ଜୋତାର ମୂଲ୍ୟ ଜାଣିବା ପରେ ଋଷି କପୁର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କହିଲେ, “ଜୋତା ସୁନାର ହୋଇଥାଉ କିମ୍ବା ରୂପର ଲୋକେ ତାକୁ ପାଦରେ ହିଁ ପିନ୍ଧିଥାନ୍ତି ।

Spread the love

ନିକଟରେ ଋଷି କପୁର ଜୋତା ଦୋକାନକୁ ଯାଇଥିଲେ, ଯେଉଁଠାରେ ଗୋଟିଏ ଜୋତାର ମୂଲ୍ୟ ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

କଥା ଯେତେବେଳେ ବଲିଉଡର ହୋଇଥାଏ; ତେବେ ତାହାର ଚମକ ଏବଂ ଚର୍ଚ୍ଚା ବହୁତ ଦୂର ପର୍ଯ୍ୟନ୍ତ ଯାଇଥାଏ । ପ୍ରାୟତଃ ତାରକାମାନେ କିଣାକିଣି କରିବା ପାଇଁ ପସନ୍ଦ କରିଥାନ୍ତି । କହିବା ପାଇଁ ଚାହୁଁଛୁ; ବାଲିଉଡ଼ ତାରକାଙ୍କ କିଣାକିଣି ସାଧାରଣ ଲୋକଙ୍କ ପରି ସାଧାରଣ ହୋଇନଥାଏ । ତାରକା ମାନଙ୍କ ପାଇଁ ଏହିପରି କୌଣସି ଜିନିଷ ନାହିଁ; ଯାହା ସେମାନେ କିଣି ପାରିବେ ନାହିଁ । ଏକ ପ୍ରସିଦ୍ଧ ବଲିଉଡ ତରକାଙ୍କ କିଣାକିଣିର ସମ୍ବାଦ ନିକଟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି; ଯାହା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରକୃତରେ ଆମେ ଏଠାରେ ବଲିଉଡର ପ୍ରସିଦ୍ଧ ତାରକା ଋଷି କପୁରଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ, ଯିଏ ନିଜର କର୍କଟ ରୋଗର ଚିକିତ୍ସା ନିୟର୍କରେ କରୁଛନ୍ତି । ପୂର୍ବ ଅପେକ୍ଷା ଋଷିଙ୍କ ସ୍ୱାସ୍ଥ୍ୟରେ ବର୍ତ୍ତମାନ ସୁଧାର ଆସିଛି କିନ୍ତୁ ସମ୍ପୂର୍ଣ୍ଣ ରୂପେ ସେ ସୁସ୍ଥ ନୁହଁନ୍ତି । ଏହା ବ୍ୟତୀତ ଅଳ୍ପ କିଛି ସମୟ ବାହାର କରି ବେଳେବେଳେ ନିଜ ପାଇଁ କିଛି ଖାଦ୍ୟ କିଣିଥାନ୍ତି କିମ୍ବା କିଛି ପୋଷାକ କିଣିଥାନ୍ତି । କିନ୍ତୁ ଆଜିର ଏହି ପୋଷ୍ଟରେ ତାଙ୍କର ସପିଙ୍ଗ ଏକ୍ସିପ୍ରିୟନ୍ସ କିଛି ଭିନ୍ନ ଧରଣର ଅଟେ । ତାହା ବିଷୟରେ ଆମେ ଆପଣଙ୍କୁ ଆଜିର ଏହି ପୋଷ୍ଟରେ ଜଣାଇବୁ ।

ଜୋତା ଦୋକାନରେ ପହଞ୍ଚିଥିଲେ ଋଷି କପୁର :

ଅଭିନେତା ଋଷି କପୁର ନିୟୁୟର୍କର ଏକ ଜୋତା ଶୋ’ ରୁମକୁ ଯାଇଥିଲେ । ଯେଉଁଠି ତାଙ୍କୁ ଅନେକ ଗୁଡିଏ ଜୋତା ପସନ୍ଦ ଆସିଥିଲା କିନ୍ତୁ ଯେତେବେଳେ ତାଙ୍କୁ ସେହି ଜୋତା ଗୁଡିକର ମୂଲ୍ୟ ବିଷୟରେ ଜଣା ପଡିଥିଲା, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କହିବା ପାଇଁ ଚାହୁଁଛୁ; ଯେଉଁ ଜୋତା ଋଷି କପୁରଙ୍କୁ ପସନ୍ଦ ଆସିଥିଲା ସେହି ଜୋତାର ମୂଲ୍ୟ ହେଉଛି ୨୭ ଲକ୍ଷ ଟଙ୍କା । ମୂଲ୍ୟ ଶୁଣିବା ପରେ ଋଷିଙ୍କ ମୁଖରୁ ଗୋଟିଏ ଶବ୍ଦ ମଧ୍ୟ ବହାରି ନଥିଲା । ଏହି ଆଶ୍ଚର୍ଯ୍ୟଜନକ ଅନୁଭୂତି ସେ ନିଜ ପ୍ରସଂଶକଙ୍କ ସହ ସେୟାର ମଧ୍ୟ କରିଛନ୍ତି ।

ମୂଲ୍ୟ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ :

କହିବା ପାଇଁ ଚାହୁଁଛୁ; ନିଜ ସମୟରେ ଲୋକପ୍ରିୟ ଏବଂ ହିଟ୍ ଅଭିନେତା ଋଷି କପୁର ଏକ ବ୍ରାଣ୍ଡେଡ଼ ସ୍ନିକର ଷ୍ଟୋର (Brand Sneaker Store)କୁ ଯାଇଥିଲେ ଏବଂ ସେଠାରେ ଥିବା ଅକଳ୍ପନୀୟ ଜୋତା ମୂଲ୍ୟ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ସେ କହିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ୧୨୦୦୦ ପ୍ରକାରର ସ୍ନିକର୍ସ ଦେଖିଛି କିନ୍ତୁ ଏତେ ଅଧିକ ମୂଲ୍ୟ ଯୁକ୍ତ ଜୋତା ପ୍ରଥମ ଥର ଦେଖିଲି । ଏହା ପରେ ସେ କିଛି ଜୋତାର ଫୋଟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, ଏହି ସ୍ନିକର୍ସର ମୂଲ୍ୟ ଦେଖନ୍ତୁ ଏହା ମୋତେ ଏହି ବିଷୟର ସ୍ମୃତି ଦେଉଛି ଯେ, “ଜୋତା ହୋଇପାରେ ସୁନାର କିମ୍ବା ରୂପାର କିନ୍ତୁ ଏହାକୁ ଆମେ ପାଦରେ ହିଁ ପିନ୍ଧିଥାଉ ।”

ନିୟୁୟର୍କରେ ଚିକିତ୍ସା ଚାଲିଛି :

୬୬ ବର୍ଷୀୟ ଋଷି କପୁର ବର୍ତ୍ତମାନ ରୋଗଗ୍ରସ୍ତ ଅଛନ୍ତି ଏବଂ ନିୟୁୟର୍କରେ ନିଜର ଚିକିତ୍ସା କରାଉଛନ୍ତି । ନିକଟରେ ତାଙ୍କର କିଛି ଫୋଟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବହୁତ ଦୁର୍ବଳ ଦେଖା ଯାଉଛନ୍ତି । ଋଷି କପୁରଙ୍କ ହାଲଚାଳ ଜାଣିବା ପାଇଁ ବର୍ତ୍ତମାନ ଦିନ ଗୁଡିକରେ ବଲିଉଡର ତାରକା ମାନେ ନିୟୁୟର୍କ ଯାଉଛନ୍ତି । ଅତୀତରେ ସାହାରୁଖ ଖାନ୍ ନିୟୁୟର୍କ ଯାଇଥିଲେ । ଋଷି କପୁର ନିୟୁଅର୍କରେ ଚିକିତ୍ସା କରିବାରେ ବହୁତ ସମୟ ବିତିଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ରୋଗ ବିଷୟରେ ସଠିକ ତଥ୍ୟ କାହାରିକୁ ପ୍ରଦାନ କରାଯାଇ ନାହିଁ । କିନ୍ତୁ ସୂଚନା ଅନୁସାରେ ତାଙ୍କୁ କର୍କଟ ରୋଗ ହୋଇଛି ।