାମୀ ଫଳରେ ଉଭୟ ଦେଶ ବିକଶାର ଚମର ସୀମାରେ ପହଞ୍ଚି ପାରିବ ।