ରୋବିନ ଉଥପ୍ପାଙ୍କ ପତ୍ନୀ ଦେଖିବାକୁ ବହୁତ ସୁନ୍ଦର , ଫୋଟ ଦେଖି ଆପଣ ଦିୱାନା ହୋଇଯିବେ ।

Spread the love

ଆଜି ଆମେ ଏକ ଏପରି କ୍ରିକେଟ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ପ୍ରଥମ ଖେଳରେ ୮୬ରନର ବିସ୍ମୟକର ପାଳି ଖେଳି ଅନ୍ତରରାଷ୍ଟ୍ରୀୟ କ୍ୟାରିଅର ଆରମ୍ଭ କରିଥିଲେ , ସେହି ଖେଳାଳି ଜଣଙ୍କ ନାମ ହେଲା ରୋବିନ ଉଥପ୍ପା । ୨୦୦୭ରେ ଯେବେ ଭାରତ ଟି-୨୦ ବିଶ୍ଵକପ ଜିତିଲା ସେତେବେଳେ ରୋବିନ ଉଥପ୍ପା ଦଳର ଗୁରୁତ୍ୱପୂର୍ଣ ଅଂଶ ଥିଲେ । କିନ୍ତୁ ଆପଣମାନେ ଜାଣନ୍ତି ଯେ କ୍ରିକେଟ ଏକ ଏପରି ଖେଳ ଯେଉଁଥିରେ ଅବିଚ୍ଛିନ୍ନ ଭାବରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଦଳରେ ରହିବାର ସୁଯୋଗ ଦିଆଯାଇଥାଏ । ଏପରି ସେ ଅଧିକ ସମୟ ପର୍ଯ୍ୟନ୍ତ ନିଜର ଭଲ ପ୍ରଦର୍ଶନ କରିପାରିଲେ ନାହିଁ ଏବଂ ଏହା ଯୋଗୁଁ ତାଙ୍କୁ ଭାରତୀୟ କ୍ରିକେଟ ଦଳରୁ ବାହାରିବାକୁ ପଡିଲା । ବର୍ତ୍ତମାନ ସେ ଭାରତୀୟ କ୍ରିକେଟ ଦଳର ଅଂଶ ନୁହନ୍ତି କିନ୍ତୁ ପ୍ରତି ବର୍ଷ ଆଇପିଏଲ ରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ରହୁଛି । ପ୍ରକୃତରେ ଆଜି ଆମେ ରୋବିନ ଉଥପ୍ପାଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ; ଯାହାଙ୍କର ସୌନ୍ଦର୍ଯ୍ୟ କୌଣସି ବଲିଉଡର ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ ।

ସୌନ୍ଦର୍ଯ୍ୟରେ ରୋବିନ ଉଥପ୍ପାଙ୍କ ପତ୍ନୀ ବଡ଼ ବଡ଼ ନାୟିକାଙ୍କୁ ପଛରେ ପକାଇ ଦିଅନ୍ତି :

ଆପଣମାନେ ଜାଣିଥିବେ ଯେ, ରୋବିନ ଉଥପ୍ପା ୨୦୧୬ ମାର୍ଚ୍ଚରେ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଶୀତଲ ଗୌତମ ଯିଏ କି ବହୁତ ସୁନ୍ଦର ଅଟନ୍ତି । ରୋବିନ ଉଥପ୍ପା ଏବଂ ଶୀତଲ ଗୌତମଙ୍କ ବିବାହ ପୂର୍ବରୁ ପରସ୍ପରକୁ ବହୁତ ଦିନରୁ ଜାଣିଥିଲେ ଏବଂ ଦୁହେଁ ବହୁତ ଭଲ ବନ୍ଧୁ ମଧ୍ୟ ଥିଲେ । ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା ଏବଂ ଦୁହେଁ ଅନେକ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିବା ପରେ ବିବାହ କରିଥିଲେ ।

ଦୁହେଁ ଚର୍ଚ୍ଚରେ ଖ୍ରୀଷ୍ଟିୟାନ ନୀତି ନିୟମରେ ବିବାହ କରିଥିଲେ । ଶୀତଲଙ୍କ ଜନ୍ମ ୧୯୮୭ରେ ହୋଇଥିଲା । ଆପଣଙ୍କୁ ଅବଗତି କରାଇ ଦେଉଛୁ ଯେ, ଶୀତଲ ଟେନିସର ଜଣେ ଅତିଉତ୍ତମ ଖେଳାଳି ଅଟନ୍ତି । ବାଲ୍ୟକାଳରୁ ଶିତଲଙ୍କୁ ଟେନିସ ଖେଳିବା ବାବୁତ ପସନ୍ଦ ଥିଲା ଏବଂ ଘୋରେଇ ସ୍ତରରେ ସେ ବହୁତ ଗୁଡିଏ ଖେଳ ଖେଳି ସାରିଛନ୍ତି । ଗୋଟିଏ କୌତୁହଳ ପୂର୍ଣ୍ଣ କଥା ଏହା ଯେ, ଯେଉଁଦିନ ଯୁବରାଜ ଏବଂ ହେଜଲ କୀଚଙ୍କର ନିର୍ବନ୍ଧ ହୋଇଥିଲା ସେଦିନ ରୋବିନ ଉଥପ୍ପାଙ୍କ ଏବଂ ଶୀତଲଙ୍କର ମଧ୍ୟ ନିର୍ବନ୍ଧ ହୋଇଥିଲା ।

ଉଥପ୍ପାଙ୍କ ପତ୍ନୀ ସବୁ ପରିସ୍ଥିତିରେ ତାଙ୍କ ସହିତ ରହିଥାନ୍ତି :

ରୋବିନ ଉଥପ୍ପା ନିଜର କ୍ରିକେଟ କ୍ୟାରିଅରରେ ବହୁତ ସଙ୍ଘର୍ଷ କରିଛନ୍ତି । ଭଲ ଏବଂ ଖରାପ ସମୟ ସମସ୍ତଙ୍କର ଆସିଥାଏ, ସେହିପରି ରୋବିନ ଉଥପ୍ପାଙ୍କୁ ତାଙ୍କର ଖରାପ ସମୟରେ ଭାରତୀୟ କ୍ରିକେଟ ଦଳରୁ ବାହାରିବାକୁ ପଡିଥିଲା କିନ୍ତୁ ତାଙ୍କ ପତ୍ନୀ କଦାପି ତାଙ୍କୁ ଛାଡି ଚାଲିଯାଇ ନଥିଲେ । ଶୀତଲ ସବୁବେଳେ ରୋବିନ ଉଥପ୍ପାଙ୍କର ଆତ୍ମବିଶ୍ଵାସ ବଢ଼ାଉ ଥିଲେ ।

ଆଇପିଏଲ ଖେଳରେ ମଧ୍ୟ ରୋବିନ ଉଥପ୍ପାଙ୍କର ଆତ୍ମବିଶ୍ଵାସ ବଢ଼ାଇବା ସହ ଶୀତଲଙ୍କୁ ଅନେକ ଥର ଷ୍ଟାଡିଅମରେ ଦେଖିବାକୁ ମିଳିଥିଲା । ସେ ଏକ ଶିଶୁର ପିତା ମଧ୍ୟ ହୋଇସାରିଛନ୍ତି, ଗତ ବର୍ଷ ତାଙ୍କ ପତ୍ନୀ ବାଙ୍ଗାଲୁରର ଏକ ହସ୍ପିଟାଲରେ ଶିଶୁକୁ ଜନ୍ମ ଦେଇଥିଲେ । ରୋବିନ ଉଥପ୍ପା ଟ୍ୱିଟରରେ ନିଜର ନବଜାତ ଶିଶୁ ଏବଂ ପତ୍ନୀ ଶୀତଲଙ୍କ ସହ ଏକ ଫୋଟ ପୋଷ୍ଟ କରିଥିଲେ ।

ଆଇପିଏଲରେ କୋଲକତା ପାଇଁ ସେ ଖେଳନ୍ତି :

ଆଇପିଏଲରେ କୋଲକତା ନାଇଟ ରାଇଡ଼ର୍ସ ତରଫରୁ ସେ ଖେଳନ୍ତି । ସେ କୋଲକତା ଦଳର ଏକ ବିଶ୍ଵାସନୀୟ ଖେଳାଳି ଅଟନ୍ତି ଏବଂ ଅନେକ ଖେଳରେ ନିଜର ବିସ୍ମୟକର ପ୍ରଦର୍ଶନ ପାଇଁ କୋଲକତା ଦଳକୁ ଜିତାଇଛନ୍ତି । କୋଲକତା ନାଇଟ ରାଇଡ଼ର୍ସ ତାଙ୍କୁ ୬.୪ କୋଟିରେ କିଣିଥିଲା ଏବଂ ଆଇପିଏଲରେ ସେ ବିସ୍ମୟକର ପ୍ରଦର୍ଶନ ମଧ୍ୟ କରିଛନ୍ତି । କେକେଆର ପାଇଁ ସେ ୱିକେଟ-କିପିଙ୍ଗ ଏବଂ ଅପନିଙ୍ଗ ମଧ୍ୟ କରନ୍ତି । ସେ ଏପର୍ଯ୍ୟନ୍ତ ୧୪୯ ଆଇପିଏଲ ଖେଳରେ ୩୭୭୮ ରନ କରି ସାରିଛନ୍ତି । ଯଦି ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟର ବିଷୟରେ କୁହାଯାଏ, ତେବେ ସେ ଭାରତୀୟ ଦଳ ପାଇଁ ୪୭ଟି ଦିନକିଆ ଖେଳ ଖେଳିଥିଲେ, ଯେଉଁଥିରେ ସେ ୫ଟି ଅର୍ଦ୍ଧଶତକ ସାହାଯ୍ୟରେ ୯୩୪ ରନ କରି ପାରିଥିଲେ । ଏହା ବ୍ୟତୀତ ସେ ୧୩ଟି ଟି-୨୦ ଖେଳରେ ୨୪୯ରନ କରିଛନ୍ତି । ବର୍ତ୍ତମାନ ସେ ଭାରତୀୟ ଦଳକୁ ଫେରିବା ପାଇଁ ବହୁତ ଅଭ୍ୟାସ କରୁଛନ୍ତି ।