୬ ଜୁନରେ ସୁଶାନ୍ତ ରିୟାଙ୍କୁ କହିଥିଲେ-ଏଠାରୁ ଚାଲିଯାଅ, ପୋଲିସ ପଚରାଉଚରାରେ ସାମ୍ନାକୁ ଆସିଲା ତାଙ୍କ ସମ୍ପୂର୍ଣ୍ଣ ପ୍ରେମ କାହାଣୀ

Spread the love

୧୪ ଜୁନକୁ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ସୁଶାନ୍ତ ଦୁନିଆକୁ ଛାଡ଼ି ଚାଲି ଯାଇଛନ୍ତି ସତ କିନ୍ତୁ ତାଙ୍କ ପଛରେ ଛାଡ଼ି ଯାଇଛନ୍ତି ଅନେକ ପ୍ରଶ୍ନ, ସେ ଆତ୍ମହତ୍ୟା କଲେ କାହିଁକି ? କଣ ସେ ଡିପ୍ରେସନରେ ଥିଲେ ? ଯଦି ହଁ, ତେବେ ଏହାର କାରଣ କଣ ଥିଲା ? କଣ ସତରେ ଏହା ଏକ ଆତ୍ମହତ୍ୟା ନା ଆଉ କିଛି ? ପୋଲିସ ପ୍ରଶାସନ ରାତିଦିନ ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗି ପଡ଼ିଛି । କିଛି ଦିନ ତଳେ ସୁଶାନ୍ତଙ୍କ ସହ ଜଡ଼ିତ ୧୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଏଥିରେ ବର୍ତ୍ତମାନ ତାଙ୍କ କଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ସାମିଲ ହୋଇଯାଇଛି ।

୧୧ ଘଣ୍ଟା ଚାଲିଲା ପଚରାଉଚରା

google

ପୋଲିସ ରିୟାଙ୍କୁ ୧୧ ଘଣ୍ଟା ଧରି ପଚରାଉଚରା କଲେ । ସେ ସକାଳ ୧୧ଟା ରୁ ପୋଲିସ ଷ୍ଟେସନ ଭିତରକୁ ଯାଇଥିଲେ ଓ ରାତ୍ରି ୧୦ଟା ରେ ବାହାରକୁ ଆସିଲେ । ଏହି ସମୟରେ ସେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ତାଙ୍କ ଅନୁସାରେ ସୁଶାନ୍ତ ନିଜ ଭିତରେ କିଛି କଥାକୁ ନେଇ ଚିନ୍ତିତ ଥିଲେ । ସେ ଏହା ବିଷୟରେ କାହାକୁ କହି ନଥିଲେ । ଯେବେବି ତାଙ୍କ ମନ ଅଶାନ୍ତ ହୋଇଯାଉଥିଲା ସେ ଏକୁଟିଆ ରହିବାକୁ ପସନ୍ଦ କରୁଥିଲେ । ଅନେକଥର ସେ ପୁଣେର ପାବନା ଫାର୍ମ ହାଉସକୁ ମଧ୍ୟ ଯାଉଥିଲେ । ଯେତେବେଳେ ଡିପ୍ରେସନ ଅଧିକ ବଢ଼ିବାକୁ ଲାଗିଲା ତେବେ ସେ ଡାକ୍ତରଙ୍କ ପାଖକୁ ଗଲେ, ଏବଂ ଔଷଧ ଖାଇବା ଆରମ୍ଭ କଲେ । ଯଦିଓ କିଛି ଦିନ ହେଲା ସେ ଔଷଧ ଖାଇବା ବନ୍ଦ କରି ଦେଇଥିଲେ ।

୬ ଜୁନ କୁ ସୁଶାନ୍ତ କହିଲେ – ଏଠାରୁ ଚାଲିଯାଅ

google

ରିୟା ପୋଲିସଙ୍କୁ ଏହି ବୟାନ ଦେଇଛନ୍ତି ଯେ, “୬ ଜୁନରେ ସୁଶାନ୍ତ ଅଧିକ ଚିନ୍ତିତ ଥିଲେ । ସେ ଖୁବ୍ ଉଦାସ ନଜର ଆସୁଥିଲେ । ସେ ମୋତେ ଏକୁଟିଆ ଛାଡ଼ି ଚାଲିଯିବାକୁ କହିଲେ । ସୁଶାନ୍ତଙ୍କ ସ୍ଥିତି ଦେଖି ମୁଁ ମଧ୍ୟ ତାଙ୍କୁ କିଛି ପଚାରିଲି ନାହିଁ ଏବଂ ସେଠାରୁ ଚାଲିଗଲି । ମୋତେ ଲାଗିଲା ଯେ, କିଛି ଦିନ ପରେ ସେ ଭଲ ହୋଇଯିବେ, ମୋର ବୋଧହୁଏ ତାଙ୍କୁ ଏକୁଟିଆ ଚିନ୍ତା କରିବା ପାଇଁ ସମୟ ଦରକାର” । ଜଣାଇଦେଉଛୁ ଯେ ଯିବା ପୂର୍ବରୁ ରିୟା ସୁଶାନ୍ତଙ୍କ ଭଉଣୀଙ୍କୁ ସୁଶାନ୍ତଙ୍କ ଦେଖାଶୁଣା କରିବା ପାଇଁ ଫୋନ୍ କରି ଡାକିଥିଲେ । ଏହା ପରେ ୧୪ ଜୁନରେ ହଠାତ୍ ରିୟାଙ୍କୁ ସୁଶାନ୍ତଙ୍କ ଆତ୍ମହତ୍ୟାର ଖବର ମିଳିଲା ।

୨୦୧୩ ରେ ହୋଇଥିଲା ପ୍ରଥମ ଦେଖା

google
google

ପଚରାଉଚରାରେ ରିୟା ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ସୁଶାନ୍ତଙ୍କ ୨୦୧୩ରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା । ସେତେବେଳେ ସେ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଚଳଚ୍ଚିତ୍ରର ସୁଟିଂ କରୁଥିଲେ । ସେପଟେ ରିୟା ‘ଅପନେ ଡେ଼ଡ଼ କି ମାରୁତି’ ଚଳଚ୍ଚିତ୍ର ସୁଟିଂ ରେ ବ୍ୟସ୍ତ ଥିଲେ । ଏହି ଦୁଇଟି ଚଳଚ୍ଚିତ୍ରର ଫିଲ୍ମ ସେଟ୍ ପାଖାପାଖି ଥିଲା । ସେଠାରେ ସେ ଦୁଇଜଣଙ୍କ ପ୍ରଥମ ଦେଖା ସାକ୍ଷାତ ହୋଇଥିଲା । ଏହା ପରେ ସେ କିଛି ଉତ୍ସବ ପାର୍ଟି ମାନଙ୍କରେ ଦୁଇଜଣଙ୍କ ଦେଖା ହେଲା ଏବଂ ଖୁବଶୀଘ୍ର ଦୁହେଁ ବହୁତ ଭଲ ବନ୍ଧୁ ହୋଇଗଲେ ।

ଏପରି ଆରମ୍ଭ ହେଲା ସମ୍ପର୍କ

google

୨୦୧୩ ପରେ ରିୟା ଓ ସୁଶାନ୍ତ ପରସ୍ପର ସହିତ ଅନେକ ଥର ମିଳାମିଶା କରିବାକୁ ଲାଗିଲେ । ଯଦିଓ ସେହି ସମୟରେ ସୁଶାନ୍ତ ଅନ୍ୟଜଣଙ୍କ ସହ ସମ୍ପର୍କରେ ଥିଲେ । ଏଥିପାଇଁ ଦୁଇଜଣଙ୍କ ସମ୍ପର୍କ କେବଳ ବନ୍ଧୁତା ମଧ୍ୟରେ ସୀମିତ ଥିଲା । ଯଦିଓ ଦୁହେଁ କଥାବାର୍ତ୍ତା ଓ ଦେଖା ସାକ୍ଷାତ କରୁଥିଲେ । ପରେ ୨୦୧୭-୧୮ ସମୟରେ ସେ ଦୁଇଜଣ ଏକ ପ୍ରଡକ୍ସନ ହାଉସରୁ ଅଲଗା ହୋଇଗଲେ । ଦୁହେଁ ଅଲଗା ଅଲଗା ବ୍ୟାନର ପାଇଁ କାମ କରିବା ପାଇଁ ସ୍ଥିର କଲେ । ସେହି ସମୟରୁ ଦୁହେଁ ସମ୍ପର୍କରେ ଆସିଗଲେ ।

google
google

କୁହାଯାଉଛି ଯେ, ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ଶନିବାର ରାତିରେ ରିୟାଙ୍କୁ ଶେଷ କଲ କରିଥିଲେ । ସେତେବେଳେ ରିୟା ଫୋନ ଉଠାଇଲେ ନାହିଁ । ରିୟା ଓ ସୁଶାନ୍ତ ଆଗାମୀ ଦିନରେ ଏକାଠି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଥିଲେ । କିନ୍ତୁ ଲକଡାଉନ ଯୋଗୁଁ ଫିଲ୍ମର ସୁଟିଂ ତାରିଖ ଘୁଞ୍ଚାଇ ଦିଆଗଲା । ରିୟାଙ୍କ ଅନୁଯାୟୀ ସୁଶାନ୍ତଙ୍କ ପାଖରେ ଅନେକଗୁଡ଼ିଏ ଫିଲ୍ମର ଅଫର ମଧ୍ୟ ଥିଲା ।