ରିତିକାଙ୍କ ସହ ପ୍ରଥମ ଦେଖାରେ ଯୁବରାଜ ଦେଇଥିଲେ ରୋହିତଙ୍କୁ ଧମକ, କହିଥିଲେ- ମୋର ଭଉଣୀ ଠାରୁ ଦୁରେଇ ରୁହ ନଚେତ…

Spread the love

ଲୋକେ ପ୍ରେମ ତ କରିଥାନ୍ତି ହେଲେ ବିବାହର କଥା ଉଠିଲେ ପୁଅର କିମ୍ବା ଝିଅର ଘରଲୋକଙ୍କୁ ବୁଝାଇବା ସବୁଠୁ କଠିନ କାମ ହୋଇଯାଏ । ବେଳେବେଳେ ଝିଅର ଭାଇ ହିଁ ସବୁଠାରୁ ବଡ଼ ଖଳନାୟକ ହୋଇଯାଆନ୍ତି । କାରଣ ଭାଇମାନଙ୍କୁ ନିଜ ଭଉଣୀର ରକ୍ଷା କରିବାକୁ ପଡିଥାଏ ଆଉ ଏମିତି ସେମାନେ ନିଜ ଭଉଣୀଙ୍କ ଆଖ ପାଖରେ ଅନ୍ୟ ପୁଅଙ୍କୁ ବୁଲିବାକୁ ଦିଅନ୍ତି ନାହିଁ । ଏହିପରି କିଛି ଘଟଣା କ୍ରିକେଟ ତାରକା ରୋହିତ ଶର୍ମାଙ୍କ ସହ ମଧ୍ୟ ହୋଇଥିଲା । ଯେତେବେଳେ ସେ ରିତିକାଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ ଏବଂ ରିତିକାଙ୍କ ସମ୍ପର୍କୀୟ ଭାଇ ଯୁବରାଜ ରୋହିତଙ୍କ କଲର ଧରି ଦେଇଥିଲେ । ରିତିକାଙ୍କ ସହ ପ୍ରଥମ ଦେଖାରେ ହିଁ ରୋହିତଙ୍କୁ ଯୁବରାଜ କଣ ଧମକ ଦେଇଥିଲେ, ଆସନ୍ତୁ ଜାଣିବେ କଣ ହୋଇଥିଲା ?

ରିତିକାଙ୍କ ସହ ପ୍ରଥମ ଦେଖାରେ ଯୁବରାଜ ଦେଇଥିଲେ ରୋହିତଙ୍କୁ ଧମକ :

ଏକ ଦିବସିୟ ମ୍ୟାଚ ଗୁଡ଼ିକରେ ୩ଟି ଦ୍ଵିଶତକ କରିଥିବା ବ୍ୟକ୍ତି ଦୁନିଆର କେବଳ ଜଣେ ମାତ୍ର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା । ଆଜିକାଲି କ୍ରିକେଟରେ ଭଲ ପ୍ରଦର୍ଶନୀ କରୁଛନ୍ତି । ସେହିପରି ଏହି ଖେଳାଳିଙ୍କ ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ରହିଥିଲା ଏବଂ ତାହା କୌଣସି ଫିଲ୍ମୀ କାହାଣୀ ଠାରୁ ଅଲଗା ନଥିଲା । ୩୨ ବର୍ଷୀୟ ରୋହିତ ଶର୍ମା ଏକ ସାକ୍ଷାତକାରରେ ନିଜ ପତ୍ନୀ ରିତିକାଙ୍କ ସହ ପ୍ରଥମ ଦେଖାର ଉଲ୍ଲେଖ କରିଥିଲେ । ରୋହିତ ଶର୍ମା ଏକ ମଜାଳିଆ ରହସ୍ୟ ୟୁଟୁବରେ ଚାଲୁଥିବା ୱେବ ସିରିଜ “ବ୍ରେକଫାଷ୍ଟ ବିଥ ଚାମ୍ପିୟାନ୍ସ”ରେ ଏହି ରହସ୍ୟ ଖୋଲିଥିଲେ । ସେହି ଶୋ’ରେ ଥିବା ଅତିଥି ସେବକ ଗୌରବ କପୁରଙ୍କୁ ନିଜର କିଛି ସ୍ମରଣୀୟ ସମୟ ବିଷୟରେ କହିଲେ ଯେ, ତାଙ୍କର ଆଉ ରିତିକାଙ୍କ ପ୍ରଥମ ଦେଖାରେ ଯୁବରାଜ ସିଂଙ୍କ କେଉଁ ଭଳି ବ୍ୟବହାର ଥିଲା । ରୋହିତ କହିଲେ, ସେ ତାଙ୍କ ବନ୍ଧୁ ଅଟନ୍ତି ଏବଂ କ୍ରିକେଟ ଖେଳାଳି ଯୁବରାଜଙ୍କ ମାଧ୍ୟମରେ ସେ ରୀତିକଙ୍କୁ ପ୍ରଥମ ଥର ମିଶିଥିଲେ । କିନ୍ତୁ ସେ ମଧ୍ୟରେ ଗୋଟେ ମଜାଳିଆ କଥା, ଏହା ହୋଇଥିଲା ଯେ ଯୁବରାଜ ସିଂ ରିତିକାଙ୍କୁ ନେଇ ରୋହିତଙ୍କୁ ଏପରି ଏକ ପାନେ ଦେଇଥିଲେ ଯାହାଦ୍ଵାରା ତାଙ୍କର ରାଗ ଚରମ ସୀମାରେ ପହଞ୍ଚି ଯାଇଥିଲା । କ୍ରିକେଟ ଖେଳାଳି ଇରଫାନ ଖାନ ମଧ୍ୟ ସେଠି ଉପସ୍ଥିତ ଥିଲେ ।

ରୋହିତ କହିଥିଲେ ଯେ, ସେ ଏକ ସୁଟିଙ୍ଗରେ ଯେପରି ଯୁବରାଜଙ୍କ ପାଖକୁ ଗଲେ ଆଉ ତାଙ୍କୁ ଅଭିନନ୍ଦନ ଜଣାଇଲେ, ସେତେବେଳେ ଯୁବି ରିତିକାଙ୍କ ଆଡକୁ ଇଙ୍ଗିତ କରି କହିଲେ, “ଏ ହେଉଛି ମୋର ଭଉଣୀ, ଏହାଠୁ ଦୂରରେ ରୁହ ଆଉ ଏହା ଆଡକୁ ଆଖି ଉଠାଇକି ମଧ୍ୟ ଦେଖିବ ନାହିଁ ।” ରୋହିତ ଆଗକୁ ମଧ୍ୟ କହିଲେ ଯେ, ଏହା ପରେ ସେ ଏତେ ରାଗି ଯାଇଥିଲେ ଯେ, ସେ ପୁରା ସୁଟିଙ୍ଗରେ କେବଳ ରିତିକାଙ୍କ ଯୋଗୁଁ କ୍ରୋଧରେ ଥିଲେ । ସୁଟିଙ୍ଗ ଶେଷ ହେଲା ଆଉ ଶୋ’ର ନିର୍ଦ୍ଦେଶକ କହିଲେ ଯେ, ମାଇକ ବନ୍ଦ ହେବା କାରଣରୁ ତାଙ୍କ ସ୍ୱର ରେକର୍ଡ ହୋଇ ପାରିନଥିଲା । ତେଣୁ ସୁଟିଙ୍ଗ ପୁଣିଥରେ କରିବାକୁ ପଡ଼ିବ । ରୋହିତ ଏବେ ପର୍ଯ୍ୟନ୍ତ ଭାବୁଥିଲେ ଯେ, ସେହି ଝିଅଟି କିଏ ? ଏତିକି ବେଳେ ଶୋ’ର ପରିଚାଳକ ରିତିକା ରୋହିତଙ୍କୁ ପାଖକୁ ଆସି ନମ୍ର ଭାବରେ ପଚାରିଲେ, ଯଦି ଆପଣଙ୍କୁ କିଛି ସାହାଯ୍ୟ ଦରକାର ତାହା ହେଲେ ସେ ତାଙ୍କୁ କହି ପାରନ୍ତି । ରିତିକାଙ୍କ ଏପରି ବ୍ୟବହାର ଦେଖି ରୋହିତଙ୍କ କ୍ରୋଧ ଶାନ୍ତ ହୋଇଗଲା ଏବଂ ସେ ମନେ ମନେ ହସିବାକୁ ଲାଗିଲେ । ଏହାପରେ ରିତିକା ଶୋ’ର କାମ ଦେଖିବାକୁ ଲାଗିଲେ ଏବଂ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା । ଏମାନଙ୍କ ଏହି ବନ୍ଧୁତ୍ବ ପ୍ରେମରେ ପରିଣତ ହୋଇଗଲା । ୨୦୧୫ ମସିହାରେ ଦୁହେଁ ବିବାହ କଲେ ଏବଂ ଯୁବରାଜ ସିଂ ରୋହିତ ଶର୍ମାଙ୍କ ଶଳା ହୋଇଗଲେ ।