ସରକାରଙ୍କର ନୂତନ ସ୍କିମ୍ ମାତ୍ର ୫୫ ଟଙ୍କାର ବିନିଯୋଗର, ପ୍ରତି ମାସରେ ମିଳିବ ୩୦୦୦ ଟଙ୍କା ।

Spread the love

ଶ୍ରମିକ ଓ କାରିଗରଙ୍କ ପାଇଁ କେନ୍ଦ୍ର ସରକାର ଆଜି ଠାରୁ ନୂଆ ପେନସନ ସ୍କିମ୍ ନିଜ ଅନ୍ତିମ ବଜେଟ “ପ୍ରଧାନମନ୍ତ୍ରୀ ଶ୍ରମ ୟୋଗୀ ମାନଧନ ପେନସନ ସ୍କିମ୍”ରେ ଘୋଷଣା କରିଛନ୍ତି । ଏହି ସ୍କିମ୍ ଅନୁସାରେ କୌଣସି ଟି ବି ଅସଙ୍ଘଟିତ କ୍ଷେତ୍ରରେ ଜଡିତ ଥିବା କର୍ମଚାରୀ, ଯାହାଙ୍କର ବୟସ ୪୦ ବର୍ଷରୁ କମ ହୋଇଥିବ, ସେହି ବ୍ୟକ୍ତିମାନେ ଏହି ସ୍କିମ୍ ର ଲାଭ ଉଠାଇବା ପାଇଁ ଆବେଦନ କରିପାରିବେ । ଅସଙ୍ଘଟିତ କ୍ଷେତ୍ରରେ ଜଡିତ ଥିବା ଶ୍ରମିକ, ଡ୍ରାଇଭର, ରିସ୍କା ଚାଳକ, ଦୋକାନରେ କାମ କରୁଥିବା ଲୋକ, ଅଳିଆ ଆବର୍ଜନା ଉଠାଉଥିବା ଲୋକ, ବିଡି ତିଆରି କରୁଥିବା ଲୋକଙ୍କ ପରି ଅନ୍ୟ କାରିଗରମାନେ ଏହି ସ୍କିମ୍ ର ଲାଭ ଉଠାଇ ପାରିବେ ।

ଏହି ଲୋକମାନଙ୍କୁ ମିଳିପାରିବ ଏହି ସ୍କିମ୍ ର ଲାଭ :

ଏହି ଯୋଜନାରେ ଆବେଦନ କରୁଥିବା ବ୍ୟକ୍ତିଙ୍କର ଆୟ ୧୫ ହଜାର ଟଙ୍କାରୁ କମ ହୋଇଥିବା ଦରକାର । ଯେଉଁମାନେ ପ୍ରଥମରୁ ନ୍ୟାସନାଲ୍ ପେନସନ ସ୍କିମ୍ (NPS) ପରି ସ୍କିମ୍ ଗୁଡିକର ଲାଭ ଉଠାଉଛନ୍ତି, ସେହି ବ୍ୟକ୍ତିମାନେ ଏହି ସ୍କିମ୍ ର ଯୋଗ୍ୟପ୍ରାର୍ଥୀ ହୋଇ ପାରିବେ ନାହିଁ । ସରକାର ଏହି ପେନସନ ସ୍କିମ୍ ଟିକୁ ଅସଙ୍ଘଟିତ କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରିଛନ୍ତି । ଆବେଦକଙ୍କ ପାଖରେ ବ୍ୟାଙ୍କରେ ସେବିଙ୍ଗ ଖାତା ରହିଥିବା ଜରୁରୀ ଅଟେ ଓ ତାହାସହ ଆଧାର କାର୍ଡ ରହିବା ଜରୁରୀ ଅଟେ । ଆବେଦକର ବୟସ ସୀମା ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଦରକାର ।

ମାତ୍ର ୫୫ ଟଙ୍କା ରେ ପ୍ରତି ମାସରେ ମିଳିବ ୩୦୦୦ ଟଙ୍କା ।

ଯଦି କୌଣସି ଶ୍ରମିକ ୧୮ ବର୍ଷ ବୟସରେ ଏହି ସ୍କିମ୍ ଅନୁସାରେ ଟଙ୍କା ଜମା କରିବା ଆରମ୍ଭ କରନ୍ତି, ତାହାହେଲେ ସେହି ଶ୍ରମିକକୁ ପ୍ରତିମାସରେ ୫୫ ଟଙ୍କା ଦେବାକୁ ପଡିଥାଏ । ଯେଉଁ ଶ୍ରମିକ ୪୦ ବର୍ଷ ବୟସରେ ଏହି ସ୍କିମ୍ ରେ ଜଡିତ ହେଉଛନ୍ତି, ତାହା ହେଲେ ସେହି ବ୍ୟକ୍ତିଙ୍କୁ ୨୦୦ ଟଙ୍କା ମାସିକ ଜମା କରିବାକୁ ପଡିବ । ଯେତେବେଳେ ଆପଣଙ୍କର ବୟସ ୬୦ ବର୍ଷ ହୋଇଯିବ; ସେହି ସମୟରେ ଆପଣଙ୍କୁ ପ୍ରତିମାସରେ ପେନସନ୍ ମିଳିବା ଆରମ୍ଭ ହୋଇଯିବ । ସରକାରଙ୍କର ଏହି ସ୍କିମ୍ ଅନୁସାରେ ୩୦୦୦ ଟଙ୍କା ମାସିକ ପେନସନ୍ ମିଳିବ । ଏହି ସ୍କିମ୍ ୧୫ ଫେବ୍ରୁୟାରୀ ଠାରୁ ଆରମ୍ଭ ହୋଇସାରିଛି ।