
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ପୁଣି ଆସିଲା ପାଣି ପାଗ ବିଭାଗ ତରଫରୁ ଆସିଲା ପାଣି ପାଗ କୁ ନେଇ କିଛି ନୂଆ ଅପଡେଟ ତେବେ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଦିନ କୁ ଦିନ ବଢିବା ରେ ଲାଗିଛି ବାତ୍ୟା ର ଆଶଙ୍କା । ଅଧିକାଂଶ ଆନ୍ତର୍ଜାତିକ ପାଣିପାଗ ବିଭାଗ ବାତ୍ୟା ସମ୍ଭାବନା ନେଇ ଆକଳନ କରୁଛନ୍ତି । ଯଦିଓ ଭାରତୀୟ ପାଣିପାଗ ବିଭାଗ ଏ ପର୍ଯ୍ୟନ୍ତ ବାତ୍ୟା ସମ୍ଭାବନା ନେଇ କୈଣସି ଆକଳନ କରି ନାହିଁ ତଥାପି ବାତ୍ୟା ଆଶଙ୍କା ରହିଥିବା ଅଧିକାଂଶ ମଡେଲ ଓ ବହୁ ବିଶେଶଜ୍ଞ ମାନେ ଆନୁମାନ କଲେଣି , ଏପରିକି ଆନ୍ଧ୍ର ରୁ ପଶ୍ଚିମବଙ୍ଗ ମଧ୍ୟ ରେ ସମ୍ଭାବ୍ୟ ବାତ୍ୟା ତଳ ଭାଗ ଛୁଇଁବା ନେଇ ସମ୍ଭାବ୍ୟ ଆକଳନ କରାଯାଇଛି ।
ତେଣୁ ଓଡିଶା ପ୍ରତି ମଧ୍ୟ ବିପଦ ରହିଛି ଆଉ ଯଦି ବାତ୍ୟା ହୁଏ ତେବେ ଏହି ବାତ୍ୟା ଓଡିଶା ଉପକୂଳ ଛୁଇଁବା ସମ୍ଭାବନା କୁ ଏଡାଇ ଦିଆ ନଯାଇପାରେ ଆଉ ଏହାର ପ୍ରଭାବରେ ଆସନ୍ତା 23 ରୁ ପାଗ ବଦଳିବା ସହ ବର୍ଷା ଆରମ୍ଭ ହେବ ଏବଂ ଉପକୂଳ ଓଡିଶା ରେ 24 ରୁ 26 ଯାଏଁ ପ୍ରବଳ ବର୍ଷା ହେବ ଯାହା ଦୀପାବଳି ଉତ୍ସବ କୁ ବି ଭିଯାଇଦେବ ବୋଲି ପୂର୍ବାନୁମାନ କରିଲେଣି ଅନେକ ପାଣିପାଗ ବିଶେଷଜ୍ଞ ।
ତେବେ ବିଭିନ୍ନ ମଡେଲ ଙ୍କ ର ଆକଳନ ଅନୁଯାଇ ସମ୍ଭାବ୍ୟ ବାତ୍ୟା 25 ରେ ଓଡିଶା କିମ୍ବା ସଲଗ୍ନ ଅଞ୍ଚଳକୁ ଛୁଇଁ ପାରେ ବାତ୍ୟା ର ତିବ୍ରତା ଏବଂ ଗତି ପଥକୁ ନେଇ ସ୍ପଷ୍ଟ ଆକଳନ କରିବା ସହଜ ନୁହେଁ । ପାଣି ପାଗ ଆକଳନ ଅନୁସାରେ ସମୁଦ୍ର ରେ ବାତ୍ୟା ପ୍ରଭାବରେ ଘଣ୍ଚା ପ୍ରତି 70 ରୁ 90 କିଲୋ ମିଟର ବେଗରେ ପବନ ବହିପାରେ କିନ୍ତୁ ସ୍ଥଳ ଭାଗକୁ ଆସିବା ବେଳକୁ ପବନ ର କୂପ କମିଯାଇପାରେ ।
ବାତ୍ୟା ଉତ୍ତର ର ଆନ୍ଧ୍ର ଉପକୂଳ ଛୁଇଁଲେ ଓଡିଶା ରେ 40 ରୁ 60 କିଲୋମିଟର ବେଗ ରେ ପବନ ହୋଇପାରେ ମାତ୍ର ଯଦି ବାତ୍ୟା ଓଡିଶା ଉପକୂଳ କୁ ଘଷି ହୋଇ ପଶ୍ଚିମ ବଙ୍ଗୋ ଯାଏ ତେବେ 50 ରୁ 70 କିଲୋମିଟର ପର୍ଯ୍ୟନ୍ତ ପବନ ହୋଇପାରେ । ଏମିତି କିଛି ଆକଳନ କରୁଛନ୍ତି ବିଭିନ୍ନ ପାଣିପାଗ ମଡେଲ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।